Ola ଲଞ୍ଚ୍‌ କଲା ୧୪୧ କିମି ରେଞ୍ଜ୍‌ ଦେଉଥିବା ଶସ୍ତା ଇଲେକଟ୍ରିକ ସ୍କୁଟର, ଆପଣଙ୍କ ବଜେଟ୍‌ ଅନୁଯାୟୀ ରହିଛି ଦାମ୍‌

ଇଲେକଟ୍ରିକ୍‌ ସ୍କୁଟର ନିର୍ମାତା Ola ଇଲେକଟ୍ରିକ, ଭାରତରେ ନିଜର ନୂଆ S1 ଇଭିକୁ ଲଞ୍ଚ୍‌ କରିଛି। ଯାହାର ଏକ୍ସ ଶୋରୁମ୍‌ ଦାମ୍‌ ରହିଛି ୯୯,୯୯୯ ଟଙ୍କା। ନୂଆ ଓଲା ଏସ୧ ଇଲେକଟ୍ରିକ ସ୍କୁଟରକୁ ଏସ୧ ପ୍ରୋ ଭଳି ହିଁ କରାଯାଇଛି। ଏବଂ ଏହାକୁ ୧୫ ଅଗଷ୍ଟରୁ ୩୧ ଅଗଷ୍ଟ ଭିତରେ ଆପଣ ମାତ୍ର ୪୯୯ ଟଙ୍କା ଦେଇ ବୁକ୍‌ କରିପାରିବେ। ନୂଆ Ola S1ର ସେଲିଙ୍ଗ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ଏବଂ ଇଲେକଟ୍ରିକ ସ୍କୁଟରର ଡେଲିଭରୀ ୭ ସେପ୍ଟେମ୍ବରରୁ ଆରମ୍ଭ ହେବ। ବଜାରରେ ଏହାର ମୁକାବିଲା ଏବଂ ଭଳି ଇଲେକଟ୍ରିକ ସ୍କୁଟର ଗୁଡିକ Ather 450X, Simple One, TVS iQube ଏବଂ Okinawa Okhi 90 ସହ ହେବ ବୋଲି ସମ୍ଭାବନା କରାଯାଉଛି।

ନୂଆ Ola S1ରେ 2.98kWh ବ୍ୟାଟେରୀ ପ୍ୟାକ୍‌ ରହିଛି। ଏହାର ଟପ୍‌ ସ୍ପିଡ୍‌ ୯୦ କିମି ପ୍ରତି ଘଣ୍ଟା ରହିଛି। ଇଭି ନିର୍ମାତା ଦାବି କରିଛନ୍ତି ଯେ ନୂଆ ଓଲା ଏସ୧ ଫୁଲ ସିଙ୍ଗଲ ଚାର୍ଜରେ ୧୪୧ କିମି ରେଞ୍ଜ୍‌ ଦେଇପାରେ। ନୂଆ ଏସ୧ରେ ମୁଭଓଏସ ଫିଚର୍ସ, ଯେମିତିକି-ମ୍ୟୁଜିକ ପ୍ଲେବ୍ୟାକ, ନେଭିଗେସନ, କମ୍ପେନିୟନ ଆପ୍‌ ଏବଂ ରିଭର୍ସ ମୋଡ୍‌ ମିଳିବ। ନୂଆ Ola S1 ଇଲେକଟ୍ରିକ ସ୍କୁଟର ଦେଖିବାକୁ ବିଲକୁଲ ଏସ୧ ପ୍ରୋ ଭଳି ଲାଗିଥାଏ। ଏହାର ଡିଜାଇନ୍‌ ଏଲିମେଣ୍ଟ ପାଖାପାଖି ସମାନ ଅଛି। ତେବେ ଏହି ନୂଆ ସ୍କୁଟର ଚାରିଟି କଲର ଅପ୍ସନରେ ଉଲବ୍ଧ କରାଯାଇଛି। ଯାହା ଜେଟ ବ୍ଲାକ, ଲିକ୍ୱିଡ୍‌ ସିଲଭର, ପୋର୍ସିଲେନ ହ୍ଵାଇଟ୍‌ ଏବଂ ନିୟୋ ମିଣ୍ଟ ।

Ola S1 ଲଞ୍ଚ୍‌ ସହିତ ହିଁ ଇଭି ନିର୍ମାତା, ଏସ୧ ପ୍ରୋ ଇଲେକଟ୍ରିକ ସ୍କୁଟରର ନୂଆ ‘ଖାକି’ କଲର ସ୍କିମର ମଧ୍ୟ ଘୋଷଣା କରିଛି। Ola S1 ପ୍ରୋର ଖାକି ଏଡିସନ୍‌ ଦାମ୍‌ ୧.୪୯ ଲକ୍ଷ ଟଙ୍କା ରହିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଓଲା ଇଲେକଟ୍ରିକ ନିଜର ପ୍ରଥମ ଇଲେକଟ୍ରିକ କାରକୁ ମଧ୍ୟ ରୋଲଆଉଟ କରିଛି, ଯାହାକୁ ୨୦୨୪ରେ ଲଞ୍ଚ୍‌ କରାଯାଇପାରେ। ଓଲା ଇଲେକଟ୍ରିକର ସିଇଓ ଭାବିଶ୍‌ ଅଗ୍ରଓ୍ଵାଲ କହିଛନ୍ତି ଯେ ଏହା ଭାରତରେ ନିର୍ମିତ ସବୁଠାରୁ ସ୍ପୋର୍ଟି ଲୁକ୍‌ କାର ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ଓଲାର ଇଲେକଟ୍ରିକ କାର ୪ ସେକେଣ୍ଡରେ ୦-୧୦୦ କିମି ପ୍ରତି ଘଣ୍ଟା ବେଗ ହାସଲ କରିବାରେ ସକ୍ଷମ ହେବ। ଏହାସହିତ ଏହା ୫୦୦ କିମି ରୁ ଅଧିକ ରେଞ୍ଜ୍‌ ଦେବ। ନୂଆ ଓଲା ଇଲେକଟ୍ରିକ କାରରେ ଆସିଷ୍ଟେଡ୍‌ ଡ୍ରାଇଭ ଟେକ୍ନୋଲୋଜି, କିଲେସ ଅପରେସନ ଏବଂ ଓଲାର ମୁଭ ଓଏସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.