ଆସିଲା ପୋଷ୍ଟ ଅଫିସ ଯୋଜନାର ନୂଆ ନିୟମ, ଏବେ ଏତିକି ଟଙ୍କା ନିବେଶ କଲେ ଦେବାକୁ ପଡିବ ଇନକମ୍ ପ୍ରୁଫ୍

ପୋଷ୍ଟ ଅଫିସ୍ ଲୋକମାନଙ୍କୁ ଏହି ସଞ୍ଚୟ ଓ ନିବେଶ କ୍ଷେତ୍ରରେ ଭଲ ବିକଳ୍ପ ପ୍ରଦାନ କରିଥାଏ । ଏହି କାରଣରୁ ଲୋକମାନେ ଏହାକୁ ଖୁବ୍ ପସନ୍ଦ କରିଥାନ୍ତି ।

ପୋଷ୍ଟ ଅଫିସ କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଏକ ନିର୍ଦ୍ଧିଷ୍ଟ ଶ୍ରେଣୀର ନିବେଶକଙ୍କ ଲାଗି ନିୟମକୁ କଡାକଡି କରି ଦିଆଯାଇଛି । ଆମେ ଜାଣୁ ବହୁ ଲୋକ ପ୍ରତି ମାସରେ ସଞ୍ଚୟ ଓ ନିବେଶ ଲାଗି ଲଘୁ ସଞ୍ଚୟ ଯୋଜନାକୁ ପସନ୍ଦ କରିଥାନ୍ତି । ବିଶେଷ କରି ପୋଷ୍ଟ ଅଫିସ୍ ଲୋକମାନଙ୍କୁ ଏହି ସଞ୍ଚୟ ଓ ନିବେଶ କ୍ଷେତ୍ରରେ ଭଲ ବିକଳ୍ପ ପ୍ରଦାନ କରିଥାଏ । ଏହି କାରଣରୁ ଲୋକମାନେ ଏହାକୁ ଖୁବ୍ ପସନ୍ଦ କରିଥାନ୍ତି । ତେବେ ଏହି ଯୋଜନାରେ ଏବେ ନିବେଶ ସହ ଜଡିତ ନିୟମରେ ପରିବର୍ତ୍ତନ କରାଯାଇଛି ।

ଡାକ ବିଭାଗ ପକ୍ଷରୁ ଏ ସମ୍ବନ୍ଧରେ ଏକ ସର୍କୁଲାର ଜାରି କରାଯାଇଛି । ଚଳିତ ସପ୍ତାହରେ ଜାରି କରାଯାଇଥିବା ସର୍କୁଲାରରେ ଡାକ ବିଭାଗ ଲଘୁ ସଞ୍ଚୟ ଯୋଜନାରେ ନିବେଶ କରୁଥିବା ନିବେଶକଙ୍କ ଲାଗି କେୱାଇସି ଅର୍ଥାତ୍ ନିଜ ଗ୍ରାହକଙ୍କୁ ଜାଣ ପ୍ରାବଧାନରେ ପରିବର୍ତ୍ତନ ଆଣିଛି । ଏହି ପରିବର୍ତ୍ତନ ଜରିଆରେ ପୋଷ୍ଟ ଅଫିସ୍ ଯୋଜନାରେ ବଡ ନିବେଶ କରୁଥିବା ବ୍ୟକ୍ତିଙ୍କ ଲାଗି ପ୍ରାବଧାନକୁ କଠିନ କରିଦିଆଯାଇଛି ।

ଏବେ କୌଣସି ନିବେଶକ ଡାକଘର ଯୋଜନାରେ ଯଦି ୧୦ ଲକ୍ଷ ଟଙ୍କାରୁ ଅଧିକ ନିବେଶ କରୁଛି ତେବେ ତାଙ୍କୁ କେୱାଇସି ସହିତ ଇନକମ୍ ପ୍ରୁଫ୍ ସାର୍ଟିଫିକେଟ୍ ବି ଦେବାକୁ ପଡିବ । ଡାକ ବିଭାଗ ପକ୍ଷରୁ ସମସ୍ତ ଡାକଘରକୁ କୁହାଯାଇଛି ଯେ, କ୍ଷୁଦ୍ର ସଞ୍ଚୟ ଯୋଜନାରେ ଏକ ନିର୍ଦ୍ଧିଷ୍ଟ ଶ୍ରେଣୀର ନିବେଶକଙ୍କ ଠାରୁ ଇନକମ୍ ପ୍ରୁଫ୍ ଜରୁର ରଖିବାକୁ । ମନି ଲଣ୍ଡ୍ରିଂ ଓ ଟେରର ଫାଇନାନ୍ସ ଉପରେ ରୋକ୍ ଲଗାଇବାକୁ ଏହି ପରିବର୍ତ୍ତନ କରାଯାଇଛି । ଏବେ ଏହି ମାମଲାରେ ନିବେଶକଙ୍କୁ ପାନ୍ ଓ ଆଧାର ସହିତ ଇନକମ୍ ପ୍ରୁଫ୍ ବି ଦେବାକୁ ପଡିବ ।

ନୂତନ ସର୍କୁଲାରରେ ଡାକବିଭାଗ ନିବେଶକଙ୍କୁ ୩ ଶ୍ରେଣୀରେ ବିଭକ୍ତ କରିଛି । କୌଣସି ନିବେଶକ ୫୦ ହଜାର ଟଙ୍କାରେ କୌଣସି ଯୋଜନାରେ ଖାତା ଖୋଲୁଥିଲେ ଓ ପୋଷ୍ଟ ଅଫିସ୍ରେ ସମସ୍ତ ଯୋଜନାରେ ତାଙ୍କ ବାଲାନ୍ସ ୫୦ ହଜାରରୁ ଅଧିକ ହେଉ ନ ଥିଲେ ତାଙ୍କୁ ଲୋ ରିସ୍କ କାଟାଗୋରୀରେ ଥିବା ନିବେଶକ ମନେ କରାଯିବ । ସେହିପରି ୫୦ ହଜାରରୁ ଅଧିକ କିନ୍ତୁ ୧୦ ଲକ୍ଷରୁ କମ୍ ଟଙ୍କାରେ ଆକାଉଣ୍ଟ ଖୋଲୁଥିବା ଗ୍ରାହକଙ୍କୁ ମିଡିୟମ୍ ରିସ୍କ କାଟାଗୋରୀରେ ଶ୍ରେଣୀରେ ରଖାଯିବ । ଯଦି ସମସ୍ତ ଯୋଜନାକୁ ମିଶାଇ ବାଲାନ୍ସ ୧୦ ଲକ୍ଷ କିମ୍ବା ଏହାଠାରୁ ଅଧିକ ହେଉଥି ତେବେ ଏପରି ଗ୍ରାହକଙ୍କୁ ହାଇ ରିସ୍କ କାଟାଗୋରୀ ମନେ କରାଯିବ ଓ ସେମାନଙ୍କ ଉପରେ କଡା ନିୟମ ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.