ଆଡଭାନ୍ସ ଫିଚର୍ସ ସହିତ ପ୍ରିମିୟମ୍ ଲୁକ୍, ଏହି ପ୍ରାଇସରେ ଲଞ୍ଚ ହେଲା ନୂଆ Honda SP125

ଭାରତରେ ଟୁ-ହୁଇଲର୍ସଙ୍କ ଡିମାଣ୍ଡ ବହୁତ ଅଧିକ । କିଛି ସେଗମେଣ୍ଟ ରହିଛି ଯାହାର ବାଇକ୍ ଭଲ ସେଲ୍ ହେଉଛି । ବର୍ଷ ବର୍ଷ ଧରି Honda ୧୨୫ cc ସେଗମେଣ୍ଟରେ ଅନେକ ଉନ୍ନତ ବାଇକ୍ ଲଞ୍ଚ କରିଛି । ଡିମାଣ୍ଡକୁ ଆଖି ଆଗରେ ରଖି କମ୍ପାନୀ ବର୍ତ୍ତମାନ ଭାରତରେ ଏକ ନୂଆ Honda SP125 ଲଞ୍ଚ କରିଛି । ଏହି ବାଇକ୍ ଏକ ନୂଆ ଅପଡେଟ୍ ସହିତ ଲଞ୍ଚ କରାଯାଇଛି ।

ଏହି Honda ର ଏକ୍ସ-ସାରୁମ୍ ପ୍ରାଇସ୍ ୯୧ ହଜାର ୭୭୧ ଟଙ୍କା ରହିଛି । ନୂଆ ଅପଡେଟ୍ ସହିତ ଲଞ୍ଚ ହୋଇଥିବା Honda SP125 କୁ ପୂର୍ବ ଅପେକ୍ଷା ଅଧିକ ପ୍ରିମିୟମ୍ ଷ୍ଟାଇଲିଂ ଏବଂ ଫିଚର୍ସ ସହିତ ଅଣାଯାଇଛି । କମ୍ପାନୀ ଅନୁଯାୟୀ ନୂଆ ଅପହେଟ୍ ସହିତ ଆସିଥବା ଏହି ହୋଣ୍ଡା ବାଇକ୍ 125 ରୁ ଅଧିକ ଆଏଭାନ୍ସ ହୋଇଛି । ଏହାର ଏଣ୍ଟ୍ରି ଲେଭଲ ୧୨୫cc କମ୍ପ୍ୟୁଟର ବାଇକରୁ ଗୋଟିଏ ହୋଇଛି ।

Honda SP125 ର ଡିଜାଇନ୍ ଏବଂ ଫିଚର୍ସ :

ଡିଜାଇନ୍ ବିଷୟରେ କହିବାକୁ ଗଲେ କମ୍ପାନୀ ନୂଆ ହୋଣ୍ଡା ବାଇକରେ କିଛି ପରିବର୍ତ୍ତନ କରିଛି । ଏଥିରେ ଫୁଲ୍ LED ଲାଇଟିଂ ସହିତ ଏକ sharp front end ଏବଂ tail section ଦିଆଯାଇଛି । କମ୍ପାନୀ କହିଛି ଯେ ଡିଲରସିପରେ ହୋଣ୍ଡା ବାଇକ୍ ଏବଂ ସ୍କୁଟର ସେଲ୍ ପାଇଁ ଉପଲବ୍ଧ ହେବ । ଏହି Honda ବାଇକ୍ ୫ଟି କଲର ଅଫ୍ସନରେ ରହିଛି ଯାହା ହେଉଛି- Siren Blue, Imperial Red Metallic, Pearl Igneous Black, Matte Marvel Blue Metallic, Matte Axis Gray Metallic ରେ ରହିଛି ।

ଫିଚର୍ସ ଏବଂ ପାୱରଟ୍ରେନ୍ :

ବର୍ତ୍ତମାନ ଫିଚର୍ସ ବିଷୟରେ କହିବୁ Honda ର ଏହି ବାଇକରେ ଆପଣଙ୍କୁ କ’ଣ କ’ଣ ଫିଚର୍ସ ମିଳିବ ତାହା ଜାଣନ୍ତୁ । ଏଥିରେ ବ୍ଲୁଟୁଥ୍ କନ୍ନେକ୍ଟିଭିଟି, Honda RoadSync app compatibility, ୪.୨ ଇଞ୍ଚ TFT screen, turn-by-turn navigation access ଏବଂ USB-C charging port ରହିଛି । ନୂଆ Honda SP125 ରେ ୧୨୪cc, ସିଙ୍ଗଲ ସିଲିଣ୍ଡର, ଫ୍ୟୁଏଲ୍ ଇଞ୍ଜେକ୍ଟେଡ୍ ଇଞ୍ଜିନ୍ ରହିଛି, ଯାହାକି ୧୦.୭ bhp ର ପାୱାର ଏବଂ ୧୦.୯Nm ର ଟର୍କ ଜେନେରେଟ୍ କରିଥାଏ । Honda ର ଏହି ବାଇକ୍ ୫-ସ୍ପିଡ୍ ଗିୟରବକ୍ସ ସହିତ ଆସିଥାଏ