ଭାରତରେ ୩୦ ସେପ୍ଟେମ୍ବର ନୂଆ ବାଇକ୍‌ ଲଞ୍ଚ କରିବ Honda, Classic 350 କୁ ଦେଇପାରେ ଟକ୍କର୍‌

ଜାପାନର ଅଟୋମୋବାଇଲ୍‌ ନିର୍ମାତା କମ୍ପାନୀ ହୋଣ୍ଡା ଭାରତୀୟ ବଜାରରେ ଏକ ନୂଆ ପ୍ରିମିୟମ ବାଇକ୍‌ ଲଞ୍ଚ କରିବା ନେଇ ପ୍ରସ୍ତୁତି ଜାରି ରଖିଛି। ସୂଚନା ମୁତାବକ ହୋଣ୍ଡା ଆନୁଷ୍ଠାନିକ ଭାବେ ଆସନ୍ତା ୩୦ ସେପ୍ଟେମ୍ବରରେ ଭାରତରେ ଏକ ନୂଆ ମୋଟରସାଇକେଲ୍‌ ଲଞ୍ଚ କରିବା ନେଇ ଘୋଷଣା କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ନୂଆ ବାଇକ୍‌ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। କିନ୍ତୁ ସାମ୍ନାକୁ ଆସିଥିବା ଟିଜର୍‌ ରୁ ଜାଣିବାକୁ ମିଳିଛି, ଏହା ଏକ କ୍ଷମତା ବିଶିଷ୍ଟ ମୋଟରସାଇକେଲ୍‌ ହୋଇପାରେ।

ହୋଣ୍ଡାର ବାଇକ୍‌ କୁ ନେଇ ରୟାଲ୍ ଏନ୍ଫିଲ୍ଡ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କମ୍ପାନୀ ଏକ ନୂତନ ମୋଟରସାଇକେଲର କାମ କରୁଥିବା ଅନେକ ସମୟ ଧରି ବଜାରରେ ଚର୍ଚ୍ଚା ଚାଲିଛି, ଯାହା ଭାରତରେ ନୂଆ Classic 350 ଏବଂ Meteor 350 ର ପ୍ରତିଦ୍ୱନ୍ଦି ହୋଇପାରେ। ଏହା ଏକ କ୍ରୁଜର-ଷ୍ଟାଇଲ୍‌ ମୋଟରସାଇକେଲ ହେବ ବୋଲି ଆଶା କରାଯାଉଛି। ଟିଜର ଅନୁଯାୟୀ, ‘‘Get Ready For The Majestic Launch ’’ ଦିଆଯାଇଛି, ଯାହା ଆସନ୍ତା ୩୦ ସେପ୍ଟେମ୍ବରରେ ଲଞ୍ଚ ହେବ।

honda bikeHonda Rebel ହୋଇପାରେ ନାମ:

ରିପୋର୍ଟ ଅନୁଯାୟୀ ନୂଆ କ୍ରୁଜର ମୋଟରସାଇକେଲ ଏକ ନୂତନ ପ୍ଲାଟଫର୍ମରେ ଆଧାରିତ ହେବ, ଯାହାର ନାମ ହୋଣ୍ଡା ରେବେଲ ୩୦୦ ରଖାଯାଇପାରେ। ସୂଚନା ମୁତାବକ ହୋଣ୍ଡା ରେବେଲ ୩୦୦ ଅନ୍ତରାଷ୍ଟ୍ରୀୟ ବଜାରରେ ବିକ୍ରି ହେବ। ଏନେଇ ନୂତନ ବାଇକ୍‌ କେବଳ ଭାରତ ପାଇଁ ଡିଜାଇନ୍‌ ହୋଇଥିବା ହୋଣ୍ଡା ସ୍ପଷ୍ଟ ରୂପେ କହିଛି।

ରିପୋର୍ଟ ଅନୁଯାୟୀ କମ୍ପାନୀ ହର୍ନେଟ୍‌ ୨.୦ ଲଞ୍ଚ କରିଛି, ଯାହା ହୋଣ୍ଡା CB190R ର ପୁଣି ଥରେ ଡିଜାଇନ୍‌ କରାଯାଇଥିବା ଭର୍ସନ। ସେହିଭଳି ଆଗାମୀ ହୋଣ୍ଡା ମୋଟରସାଇକେଲ କମ୍ପାନୀର ପ୍ରିମିୟମ ଡିଲର ନେଟଓ୍ଵାର୍କ ହୋଣ୍ଡା ବିଗ ଓ୍ଵିଂଗ ମାଧ୍ୟମରେ ବିକ୍ରି କରାଯାଉଥିବା ସବୁଠାରୁ ଶସ୍ତା ମୋଟରସାଇକେଲ ହୋଇପାରେ।

You might also like