ଲଞ୍ଚ ହେଲା Kia Carnival, ଫିଚର୍ସ ସହ ମାଇଲେଜ୍ ରହିଛି ଜବରଦସ୍ତ

Kia Carnival ର ପୂର୍ବ ମଡେଲ ଭାରତରେ ଭଲ ଚାହିଦା ଥିଲା । ବର୍ତ୍ତମାନ ଏହି ଜେନେରେସନର ନୂଆ ମଡେଲ ଭାରତରେ ଲଞ୍ଚ କରାଯାଇଛି । ନୂଆ Kia Carnival ର ଡିଜାଇନ୍ ବଢ଼ିଆ ରହିଛି, ଯେଉଁଥିରେ ଏହି କାରର ପ୍ରାଇସ୍‌ ପୂର୍ବ ମଡେଲ ତୁଳନାରେ ପ୍ରାୟ ଦ୍ୱିଗୁଣିତ ହୋଇଛି । ଏହି କାର ବହୁତ ଏକ୍ସପେନସିଭ୍‌, କିନ୍ତୁ ଏହି ପ୍ରାଇସ୍‌ ରେ ଭାରତୀୟ ବଜାରରେ Kia Carnival ଟକ୍କରରେ କିଛି ଗାଡି ନାହିଁ । Kia ର ଏହି କାର ଏତେ ବଡ ଯେ ଏହାକୁ ଛୋଟ ଭ୍ୟାନ୍‌ କୁହାଯାଇପାରିବ ।

ପୂର୍ବ ମଡେଲ ତୁଳନାରେ ଏହି ନୂଆ Kia Carnival ରେ ଅଧିକ ସ୍କ୍ରିନ୍‌ ଲଗାଯାଇଛି । ଏହା ସହିତ ନୂଆ ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯାଇଛି । Kia ର ଏହି କାରରେ ସ୍ପେସ ମଧ୍ୟ ବହୁତ ଅଧିକ ଦିଆଯାଇଛି । ଏହି ଗାଡିରେ ଆପଣଙ୍କ ଭେଣ୍ଟିଲେସନ୍‌ ସହିତ ପାଓ୍ୱାର ସିଟ୍‌ ରହିଛି । ଏହି ଗାଡିରେ ଲେଗରୁମ୍‌ ସ୍ପେସ ଏତେ ଭଲ ଯେ ଆପଣ ଆରମରେ ବସିପାରିବେ ।

Kia ର ଏହି ନୂଆ କାରରେ ADAS ଏବଂ ୧୨-ସ୍ପିକର ବେସ୍‌ ଅଡିଓ ସିଷ୍ଟମ ରହିଛି । ଗାଡିରେ ୩୬୦-ଡିଗ୍ରୀ କ୍ୟାମେରାର ଫିଚର ମଧ୍ୟ ଦିଆଯାଇଛି । ଏହି କାରରେ ଡୁଆଲ ଇଲେକ୍ଟ୍ରିକ୍‌ ସନରୁଫ୍‌ ସହିତ ଅନେକ ଭଲ ଫିଚର୍ସ ରହିଛି ।

Kia Carnival ର ପାଓ୍ୱାର୍‌ :

ନୂଆ Kia Carnival ପେଟ୍ରୋଲ ଏବଂ ଡିଜେଲ ଉଭୟ ପାଓ୍ୱାର ଟ୍ରେନ ସହିତ ଆସୁଛି । ଏଥିରେ ପେଟ୍ରୋଲ ଭ୍ୟାରିଆଣ୍ଟ ବହୁତ ସ୍ମୁଥ୍‌ ଅଛି ଏବଂ ଭଲ ପାଓ୍ୱାର ଦେଉଛି । ଏହାର ପେଟ୍ରୋଲ ମଡେଲ୍‌ ଚଲାଇବା ପାଇଁ ବହୁତ ଭଲ , କାରଣ ଏହି ପେଟ୍ରୋଲ ଭ୍ୟାରିଆଣ୍ଟ କାରର ଡିମାଣ୍ଡ ବଢୁଛି । Kia Carnival ର ଡିଜେଲ୍‌ ଭ୍ୟାରିଆଣ୍ଟ ଭଲ ଫ୍ୟୁଏଲ ଏଫିସିଏନ୍ସ ଦେଇଥାଏ । ଏହି କାର ୧୪.୮୫kmpl ର ମାଇଲେଜ୍ ଦେଇପାରୁଛି । ରୋଡ୍‌ ଟ୍ରିପ୍‌ରେ ଯିବା ପାଇଁ ଏହି କାର ଭଲ ହୋଇଛି । Kia Carnival ର ଏକ୍ସ ସୋ’ରୁମ୍‌ ପ୍ରାଇସ୍‌ ୬୩.୯୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like