Honda କରିବ ଧମାଲ ! ଆଉ ମାତ୍ର କେଇଟା ଦିନରେ ଏଣ୍ଟ୍ରି କରିବ ହୋଣ୍ଡାର ଇଲେକଟ୍ରିକ୍‌ ସ୍କୁଟର Activa

ହୋଣ୍ଡା ଲଭରଙ୍କ ପାଇଁ ଖୁସି ଖବର। ବହୁତ ଜଲଦି ଏଣ୍ଟ୍ରି କରିବାକୁ ଯାଉଛି ହୋଣ୍ଡାର ଇଲେକଟ୍ରିକ ସ୍କୁଟର। ଜାପାନର ଦୁଇପାହିଆ ବାହନ ନିର୍ମାଣକାରୀ କମ୍ପାନୀ ହୋଣ୍ଡା ଟୁହ୍ଵିଲର୍ସ ବହୁତ ଜଲଦି ହିଁ ଧମାକା କରିବାକୁ ଯାଉଛି। କମ୍ପାନୀ ୨୦୨୫ ପର୍ଯ୍ୟନ୍ତ ବୈଷୟିକ ସ୍ତରରେ ୧୦ରୁ ବି ଅଧିକ ଇଲେକଟ୍ରିକ ମଡେଲ ଲଞ୍ଚ୍‌ କରିବାକୁ ଘୋଷଣା କରିଛି। ହୋଣ୍ଡା ଜଣାଇଛି ଯେ କମ୍ପାନୀ ଦୁଇ କମ୍ପ୍ୟୁଟର ଇଲେକଟ୍ରିକ ଟୁ-ହ୍ଵିଲର ପ୍ରସ୍ତୁତ କରୁଛି, ଯାହା ଖାସ୍‌ କରି ଏସିଆ, ଜାପାନ ଏବଂ ୟୁରୋପରେ ଲଞ୍ଚ୍‌ କରାଯିବ। ଏମିତିରେ ଆଶା କରାଯାଉଛି ଯେ ଭାରତୀୟ ବଜାରରେ ନୂଆ ହୋଣ୍ଡା ଇଲେକଟ୍ରିକ ସ୍କୁଟର ୨୩ ଜାନୁଆରୀ ୨୦୨୩ରେ ଲଞ୍ଚ୍‌ ହୋଇପାରେ। ରିପୋର୍ଟ ଅନୁଯାୟୀ ଏହା Honda Activaର ଇଲେକଟ୍ରିକ ଅବତାର ହୋଇପାରେ।

ହୋଣ୍ଡା ୨୩ ଅଗଷ୍ଟ, ୨୦୨୩ ପାଇଁ ମିଡିଆ ଇନଭାଇଟ ପଠାଇବା ଆରମ୍ଭ କରିଦେଇଛି। ଏହି ଇନଭାଇଟରେ ଟ୍ୟାଗଲାଇନ ରହିଛି ‘ଗେଟ୍‌ ରେଡି ଟୁ ଫାଇଣ୍ଡ ଏ ନ୍ୟୁ ସ୍ମାର୍ଟ’। ଯଦିଓ ଏହି ଇଲେକଟ୍ରିକ ସ୍କୁଟର ବିଷୟରେ ଡିଟେଲସ ଏବେ ସୁଦ୍ଧା ସାମ୍ନାକୁ ଆସିନାହିଁ। ଆଶା କରାଯାଉଛି କି ନୂଆ ହୋଣ୍ଡା ଇଲେକଟ୍ରିକ ସ୍କୁଟର ସ୍ୱାପେବଲ ବ୍ୟାଟେରୀ ସହିତ ଆସିବ। ଯଦି ଗୁଜବକୁ ବିଶ୍ୱାସ କରିବା ତ ଏହା କମ୍ପାନୀର ବେଷ୍ଟ ସେଲିଙ୍ଗ୍‌ ହୋଣ୍ଡା ଆକ୍ଟିଭା ହୋଇପାରେ।

ଇଲେକଟ୍ରିକ ଅବତାରରେ ଆସିବା ପରେ ଏହାର ମୁକାବିଲା TVS iQube Electric, Ather 450X, Simple Energy One ଏବଂ Bounce Infinity E1 ସହିତ ହେବ। ଯଦିଓ ଏହା ଓଲା ଇଲେକଟ୍ରିକ ପାଇଁ ମଧ୍ୟ ମୁସକିଲ ସୃଷ୍ଟି କରିପାରେ। ଯାହା ବର୍ତ୍ତମାନ ଭାରତରେ ବେଷ୍ଟ ସେଲିଙ୍ଗ ଇଲେକଟ୍ରିକ ଟୁହ୍ଵିଲର କମ୍ପାନୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି।

ନିକଟରେ ହୋଣ୍ଡା ବେଙ୍ଗାଲୁରୁ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଲିମିଟେଡ ସହିତ ମିଶି ନିଜର ବ୍ୟାଟେରୀ ସ୍ୱାଇପିଙ୍ଗ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ଏହି ବ୍ୟାଟେରୀ ପ୍ୟାକ୍‌ ସର୍ଭିସ ଆରମ୍ଭରେ ଇଲେକଟ୍ରିକ ଅଟୋ ରିକ୍ସା ପାଇଁ ବ୍ୟବହାର କରାଯାଏ, କିନ୍ତୁ ଏହାର ଉପଯୋଗ କମ୍ପାନୀର ଇଲେକଟ୍ରିକ ଟୁ-ହ୍ଵିଲର୍ସ ପାଇଁ ମଧ୍ୟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.