ବ୍ୟବସାୟ ଓ ଅର୍ଥନୀତି

ଅଧିକ ମାଇଲେଜ ଓ ନୂଆ ରୂପରେ ଲଞ୍ଚ୍ ହେଲା 2021 TVS Star City Plus ବାଇକ୍‌, ଜାଣନ୍ତୁ ଦାମ ଏବଂ ଫିଚର୍ସ

ଲଞ୍ଚ ହେଲା ଟିଭିଏସର ନୂଆ ଦୁଇ ଚକିଆ ବାଇକ। ଦୁନିଆରେ ଦୁଇ ଚକିଆ ଏବଂ ତିନି ଚକିଆ ବାହନର ନିର୍ମାଣକାରୀ କମ୍ପାନୀ ଟିଭିଏସ ମୋଟର (TVS Motor) ନିଜର କମ୍ପ୍ୟୁଟର ବାଇକ Star City Plusକୁ ନୂଆ ପର୍ଲ ବ୍ଲୁ-ସିଲଭର କଲର ଅପସନରେ ଲଞ୍ଚ କରିଛି। ଏହି ଲୋକପ୍ରିୟ କମ୍ପ୍ୟୁଟର ମୋଟରସାଇକେଲର ଡ୍ରମ ଏବଂ ଡିସ୍କର ଦୁଇ ଭେରିୟଣ୍ଟସକୁ ନୂଆ କଲର ସ୍କିମରେ ଲଞ୍ଚ୍ କରାଯାଇଛି।

ଡିଜାଇନ୍‌

କମ୍ପାନୀର ଏହି ବାଇକକୁ ବହୁତ ପସନ୍ଦ କରାଯାଉଛି। ଏହାର ପୂରା ବଡି ପ୍ୟାନେଲରେ ଡୁଆଲ ଟୋନ୍ ପ୍ୟାଟର୍ଣ୍ଣ ଦିଆଯାଇଛି। ଯେଉଁକାରଣରୁ ଏହା ଆହୁରି ଆକର୍ଷକ ଲାଗୁଛି। ଏହାର ହେଡଲାଇଟ କାଉଲ, ଫୁଏଲ ଟ୍ୟାଙ୍କ ଏବଂ ଏହାର ସାଇଡ ଏବଂ ରିୟର ପ୍ୟାନେଲରେ ଫିନିସ୍ କରାଯାଇଛି। ଯାହା ଏହାକୁ ପୂର୍ବ ଅପେକ୍ଷା ଆହୁରି ସୁନ୍ଦର ଲୁକ ଦେଉଛି। ଫ୍ରଣ୍ଟ ଫେଣ୍ଡର ଏବଂ ପିଲିୟନ ଗ୍ରାବ ରେଲରେ ବ୍ଲୁ ଫିନିସ ଦିଆଯାଇଛି।

ଇଞ୍ଜିନ

କମ୍ପାନୀ ଏହି ବାଇକର ପେଷ୍ଟ ସ୍କିମରେ ପରିବର୍ତ୍ତନ କରିବା ସହିତ ଅନ୍ୟ କୌଣସି ଅପଡେଟ କରିନାହିଁ। ଏହି ବାଇକରେ ପୂର୍ବ ଭଳି 109.7 cc ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ ମିଳିଥାଏ। ଏହି ଇଞ୍ଜିନ 7,350 rpmରେ 8.08 bhpର ପାଓ୍ଵାର ଏବଂ 4,500 rpmରେ 8.7 Nm ଟର୍କ ଜେନେରେଟ୍ କରିଥାଏ। ଏହି ବାଇକରେ ୪-ସ୍ପିଡ୍ ମାନୁଆଲ ଗିୟରବକ୍ସର ଟ୍ରାନ୍ସମିସନ ଅପସନ୍ ମିଳିଥାଏ।

ଅଧିକ ମାଇଲେଜ୍‌

TVS Star City Plusରେ ET-Fi ଟେକ୍ନୋଲୋଜି ମିଳିଥାଏ। ଏହା ସାହାଯ୍ୟରେ ଏହି ବାଇକ ୧୫ ପ୍ରତିଶତ ଅଧିକ ମାଇଲେଜ ଦେଉଛି ବୋଲି ଦାବି ହୋଇଛି। ବାଇକରେ LED ହେଡଲ୍ୟାମ୍ପ ଏବଂ USB ମୋବାଇଲ ଚାର୍ଜର ଭଳି ଫିଚର୍ସ ରହିଛି।

ଦାମ୍‌

Star City Plus (ଇଲେକଟ୍ରିକ ଷ୍ଟାର୍ଟ) ଭେରିୟଣ୍ଟର ଡ୍ରମ ଭେରିୟଣ୍ଟର ଦିଲ୍ଲୀ ଏକ୍ସ ସୋରୁମ ଦାମ ୬୫,୮୬୫ ଟଙ୍କା ରଖାଯାଇଛି। ଯେମିତିକି ବାଇକର ଡିସ୍କ ଭେରିୟଣ୍ଟର ଦିଲ୍ଲୀ ଏକ୍ସ-ସୋରୁମ ଦାମ୍ ୬୮,୪୬୫ ଟଙ୍କା ରଖାଯାଇଛି।

Pritiparna

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

12 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

27 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

37 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

48 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago