ମୋଦି ସରକାରଙ୍କ ବଡ଼ ପ୍ରସ୍ତୁତି : ଘରୋଇ ଓ ସରକାରୀ ଚାକିରିଆଙ୍କୁ ଦେବେ ଖୁସୀ ଖବର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୧ ଅକ୍ଟୋବରରୁ ଦେଶରେ ଲେବର କୋଡ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହି ଆଇନ ଲାଗୁ ହେବା କ୍ଷଣି କର୍ମଚାରୀଙ୍କ ଦରମା ଓ ପିଏଫ୍‌ (ପ୍ରୋଭିଡେଣ୍ଟ ଫଣ୍ଡ) ଷ୍ଟ୍ରକଚର ମଧ୍ୟ ବଦଳିଯିବ । ଏହାଦ୍ୱାରା ପିଏଫ୍‌ରେ ଅଧିକ ଟଙ୍କା ଜମା ହେବା ସହ ଟେକ୍‌ ହୋମ ସାଲେରୀ(ଘରକୁ ନେଉଥିବା ଦରମା) ମଧ୍ୟ କମିଯିବ । କାରଣ ଏହି ନିୟମ ଦ୍ୱାରା ପିଏଫ୍‌(ପ୍ରୋଭିଡେଣ୍ଟ ଫଣ୍ଡ) ରେ ଅଧିକ ଟଙ୍କା ଜମା ହେବ ।

କାରଣ କେନ୍ଦ୍ର ସରକାର ୪ଟି ଶ୍ରମ ଆଇନକୁ ଶୀଘ୍ର ଲାଗୁ କରିବାକୁ ଚାହୁଁଛନ୍ତି । ୧ ଜୁଲାଇରୁ ଲେବର କୋର୍ଡ ଲାଗୁ କରିବାର ଯୋଜନା ଥିଲା । ମାତ୍ର ରାଜ୍ୟ ସରକାରମାନେ ଏଥିପାଇଁ ପ୍ରସ୍ତୁତ ହୋଇ ନଥିବାରୁ ବିଳମ୍ବ ଘଟିଛି । ନୂଆ ଆଇନ ଅନୁଯାୟୀ, କର୍ମଚାରୀଙ୍କ ମୂଳ ବେତନ(ବେସିକ୍‌) ଏବଂ ପିଏଫ୍‌ ର ହିସାବ ମଧ୍ୟ ବଦଳି ଯିବ ।

pf
photo credit: aajtak.in

ଏହି ପରିବର୍ତ୍ତନ ଯୋଗୁ କର୍ମଚାରୀଙ୍କ ବେସିକ ସାଲେରୀ (ମୂଳ ଦରମା) ୧୫୦୦୦ ଟଙ୍କାରୁ ବଢ଼ି ୨୧୦୦୦ ଟଙ୍କା ହୋଇଯାଇପାରେ । ଏହା ଲାଗୁ ହେଲେ ତେବେ ଆପଣଙ୍କ ଦରମା ବଢ଼ିଯିବ । ନୂଆ ନିୟମ ଅନୁଯାୟୀ ଭତ୍ତାକୁ ୫୦ % ଭିତରେ ସୀମିତ ରଖାଯିବ । କର୍ମଚାରୀଙ୍କ ମୋଟ ଦରମା ର ୫୦ ପ୍ରତିଶତ ମୂଳ ଦରମା ହେବ । ପିଏଫ ହିସାବ ମୂଳ ଦରମା ପ୍ରତିଶତ ଆଧାରରେ କରାଯିବ । ଏଥିରେ ମୂଳ ବେତନ ଓ ଡିଏ(ମହଙ୍ଗା ଭତ୍ତା) ସାମିଲ ରହିଥାଏ ।

କ’ଣ ହେବ ଫାଇଦା :

ନୂଆ ପରିବର୍ତ୍ତନ ଯୋଗୁ ମୂଳ ଦରମା(ବେସିକ ସାଲେରୀ) ୫୦ ପ୍ରତିଶତ ବା ଏହାଠାରୁ ଅଧିକ ହୋଇପାରେ । ତେଣୁ ପିଏଫ୍‌ ବେସିକ ସାଲେରୀ ଆଧାର ଉପରେ ହିସାବ କରାଯିବ । ତେଣୁ ଏଥିରେ ଉଭୟ କମ୍ପାନି ଓ କର୍ମଚାରୀଙ୍କ ଯୋଗଦାନ ବଢ଼ିଯିବ । ଗ୍ରାଚ୍ୟୁଟି ଓ ପିଏଫ୍‌ ରେ ଯୋଗଦାନ ବଢ଼ିବା ଯୋଗୁ ଅବସର (ରିଟାଏରମେଣ୍ଟ) ପରେ ମିଳିବାକୁ ଥିବା ଅର୍ଥ ରାଶି ବଢ଼ିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.