ନୂଆଦିଲ୍ଳୀ : ଦୁଇ ଚକିଆ ବାହନ ର୍ନିମାତା କମ୍ପାନୀ ବଜାଜ ବଜାରରେ ଏହାର ନୂଆ ପଲସର ଏନଏସ୧୬୦ର ପ୍ରବେଶ ପ୍ରସ୍ତୁତି କରୁଛି। ସୂଚନା ଅନୁଯାୟୀ, ଏହି ନୂଆ ବାଇକରେ ଏବିଏସ (ଏଣ୍ଟି ଲକ୍ ବ୍ରେକିଂ ସିଷ୍ଟମ) ଆଦିର ସୁବିଧା ଦିଆଯାଇଛି। ଏହି ନୂଆ ବାଇକ୍ ମଡ଼େଲ ଚଳିତ ବର୍ଷ ଅକ୍ଟୋବରରେ ଲଞ୍ଚ ହେବା ପାଇଁ ଯାଉଛି। ଏବେ ରହିଥିବା ବଜାଜ ପଳସର ଏନଏସ୧୬୦ର ନୂଆଦିଲ୍ଳୀ ଏକ୍ସସୋ ରୁମ ମୂଲ୍ୟ ୮୨,୬୨୪ ଟଙ୍କା ରହିଛି। ସେପରି ସିଙ୍ଗଲ ଚ୍ୟାନେଲ ଏବିଏସ ଲଗାଯିବା ପରେ ଏହାର ମୂଲ୍ୟକୁ ବଢ଼ାଯାଇ ୯୫,୦୦୦ ଟଙ୍କା କରାଯିବ।
ଏବେ ବଜାରରେ ଥିବା ବାଇକର ଫିଚର ଏହା ରହିଛି। ବାଇକ୍ ଇଞ୍ଜିନ ୧୬୦.୩ସିସି ସିଙ୍ଗଲ ସିଲିଣ୍ଡର ରହିବା ସହ ଡ଼ିଓିଏସ-ଆଇ ଇଞ୍ଜିନ ଏଥିରେ ଲଗଯାଇଛି। ନୂଆ ବାଇକର ଲୁକରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇନାହିଁ। ଏହାକୁ ପୁରୁଣା ମଡ଼େଲ ଭଳି ହିଁ ରଖାଯାଇଛି। କିନ୍ତୁ ବାଇକରେ କିଛି ନୂତନ ଅନୁଭୂତି ଦେବା ପାଇଁ ଏଥିରେ କିଛି କସ୍ମେଟିକ୍ ପରିବର୍ତ୍ତନ କରାଯାଇଛି। ଯେଉଁଥିରେ ନୂତନ ରଙ୍ଗ ଏବଂ ଗ୍ରାଫିକ୍ ସାମିଲ ରହିଛି। ଏଥିରେ ଆଉ କଣ ନୂତନ ଫିଚର ରହିଛି ତାହା ଏହାର ଲଞ୍ଚ ପରେ ହିଁ ଜଣାପଡ଼ିବ।