ବଦଳିଯିବ ଚେକ୍‌ ପେମେଣ୍ଟ କରିବାର ନିୟମ, ଆସନ୍ତା ଜାନୁଆରୀରୁ ଲାଗୁ ହେବ ନୂଆ ନିୟମ

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ପକ୍ଷରୁ ବ୍ୟାଙ୍କ କରୁଥିବା ଠକାମୀରୁ ବଞ୍ଚିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଜାନୁଆରୀ ୨୦୨୧ରୁ ଚେକ୍‌ ପାଇଁ ପଜେଟିଭି ପେ ସିଷ୍ଟମ(Positive Pay system) ଆରମ୍ଭ କରିବାକୁ ଯାଉଛି। ତେବେ ଏହାକୁ ନେଇ କ’ଣ ରହିବ ନୂଆ ନିୟମ..

ଏହି ପଜେଟିଭି ପେ ସିଷ୍ଟମ ଅନୁଯାୟୀ, ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଚେକ୍‌ ଦେଇଥିବା ସଂସ୍ଥା କିମ୍ବା ଏଜେନ୍ସୀ ବିଷୟରେ ବାରମ୍ବାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯିବ ନିତାନ୍ତ ଜରୁରୀ। ଏହି ସିଷ୍ଟମରେ ଚେକ୍‌ ଜାରି କରିଥିବା ସଂସ୍ଥା ଏସଏମଏସ, ମୋବାଇଲ ଆପ, ଇଣ୍ଟରନେଟ ବ୍ୟାଙ୍କିଂ କିମ୍ବା ଏଟିଏମ୍‌ ମାଧ୍ୟମରେ ସର୍ବନିମ୍ନ ଡିଟେଲ୍ସ ନିଶ୍ଚିତ ଦେବା ଦରକାର।

bank

ଏଥିରେ ତାରିଖ, ନାମ, ପ୍ରାପ୍ତକର୍ତ୍ତାଙ୍କ ବିବରଣୀ ଏବଂ ଅର୍ଥରାଶି ବିଷୟରେ ବିବରଣୀ ରହିଥିବା ଆବଶ୍ୟକ। ଏହିସବୁ ବିବରଣୀ ଚେକ୍‌ ପେମେଣ୍ଟ ପୂର୍ବରୁ ନିଶ୍ଚିତ ଭାବେ ତଦାରଖ କରାଯିବ। ଯଦି କୌଣସି ପ୍ରକାର ତ୍ରୁଟି ରୁହେ, ତେବେ ଚେକ୍‌ ପ୍ରସ୍ତୁତକାରୀ ବ୍ୟାଙ୍କ ଏବଂ ଟଙ୍କା ନେଉଥିବା ବ୍ୟାଙ୍କକୁ ଜଣାଇଦିଆଯିବ।

check

ଆରବିଆଇ ମୁତାବକ, ଏହି ସୁବିଧାର ଲାଭ ଖାତାଧାରକ କିପରି ଉଠାରେ ତାହା ସଂପୂର୍ଣ୍ଣ ଭାବେ ସେମାନଙ୍କଉପରେ ନିର୍ଭର କରିବ। ବ୍ୟାଙ୍କ ୫ ଲକ୍ଷ କିମ୍ବା ତା’ ଠାରୁ ଅଧିକ ରାଶିଥିବା ଚେକ୍‌ ପାଇଁ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରିପାରେ। ଏହି ସିଷ୍ଟମରେ ୧ ଜାନୁଆରୀ ୨୦୨୧ରୁ ଲାଗୁ ହେବ । ବ୍ୟାଙ୍କ ଏହି ବିଷୟରେ ଗ୍ରାହକଙ୍କୁ ଏସଏମଏସ ଜରିଆରେ ସଚେତନ କରିବ। ଏହା ସହିତ ବ୍ୟାଙ୍କ ନିଜର ଶାଖା, ଏଟିଏମ ସହିତ ନିଜର େଓ୍ଵବସାଇଟ ଏବଂ ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଦେବ।