ବ୍ୟବସାୟ ଓ ଅର୍ଥନୀତି

ଜୁଲାଇ ୨୭ ତାରିଖରୁ ଦେଶରେ ବଦଳିଯିବ ଜିନିଷ କିଣା ବିକାର ନିୟମ, ଜାଣନ୍ତୁ କଣ ଆସିଛି ପରିବର୍ତ୍ତନ

ଗତ ଜୁଲାଇ ୨୦ ତାରିଖରୁ ଦେଶର ସମସ୍ତ ଅଞ୍ଚଳରେ ନୂଆ ଉପଭୋକ୍ତା ଅଧିନିୟମ, ୨୦୧୯ ଲାଗୁ କରାଯାଇଛି । ଦେଶର ସମସ୍ତ ଇ- କମର୍ସ କମ୍ପାନୀ ଗୁଡିକ ମଧ୍ୟ ଏହି ନୂଆ ଆଇନ ଅଧୀନରେ ଆସୁଛନ୍ତି । ଦେଶର ବିଭିନ୍ନ ଇ-କମର୍ସ ସାଇଟ ଗୁଡିକ ପାଇଁ ଏହି ନୂଆ ନିୟମ ଆସନ୍ତା ୨୭ ତାରିଖ ଠାରୁ ଲାଗୁ ହେବାକୁ ଯାଉଛି । କେନ୍ଦ୍ର ସରକାର ଏନେଇ ନୋଟିଫିକେସନ ବି ଜାରି କରିଦେଇଛନ୍ତି । ଜାରି ହେବାକୁ ଯାଉଥିବା ଏହି ନୂଆ ନିୟମ କଂଜୟୁମର ପ୍ରୋଟେକ୍ସନ ଆକ୍ଟ ୨୦୧୯ ଅଧୀନରେ ହିଁ ଲାଗୁ ହେବ । ସୂଚନା ଦେବା ଯୋଗ୍ୟକି, ଏହି ନୂଆ ଆଇନ ଜୁଲାଇ ୨୦ ତାରିଖ ଠାରୁ ଜାରି ହେବା ନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ କିନ୍ତୁ କୌଣସି କାରଣ ପାଇଁ ଏହା ହୋଇ ପାରିନଥିଲା । ଏହି ନୂଆ କାନୁନରେ ଉପଭୋକ୍ତା ମାନଙ୍କୁ ଆଗ ଅପେକ୍ଷା ଅଧିକ ସୁବିଧା ସମେତ ଅଧିକାର ବି ମିଳିବ । ଖାଲି ସେତିକି ନୁହେଁ, ଏଣିକି ଇ-କମର୍ସ କମ୍ପାନୀ ଗୁଡିକ ନିଜ ଜିନିଷ ପତ୍ରର କିଣା ବିକା ତରିକା ବି ବଦଳାଇବେ । ତେବେ ଆସନ୍ତୁ ନୂଆ ନିୟମ ଅଧୀନରେ ଆସୁଥିବା ଗାଇଡ଼ଲାଇନ ସମ୍ବନ୍ଧରେ ଜାଣିରଖିବା ।

– ଅନଲାଇନ ଜରିଆରେ କିଣା ବିକା କରୁଥିବା ସମୟରେ ଯଦି ଧୋକାର ଶିକାର ହୁଅନ୍ତି ତେବେ ଏଥିପାଇଁ କମ୍ପାନୀ କତ୍ତୃପକ୍ଷ ହିଁ ଦାୟୀ ରହିବେ । ଏହି ନୂଆ ନିୟମରେ ଗ୍ରାହକଙ୍କ ଉପଭୋକ୍ତାଙ୍କ ଅଧିକାର ମାନଙ୍କୁ ବଢ଼ାଯାଇଛି ।

– କମ୍ପାନୀ ବିକ୍ରି କରୁଥିବା ଜିନିଷଟି କେଉଁ ଦେଶରେ ପ୍ରସ୍ତୁତ ହୋଇଛି ସେ ନେଇ ସୂଚନା ଦେବାକୁ ବାଧ୍ୟତାମୂଳକ କରାଯାଇଛି ।

-ଏହି ଉପଭୋକ୍ତା କାନୁନରେ କମ୍ପାନୀ ମାନଙ୍କ ପାଇଁ ଗ୍ରାହକଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ରଖିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

– ଖାଲି ସେତିକି ନୁହେଁ ନୂଆ ନିୟମ ଅନୁଯାୟୀ କୌଣସି ପ୍ରକାର ଧୋକାଧାରୀ ପାଇଁ ଜୋରିମାନା ସହ ଦଣ୍ଡ ମଧ୍ୟ ଧାର୍ଯ୍ୟ କରାଯିବ ।

-ଯଦି କୌଣସି ଗ୍ରାହକ ବୁକ କରିବା ପରେ ଅର୍ଡର କ୍ୟାନ୍ସଲ କରନ୍ତି ତେବେ କମ୍ପାନୀ ଏନେଇ କତ୍ତୃପକ୍ଷ କୌଣସି ଚାର୍ଜ ଲଗେଇ ପାରିବେ ନାହିଁ ।
-ଏହାବାଦ କୌଣସି ତ୍ରୁଟି ପୁର୍ଣ ଜିନିଷ ବିକ୍ରି ପାଇଁ କମ୍ପାନୀ ପକ୍ଷ ଦାୟୀ ରହିବା ସହ ଦଣ୍ଡ ଭୋଗିବେ । ରିଫଣ୍ଡ, ଏକ୍ସଚେଞ୍ଜ, ଗ୍ୟାରେଣ୍ଟି – ୱାରେଣ୍ଟି ବାବଦରେ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

53 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

37 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

39 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago