Smart Key ସହ ଲଞ୍ଚ୍‌ ହୋଇପାରେ Honda Activa 125, ଏଣିକି ବିନା ଚାବିରେ ବି କରିପାରିବେ ଷ୍ଟାର୍ଟ

ହୋଣ୍ଡା ଆଗାମୀ ଦିନରେ ନିଜର Honda Activa 125କୁ Smart Key ସହିତ ଲଞ୍ଚ୍‌ କରିପାରେ । କିଛି ଦିନ ପୂର୍ବରୁ କମ୍ପାନୀ ଏହି Smart Key ଟେକ୍ନୋଲୋଜିକୁ ଲଞ୍ଚ୍‌ କରିଥିଲା ।

ଜାପାନ ଦୁଇ ଚକିଆ ବାହନ ନିର୍ମାଣକାରୀ କମ୍ପାନୀ ହୋଣ୍ଡା ଆଗାମୀ ଦିନରେ ନିଜର Honda Activa 125କୁ Smart Key ସହିତ ଲଞ୍ଚ୍‌ କରିପାରେ । କିଛି ଦିନ ପୂର୍ବରୁ କମ୍ପାନୀ ଏହି Smart Key ଟେକ୍ନୋଲୋଜିକୁ ଲଞ୍ଚ୍‌ କରିଥିଲା । କମ୍ପାନୀ ହୋଣ୍ଡା ଆକ୍ଟିଭା ୧୫୦ରେ ଏହି ଫିଚରକୁ ଲଞ୍ଚ୍‌ ମଧ୍ୟ କରିଥିଲା । ଏମିତିରେ ଆଶା କରାଯାଉଛି ଯେ କମ୍ପାନୀ ଏହାକୁ ୧୨୫ସିସି ଭ୍ୟାରିୟଣ୍ଟରେ ବି ଆଣିବ । ଯଦିଓ କମ୍ପାନୀ ଏହାକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରିନାହିଁ । ତାହେଲେ ଆସନ୍ତୁ Honda Activa 125ର ସ୍ମାର୍ଟ କି ବିଷୟରେ ଅଧିକ କିଛି ।

ଅନୁମାନ କରାଯାଉଛି ଯେ କମ୍ପାନୀ ହୋଣ୍ଡା ଆକ୍ଟିଭା ର ୧୨୫ସିସି ଭ୍ୟାରିୟଣ୍ଟରେ ମଧ୍ୟ Smart Key ଟେକ୍ନୋଲୋଜି ଦେବ । ୨୦୨୩ ହୋଣ୍ଡା ଆକ୍ଟିଭା ୧୨୫ ଏଚ-ସ୍ମାର୍ଟର ଡିଜାଇନ ସମାନ ରହିବ । ଏହାସହିତ ଏଥିରେ ସିଙ୍ଗଲ-ପିସ୍‌ ସିଟ୍‌ ଏବଂ ଗ୍ରେଭ୍‌ ହ୍ୟାଣ୍ଡେଲ, ଫ୍ରଣ୍ଟ ଆପ୍ରନରେ ଲଗାଯାଇଥିବା ଟର୍ନ ଇଣ୍ଡିକେଟର୍ସ ମଝିରେ କ୍ରୋମ୍‌ ଟ୍ରିମ, ସାର୍ଟ ବ୍ଲାକ ଫ୍ଲାଇସ୍କ୍ରୀନ୍‌, ଏଲଇଡି ହ୍ୟାଡଲେମ୍ପ, ସାଇଟ ଷ୍ଟାଣ୍ଡ ଇଞ୍ଜିନ କଟ୍‌ ଅଫ୍‌ ଫଙ୍କସନ୍‌, ଅପରାଇଟ ହ୍ୟାଣ୍ଡଲବାର, ରିୟର-ଟାଇମ ମାଇଲେଜ ସହିତ ସେମି ଡିଜିଟାଲ ଇନଷ୍ଟମେଣ୍ଟ କ୍ଲଷ୍ଟର, ସିଗନେଚର ସାଇଡ ବଡିଓ୍ଵାର୍କ, ବ୍ଲାକ ଅଏୟ ହ୍ଵିଲ ଏବଂ ରିୟରଭ୍ୟୁ ମିରର ଆଦି ମିଳିବ ।

ଜାଣନ୍ତୁ କଣ ଏହି Smart Key

ଏହା ଏକ ରିମୋଟ କି ଅଟେ । ଯାହାକୁ କମ୍ପାନୀ ବିଶେଷ ରୂପେ ହୋଣ୍ଡା ଆକ୍ଟିଭା ପାଇଁ ଡିଜାଇନ୍‌ କରିଛି । ଏହା ସାହାଯ୍ୟରେ ଆପଣ ଚାବିକୁ ସ୍କୁଟରରେ ନଲଗାଇ ବି ଲକ୍‌ ଅନଲକ୍‌ କରିପାରିବେ । ଏହାସହିତ ଏଥିରେ ସ୍ମାର୍ଟ ଫାଇଣ୍ଡ, ସ୍ମାର୍ଟ ଅନଲକ୍‌, ସ୍ମାର୍ଟ ଷ୍ଟାର୍ଟ ଏବଂ ସ୍ମାର୍ଟ ସେଫ୍‌ ଭଳି ଫିଚର୍ସ ଦିଆଯାଇଛି ।

ଏହି ସ୍ମାର୍ଟ ଚାବିରେ ଆନସାର ବ୍ୟାକ ସିଷ୍ଟମ ମଧ୍ୟ ଦିଆଯାଇଛି । ଯାହା ସହଜରେ ସ୍କୁଟରର ପତ୍ତା ଲଗାଇବା ପାଇଁ ସହାୟତା କରିବ । ଆପଣ ଏହାର ଆନ୍ସର ବ୍ୟାକ ବଟନକୁ ଦବାଇଲେ ସ୍କୁଟରର ଚାରିଟି ଟର୍ନ ସିଗନାଲ ବ୍ଲିଙ୍କ୍‌ ହେବାକୁ ଲାଗିବ ।

ସ୍ମାର୍ଟ ଚାବିର ଉପଯୋଗ ନକରି ବି ଆପଣ ଗାଡିକୁ ଲକ୍‌ ଏବଂ ଅନଲକ୍‌ କରିପାରିବେ । ଯଦି ସିଷ୍ଟମ ସକ୍ରୀୟ ହେବା ପରେ ୨୦ ସେକେଣ୍ଡ ପାଇଁ କୌଣସି ଗତିବିଧି ହେଉନାହିଁ ତାହେଲେ ସ୍କୁଟର ଆପେ ଆପେ ବନ୍ଦ ହୋଇଯିବ । ଯଦି ସ୍ମାର୍ଟ ଚାବି ସ୍କୁଟରର ୨ ମିଟର ସୀମା ଭିତରେ ରହିଥାଏ, ତାହେଲେ ରାଇଡର ଲକ୍‌ ମୋଡରେ ନମ୍ବକୁ ଇଗ୍ନିସନ ସ୍ଥିତିରେ ବୁଲାଇ ଏବଂ ଚାବିକୁ ବାହାର ଆଡକୁ ନବାହାର କରି କେବଳ ଷ୍ଟାର୍ଟ ବଟନ୍‌ ଦବାଇ ସହଜରେ ଆରମ୍ଭ କରିପାରିବେ। ଏହାସହିତ ଏଥିରେ ଇମମୋବିଲାଇଜର ସିଷ୍ଟମ ମଧ୍ୟ ରହିଥାଏ, ଯାହା ଅନ୍ୟ ଚାବିକୁ ଇଞ୍ଜିନ ଆରମ୍ଭ କରିବା ଠାରୁ ରୋକିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.