ଲଞ୍ଚ ହେଲା ନୁଆ ସ୍କିମ, ପାଖରେ ଟଙ୍କା ନଥାଇ ମଧ୍ୟ ଟ୍ରେନରେ କରିପାରିବେ ଯାତ୍ରା

ଯାତ୍ରୀ ମାନଙ୍କର ସେବା ଉପରେ ଧ୍ୟାନରେ ରଖି ଭାରତୀୟ ରେଳ ଏକ ବଡ ପଦକ୍ଷେପ ଉଠାଇଛନ୍ତି। ଉପସ୍ଥିତ ସମୟରେ ରେଳ ତରଫରୁ ଯାତ୍ରୀଙ୍କୁ ଏକ ଟଙ୍କା ପର‌୍ୟ୍ୟନ୍ତ ବୀମା ମିଳିଥାଏ। ଏବେ ରେଳୱେ ଏକ ନୁଆ ପଦକ୍ଷେପ ଲଞ୍ଚ କରିଛନ୍ତି। ଏହାଦ୍ବାରା ଆପଣ ବିନା ଟଙ୍କାରେ ମଧ୍ୟ ରେଳ ଯାତ୍ରା କରିପାରିବେ। ଯଦି ଆପଣ ଟ୍ରେନ୍ ଟିକଟ୍ ବୁକ୍ କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ପାଖରେ ଟଙ୍କା ନଥିଲେ ସେତେବେଳେ କରିବେ କଣ ? ଏଭଳି ସ୍ଥିତିରେ ଆପଣ ଟିକଟ୍ ବୁକ୍ କରିପାରିବେ ଏବଂ ୧୪ ଦିନ ଭିତରେ ଟଙ୍କା ଫେରସ୍ତ ଦେଇପାରିବେ ।

ଏହି ସ୍କିମର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆଇଆରସିଟିସି ଖାତାରେ ଲଗଇନ କରିବାକୁ ହେବ, ଯେଉଁଠି ଆପଣ ନିଜର ଟିକେଟ ବୁକ କରିପାରିବେ। ଏଠାରେ ଆପଣ କିଛି ଡିଟେଲକୁ ପୂରଣ କରିବା ପରେ ନିଜର ସୁବିଧା ଅନୁସାରେ ଟ୍ରେନ ର ଚୟନ କରନ୍ତୁ ଏବଂ ଏହାପରେ ବୁକ୍ ର ବିକଳ୍ପ ଉପରେ କ୍ଲିକ କରନ୍ତୁ।

ଏହାପରେ ଆପଣଙ୍କୁ ପ୍ୟାସେଞ୍ଜରଙ୍କ ଡିଟେଲସ ଏବଂ କାପଚା କୋଡକୁ ଭରିବାକୁ ହେବ। ଏହାପରେ ନେକ୍ସଟ ବଟନ କ୍ଲିକ କରନ୍ତୁ। ଏହାପରେ ଏକ ନୂଆ ପେଜ ଓପନ ହୋଇଯିବ। ଏହି ପେଜରେ ଆପଣଙ୍କୁ ପେମେଣ୍ଟର ଡିଟେଲ ପୂରଣ କରିବାକୁ ହେବ, ଯେଉଁଠି କ୍ରେଡିଟ୍, ଡେବିଟ୍, ଭୀମ୍ ଆପ୍ ଏବଂ ନେଟ୍ ବ୍ୟାଙ୍କିଂ ଭଳି ବିକଳ୍ପ ଆପଣଙ୍କ ସାମ୍ନାକୁ ଆସିବ। ଏହାପରେ ଆପଣଙ୍କୁ ePayLater  ଅପସନ ମିଳିବ, ଯେଉଁଠି କ୍ଲିକ କରିବା ପରେ ଆପଣଙ୍କ ଟିକେଟ କନଫର୍ମ ହୋଇଯିବ।

ଅବଶ୍ୟ ଇ-ପେ ଲେଟରର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏଥିରେ ରେଜିଷ୍ଟ୍ରେସନ କରିବାକୁ ହେବ। ଏହାପାଇଁ ଆପଣଙ୍କୁ କୁ ଯିବାକୁ ହେବ। ଯେଉଁଠି ଆପଣଙ୍କ ସମ୍ମୁଖକୁ ବିଲ୍ ପେମେଣ୍ଟର ବିକଳ୍ପ ଆସିବ। ଏହି ବିକଳ୍ପକୁ ଚୟନ କରିବା ପରେ ଆପଣଙ୍କୁ ବିନା ପେମେଣ୍ଟ କରି ଟ୍ରେନ ଟିକେଟ ମିଳିଯିବ।

ଏହା ସହ ପଢ଼ନ୍ତୁ : ଆଧାର କାର୍ଡ ହଜିଗଲେ କରନ୍ତୁ ନାହିଁ ଚିନ୍ତା, ଏହି ପ୍ରକ୍ରିୟାରେ ଘରେ ବସି ପାଇବେ ନୂଆ ଆଧାର କାର୍ଡ

ଅର୍ଥଶାସ୍ତ୍ର ବେସରକାରୀ ଲିମିଟେଡର ପାଇଲଟ୍ ପ୍ରୋଜେକ୍ଟ ଇ-ପେ ଲେଟର ଆପଣଙ୍କୁ ଏଥିରେ ସାହାଯ୍ୟ କରିବ । ଏହି ପ୍ରୋଜେକ୍ଟକୁ ଇଣ୍ଡିଆନ୍ ରେଲୱେ କେଟରିଙ୍ଗ୍ ଆଣ୍ଡ୍ ଟୁରିରିଜମ୍ କର୍ପୋରେସନ୍ (ଆଇଆରସିଟିସି) ତରଫରୁ କରାଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ପ୍ରୋଜେକ୍ଟ ଏବଂ କିଭଳି କରିବେ ଏହାର ବ୍ୟବହାର ।

ଇ-ପେ ଲେଟର୍

ଏହି ସ୍କିମ ଅନୁସାରେ କୌଣସି ଗ୍ରାହକ ଆଇଆରସିଟିସିର ୱେବସାଇଟରୁ ବିନା କୌଣସି ପେମେଣ୍ଟରେ ୧୪ ଦିନ ପରେ ଟଙ୍କା ଦେଇପାରିବେ । ଏହି ସେବାର ଲାଭ ଉଠାଉଥିବା ଲୋକଙ୍କୁ ୩.୫ ପ୍ରତିଶତ ସର୍ଭିସ୍ ଚାର୍ଜ ଦେବାକୁ ହେବ । ଯଦି ଆପଣ ୧୪ ଦିନ ଭିତରେ ପେମେଣ୍ଟ ଦେଉଛନ୍ତି ତେବେ ଆପଣଙ୍କୁ ଅତିରିକ୍ତ ସୁଧ ଦେବାକୁ ପଡିବନାହିଁ । ଯଦି ଏହାଛଡା ଆପଣ ଉଚିତ୍ ସମୟରେ ନେଣଦେଣ କରନ୍ତି ତେବେ ଆପଣଙ୍କ କ୍ରେଡିଟ୍ ଲିମିଟ୍ କୁ ବଢାଇପାରିବେ ।

ଏହି ସୁବିଧାର ଲାଭ ଆପଣ ଆଇଆରସିଟିସି ଆକାଉଣ୍ଟରୁ ଉଠାଇ ପାରିବେ । ଟିକଟ୍ ବୁକ୍ କରୁଥିବା ସମୟରେ ଆପଣ ଏହି କଥାକୁ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଟିକଟର ଦର କ୍ରେଡିଟ୍ ସୀମା ଭିତରେ ରହିବା ଦରକାର ଏବଂ ଠିକ୍ ସମୟରେ ପେମେଣ୍ଟ ହେବା ଆବଶ୍ୟକ । ଯଦି ଆପଣ ପେମେଣ୍ଟରେ ବିଳମ୍ବ କରୁଛନ୍ତି ତେବେ କ୍ରେଡିଟ୍ ଲେସ୍ ହୋଇଯିବ ଯାହାପରେ ଆପଣ ଏହି ସୁବିଧାକୁ ନେଇପାରିବେ ନାହିଁ ।

Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago