Hyundai ଭେନ୍ୟୁ ଆସିଲା ଡିଜେଲ ଇଞ୍ଜିନରେ ! Creta ଭଳି ପାଓ୍ଵାରଫୁଲ ହେଲା ଏହି କାର, ଜାଣନ୍ତୁ ଦାମ୍
କମ୍ପାକ୍ଟ ଏସୟୁଭି ସେଗମେଣ୍ଟରେ ହ୍ୟୁଣ୍ଡାଇ ଭେନ୍ୟୁ ହେଉଛି ସବୁଠାରୁ ଶାନଦାର ଦେଖାଯାଉଥିବା ଗାଡି । ଏହା ନିଜର ଖାସ୍ ଡିଜାଇନ୍ ପାଇଁ ଗ୍ରାହକଙ୍କୁ ଇମ୍ପ୍ରେସ କରିଥାଏ । ଗ୍ରାହକଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି କମ୍ପାନୀ ଏଥିରେ ଏବେ MY23 ଅପଡେଟ୍ କରିଛି । ହ୍ୟୁଣ୍ଡାଇ ନିଜ ଭେନ୍ୟୁ ଏସୟୁଭିର ଡିଜେଲ୍ ଭର୍ସନରେ କିଛି ମେକାନିକାଲ ପରିବର୍ତ୍ତନ କରିଛି, ଯାହାଦ୍ୱାରା ଏହି ଇଞ୍ଜିନ୍ ଏବେ ହ୍ୟୁଣ୍ଡାଇ କ୍ରେଟା ଭଳି ପାଓ୍ଵାରଫୁଲ୍ ହୋଇଯାଇଛି । କେବଳ ଏତିକି ନୁହେଁ ଏଥରେ ଏବେ କିଛି ନୂଆ ଫିଚର୍ସକୁ ବି ଯୋଡା ଯାଇଛି । ଏବଂ ପରିବର୍ତ୍ତନ ସହିତ ଦାମ୍ ମଧ୍ୟ ସାମାନ୍ୟ ଅଧିକ ରହିଛି । ନୂଆ ଭେନ୍ୟୁ ଏବେ ୭.୬୮ ଲକ୍ଷ ଟଙ୍କାରୁ ୧୩.୧୧ ଲକ୍ଷ ଟଙ୍କା ଦାମରେ ଉପଲବ୍ଧ ହେବ । ତେଣୁ ଯଦି ଆପଣ ଏହି ମଡେଲକୁ କିଣିବାକୁ ଭାବୁଛନ୍ତି ତାହେଲେ ଆମର ଏ ରିପୋର୍ଟ ଉପରେ ନିଶ୍ଚୟ ଦୃଷ୍ଟି ଦିଅନ୍ତୁ ।
ଇଞ୍ଜିନ୍
ନୂଆ ଭେନ୍ୟୁରେ ୧.୫ ଲିଟର ଡିଜେଲ ଇଞ୍ଜିନ୍ ଦିଆଯାଇଛି, ଯାହା ବର୍ତ୍ତମାନର କ୍ରେଟାକୁ ବି ପାଓ୍ଵାର ଦେଉଛି । କିନ୍ତୁ କ୍ରେଟାରେ ଲାଗିଥିବା ଡିଜେଲ ଇଞ୍ଜିନ୍ ଯେଉଁଠୁ ଏକ ଅଟୋମେଟିକ ଟ୍ରାନ୍ସମିସନ୍ ମିଳୁଛି, ସେଠାରେ ନୂଆ ଭେନ୍ୟୁ କେବଳ ୬-ସ୍ପିଡ୍ ମାନୁଆଲ୍ ସହିତ ଆସିଥାଏ । ଡିଜେଲ ଇଞ୍ଜିନର ଆଉଟପୁଟ ଏବେ16PS ଏବଂ 10Nm ବଢ଼ିଯାଇଛି । ଭେନ୍ୟୁ ମଧ୍ୟ ଦୁଇଟି ପେଟ୍ରୋଲ ଇଞ୍ଜିନ୍ ସହ ଆସିଛି, ଗୋଟିଏ ୧.୨ ଲିଟର ୟୁନିଟ୍ ଯେଉଁଥିରେ 83PS ଏବଂ 114Nmର ଆଉଟପୁଟ ପାଞ୍ଚ-ସ୍ପିଡ ମାନୁଆଲ ରହିଛି ଏବଂ ଅନ୍ୟଟିରେ ୧.୦-ଲିଟର ଟର୍ବୋ ରହିଛି, ଯାହା120PS ଏବଂ 172Nmକୁ ୬ ସ୍ପିଡ iMT କିମ୍ବା ସାତ-ସ୍ପିଡ୍ ସହ ଆସିଥାଏ ।
ଫିଚର୍ସ
Hyundai Venueରେ ଆପଣଙ୍କୁ ଏବେ ବହୁତ ଖାସ୍ ସେଫ୍ଟି ଫିଚର୍ସ ମିଳୁଛି । Venue S (O) ଟ୍ରିମରେ ସାଇଡ୍ ଏୟାରବ୍ୟାଗ୍ସ ଦିଆଯାଇଛି । ଏହି ଫିଚର ପୂର୍ବରୁ କେବଳ ଟପ୍-ସ୍ପେକ SX (O) ଟ୍ରିମରେ ମିଳୁଥିଲା । Venue NLINEର N6 ଭ୍ୟାରିୟଣ୍ଟ ସହିତ ସାଇଡ ଏୟାରବ୍ୟାଗ ମଧ୍ୟ ଲଞ୍ଚ୍ କରାଯାଇଛି । ସେଫ୍ଟି ଫିଚର୍ସରେ ESC, ଭେଇକିଲ ଷ୍ଟାବିଲିଟୀ କଣ୍ଟ୍ରୋଲ, ହିଲ ଆସିଷ୍ଟ କଣ୍ଟ୍ରୋଲ, ପାର୍କିଙ୍ଗ୍ ସେନ୍ସର ଏବଂ କ୍ୟାମେରା ଟାୟାର ପ୍ରେସର ମନିଟରିଙ୍ଗ୍ ସିଷ୍ଟମ ସାମିଲ ରହିଛି ।