ଏବେ ସମସ୍ତ ରାସନ କାର୍ଡ ଦୋକାନରେ ଲାଗିବ EPOS ମେସିନ, ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ..

ଯଦି ଆପଣ ବି ଜଣେ ରାସନ କାର୍ଡ ଧାରକ ତେବେ ଏହି ଖବର ଆପଣଙ୍କ ପାଇଁ। ଏବେ ସମସ୍ତ ରାସନ କାର୍ଡ ଧାରକଙ୍କ ପାଇଁ ଏକ ଜରୁରୀ ସୂଚନା ଆସିଛି।ସମସ୍ତ ରାସନ କାର୍ଡ ଧାରକ ଏହି ଖବରକୁ ଜାଣିବା ନିହାତି ଜରୁରୀ। ରାସନ କାର୍ଡ ସରକାରଙ୍କ ତରଫରୁ ନାଗରିକମାନଙ୍କୁ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହି ଡକ୍ୟୁମେଣ୍ଟରେ କେବଳ ଗରିବ ଲୋକଙ୍କୁ ସବସିଡିଯୁକ୍ତ ରାସନ ମିଳେ ନାହିଁ, ବରଂ ଏହା ପରିଚୟ ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ। ଏହାର ବ୍ୟବହାର ନାଗରିକତ୍ୱର ପ୍ରମାଣ, ଠିକଣା ପ୍ରମାଣ ପାଇଁ ବି ବ୍ୟବହୃତ ହୁଏ। ରାସନ କାର୍ଡଧାରୀମାନେ ଗହମ, ଚିନି, ଚାଉଳ, କିରୋସିନ ଆଦିର କ୍ରୟ ଉପରେ ରିହାତି ପାଇ ଥାଆନ୍ତି।

ଯଦି ଆପଣ ରାସନ କାର୍ଡ ଲାଭାର୍ଥୀ ତେବେ ଆପଣଙ୍କ ପାଇଁ ଜରୁରୀ ଖବର। ରାସନ କାର୍ଡ ଉପଭୋକ୍ତା ଙ୍କୁ ନିଜ ଖାଦ୍ୟ ସାମଗ୍ରୀ ସଠିକ ପରିମାଣରେ ଦେବା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ବାହାର କର ିଛନ୍ତି। ଏବେ ସମସ୍ତ ରାସନ କାର୍ଡ ଦୋକାନରେ ଏହି ନିୟମ ଲାଗୁ କରାଯିବ।

ଯଦି ଆପଣ ରାସନ କାର୍ଡ ଧାରକ ଏବଂ ଆପଣ ସରକାରୀ ରାସନର ଲାଭ ଉଠାଉଛନ୍ତି ତେବେ ଆପଣଙ୍କ ପାଇଁ ଜରୁରୀ ଖବର। ସରକାର ରାସନ ଲାଭାର୍ଥିଙ୍କ ହିତକୁ ଧ୍ୟାନରେ ରଖି ଏହି ନିୟମ ବାହାର କରିଛନ୍ତି। ପ୍ରକୃତରେ ରାସନ ଦୋକନରେ ଥିବା କିଛି କର୍ମଚାରୀ ଲୋକଙ୍କୁ ଅନେକ ଥର ତେଲରେ ହେରାଫେରି କରି କମ ସାମଗ୍ରୀ ଦେଇଥାନ୍ତି। ତେଣୁ ଏବେ ରାସନ ଦୋକାନରେ ଇଲେକଟ୍ରିକ ପଏଣ୍ଟ ଅଫ ସେଲ ଅନିବାର୍ଯ୍ୟ କରାଯାଇଛି।

ସୂଚନା ଅନ ୁଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ରାସନ ଲାଭାର୍ଥଙ୍କୁ ସଠିକ ମାତ୍ରାରେ ରାସନ ସାମଗ୍ରୀ ଦେବା ପାଇଁ ସରକାର ନୂଆ ଯୋଜନା ବାହାର କରିଛନ୍ତି। ଏବେ ସମସ୍ତ ରାସନ ଦୋକାନରେ ଇଲେକଟ୍ରିକ ପଏଣ୍ଟ ଅଫ ସେଲ ବା ଇପିଓଏସ୍‌ ଉପକରଣକୁ ଇଲେକଟ୍ରିକ ତରାଜୁ ସହ ଯୋଡ଼ା ଯିବ। ସରକାର ଲାଭାର୍ଥିୀଙ୍କ ପାଇଁ ଖାଦ୍ୟ ତଥା ତୈଳ ସାମଗ୍ରୀ କୁ ସଠି କ ଅନୁପାତରେ ଦେବା ସହ ଫ୍ରଡ କୁ ରୋକିବା ପାଇଁ ଏହି ଉପାୟ ବାହାରିିଛି।

ସରକାରଙ୍କ କହିବା ଅନୁସାରେ ଟିପିଡିଏସ୍‌ ସଞ୍ଚାଳନ ମାଧ୍ୟମ ରେ ଅଧିନିୟମ ଧାରା ୧୨ ଅନ୍ତର୍ଗତ ଖାଦ୍ୟ ତୈଳ ବଣ୍ଟନରେ ସୁଧାର ଆଣିବା ପ୍ରକ୍ରିୟା ପାଇଁଏହି ପଦକ୍ଷେପ ନିଆଯାଇଛି। ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏନଏଫଏସଏ ଅନ୍ତର୍ଗତ ସରକାର ଦେଶରେ ପାଖାପାଖି ୮୦ କୋଟି ଲୋକଙ୍କୁ ପ୍ରତି ମାସରେ ଗହମ, ଚାଉଳ ଦେଉଛନ୍ତି। ନୂଆ ନିୟମରେ ପଏଣ୍ଟ ଅଫ ସେଲ ଡିଭାଇସ୍‌ କୁ କିଣିବା ଆଉ ଏହାକୁ ରକ୍ଷଣାବେକ୍ଷଣ କରିବା ପାଇଁ ମାର୍ଜିନ କରାଯିବ।

Leave A Reply

Your email address will not be published.