ବ୍ୟବସାୟ ଓ ଅର୍ଥନୀତି

ନୂଆ Income Tax returns ଫର୍ମ ଜାରି, ଜାଣନ୍ତୁ ଆପଣଙ୍କୁ କେଉଁ ITR ଭରିବାକୁ ହେବ?

ଆୟକର(ଇନକମ୍‌ ଟ୍ୟାକ୍ସ) ବିଭାଗ ବର୍ଷ ୨୦୨୦-୨୧ର IT ରିଟର୍ନ ଫର୍ମ ନୋଟିଫାଇ(ଅଧିସୂଚିତ) କରି ଦେଇଛି। The Central Board of Taxes ଏହା ସୂଚନା ଦେଇ କହିଛି, କରେନା ମହାମାରୀ ଏବଂ କରଦାତାଙ୍କ ସୁବିଧାକୁ ଧ୍ୟାନରେ ରଖି ନୂଆ Income Tax returns (ITR) ଫର୍ମରେ ଅଧିକ ପରିବର୍ତ୍ତନ କରାଯାଇ ନାହିଁ। ଇନକମ୍‌ ଟ୍ୟାକ୍ସ ଆକ୍ଟ ୧୯୬୧ରେ ସଂଶୋଧନ କାରଣରୁ କେବଳ କିଛି ଜରୁରୀ ପରିବର୍ତ୍ତନ କରାଯାଇଛି।

The Central Board of Taxes ବିତ୍ତ ବର୍ଷ ୨୦୨୦-୨୧ ପାଇଁ ଇଣ୍ଡିଭିଜୁଆଲ, କର୍ପୋରେଟ ଏବଂ ଅନ୍ୟ କରଦାତାଙ୍କ ପାଇଁ ITR ଫର୍ମ ଅଧିସୂଚିତ କରିଛି। ଟ୍ୟାକ୍ସ ବୋର୍ଡ କରଦାତାଙ୍କ ଅଲଗା ଅଲଗା କାଟେଗୋରୀ ପାଇଁ ଅଲଗା ଅଲଗା ITR ଫର୍ମ ଜାରି କରିଥାଏ। ଦରମା ପାଉଥିବା କରଦାତାଙ୍କୁ ସାଧାରଣତଃ ITR -1/ITR-2 ଫର୍ମ ଜରିଆରେ ନିଜର ରିଟର୍ନ ଦାଖଲ କରିବାକୁ ପଡ଼ିଥାଏ।

ITR ଫର୍ମରେ କରଦାତାଙ୍କ ପାଖରେ ପୁରୁଣା ଏବଂ ନୂଆ ଟ୍ୟାକ୍ସ ସ୍ଲାବ୍‌ ବାଛିବାର ଅପଶନ ରହିବ। ନୂଆ ITR ଫର୍ମକୁ ଆପଣ http://egazette.nic.in/WriteReadData/2021/226336.pdf ଲିଙ୍କକୁ ଯାଇ ଡାଉନଲୋଡ କରିପାରିବେ। ଏଠାରେ ଆପଣଙ୍କ ପାଖରେ NEW TAX REGIME ଆପଣାଇବାର ବିକଳ୍ପ ବି ଉପଲବ୍ଧ ରହିବ।

ସବୁଠୁ ସହଜ ITR -1 ଓ ITR-2 ଫର୍ମ

ଏହି ଫର୍ମକୁ ଅଧିକ ସଂଖ୍ୟାରେ ଛୋଟ ଏବଂ ମଧ୍ୟମ ବର୍ଗର କରଦାତା ଉପଯୋଗ କରିଥାଆନ୍ତି। ଏମାନେ ସେହି କରଦାତା, ଯାହାଙ୍କ ପୂରା ବର୍ଷର ରୋଜଗାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।

କେମିତି କରିବେ ITR ଫର୍ମର ଚୟନ

୧. ଯେଉଁ ଲୋକଙ୍କ ଆୟ ବିଜନେସ୍‌ କିମ୍ବା ପ୍ରୋଫେଶନ ଜରିଆରେ ହୋଇଥାଏ, ସେମାନଙ୍କ ପାଇଁ ITR-3 ଫର୍ମ ଅଧିକ ଉପଯୁକ୍ତ।

୨. ଯେଉଁ ବ୍ୟକ୍ତି କିମ୍ବା ଯୌଥ ପରିବାରର ଆୟ ବିଜନେସ୍‌ କିମ୍ବା ପ୍ରୋଫେଶନରୁ ହୋଇ ନ ଥାଏ, ସେମାନଙ୍କ ପାଇଁ ITR-2 ଫର୍ମର ବିକଳ୍ପ ବଢ଼ିଆ ରହିବ।

୩. ବଡ଼ କମ୍ପାନୀ ଛଡ଼ା ଛୋଟ ପାର୍ଟନରଶିପ୍‌ କ୍ଷେତ୍ର, LLP( limited liability partnership) ପାଇଁ IYTR-5 ଫର୍ମ ଉଚିତ ହେବ।

୪. ରାଜନୈତିକ ଦଳ, ଟ୍ରଷ୍ଟ ଏବଂ ଚ୍ୟାରିଟେବୁଲ୍‌ ଅନୁଷ୍ଠାନ, ଯେଉଁମାନେ କରମୁକ୍ତ ଦାବି କରିଥାଆନ୍ତି, ସେମାନେ ITR-5 ଫର୍ମ ଭରିପାରିବେ।

୫. ବଡ଼ କମ୍ପାନୀଗୁଡ଼ିକ ITR-6 ଫର୍ମ ଭରିପାରିବେ।

Roshni

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

38 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago