• Likes
  • Followers
  • Followers
  • Subscribers
  • Subscribe
  • Thursday, June 19, 2025

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • EPFOର ନୂଆ ସ୍କିମ, ଏବେ ଏହି ଲୋକଙ୍କୁ ମାସକୁ ମିଳିବ ବଢ଼ିଆ ଅଙ୍କର ପେନସନ

EPFOର ନୂଆ ସ୍କିମ, ଏବେ ଏହି ଲୋକଙ୍କୁ ମାସକୁ ମିଳିବ ବଢ଼ିଆ ଅଙ୍କର ପେନସନ

By D Sonali Last updated Sep 10, 2022
epfo
pc: business league
WhatsApp Banner

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଆଣିବାକୁ ଯାଉଛି ନୂଆ ସ୍କିମ। ଏହି ସ୍କିମରେ ଶ୍ରମିକ ଶ୍ରେଣୀ ଲାଭରେ ରହିବେ। ମଜୁରିଆ ଜୀବନ ଅତିବାହିତ କରୁଥିବା ଶ୍ରମିକମାନଙ୍କୁ ମୋଟା ଅଙ୍କର ଫାଇଦା ଦେବାକୁ ଏହି ନୂଆ ସ୍କିମ ଆଣିଛି ଇପିଏଫଓ ବା କର୍ମଚାରୀ ଭବିଷ୍ୟ ନିଧି ସଂଗଠନ । କର୍ମଚାରୀଙ୍କ ଭବିଷ୍ୟ ନିଧି ପାଣ୍ଠି ସଂଗଠନ ଏହାର ପେନ୍ସନ୍ ଯୋଜନାର କଭରେଜ୍ ବୃଦ୍ଧି କରିପାରିବ। ବ୍ୟକ୍ତିଗତ ଅବଦାନ କୁ ଆଧାର କରି ଇପିଏଫ ନୂଆ ଯୋଜନା ବାହାର କରିଥାଏ। ଯାହା ପ୍ରତ୍ୟେକଙ୍କୁ ୬୦ ବର୍ଷ ବୟସ ପରେ ଲାଭ ମିଳିବ।

ତେବେ ଶ୍ରମିକମାନଙ୍କ ପାଇଁ ଆସିବାକୁ ଥିବା ଏହି ଯୋଜନା ୟୁନିଭର୍ସାଲ ପେନସନ ସ୍କିମ । ୧୯୯୫ ମସିହାରେ ହୋଇଥିବା କର୍ମଚାରୀ ପେନସନ ଯୋଜନା EPS ରେ ଥିବା ସମସ୍ୟାର ସମାଧାନ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିବ । ଇପିଏସରେ ଥିବା ଯୋଜନା ଅନୁଯାୟୀ ଯେଉଁମାନେ ପ୍ରତି ମାସରେ ୧୫ ହଜାର ଟଙ୍କା ରୋଜଗାର କରୁଥିଲେ, ସେମାନଙ୍କୁ ଏକ ସାମାନ୍ୟ ପେନସନ ରାଶି ମିଳୁଥିଲା।

ଏହି ଯୋଜନାରେ ପରିବର୍ତ୍ତନ କରାଯାଇ ନୂଆ ଯୋଜନା କରାଯାଇଛି। ନୂଆ ଯୋଜନା ଅନୁଯାୟୀ ଅବସରକାଳୀନ ପେନସନ, ବିଧବା ଭତ୍ତା, ପିଲାଙ୍କ ପାଇଁ ଭତ୍ତା ଯୋଜନା, ଦିବ୍ୟାଙ୍ଗ ଭତ୍ତା ପ୍ରମୁଖ ସାମିଲ କରାଯାଇଛି। ଯଦିଓ ପେନସନ ଲାଭ ପାଇଁ ସର୍ବନିମ୍ନ ଯୋଗ୍ୟତା ୧୫ ବର୍ଷ ରହିବ। ଯଦି କୌଣସି କର୍ମଚାରୀଙ୍କ ୬୦ ବର୍ଷ ପୂର୍ବରୁ ମୃତ୍ୟୁ ହେଇ ଯାଉଛି ତେବେ ତାଙ୍କୁ ୟୁନିଭରସାଲ ପେନସନ ସ୍କିମରେ ପରିବାର ସଦସ୍ୟଙ୍କୁ ପେନସନ ମିଳିବ।

ମାସକୁ ୩ ହଜାର ଟଙ୍କା ପେନସନ:
ଏହି ଯୋଜନାରେ ମାସକୁ ଅତିକମରେ ୩ ହଜାର ଟଙ୍କାର ପେନସନ ମିଳିବ। ଏଥିପାଇଁ କିଛି ନିୟମ ମଧ୍ୟ ମାନିବାକୁ ହେବ। ନିଜ ପେନସନ ଆକାଉଣ୍ଚରେ ଅତିକମରେ ମୋଟ ୫.୪ ଲକ୍ଷ ଟଙ୍କା ଜମା କରିବାକୁ ହେବ। ଇପିଏଫଓ ସଦସ୍ୟ ସ୍ୱେଚ୍ଛାକୃତ ଭାବେନିଜ ରାଶିକୁ ରଖିପାରିବେ।। ଅଧିକ ପେନସନ ପାଇଁ ମଧ୍ୟ ସେମାନେ ବଡ଼ ଆକାରର ରାଶି ମଧ୍ୟ ଜମା କରିପାରିବେ। ଯାହା ତାଙ୍କର ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ଇଚ୍ଛା ରହିବ। । ବର୍ତ୍ତମାନ ସମୟରେ ୨୦ରୁ ଅଧିକ ଅନୁଷ୍ଠାନରେ ୧୫ ହଜାରରୁ ଅଧିକ ରୋଜଗାର କରୁଥିବା ଶ୍ରମିକ ମାନଙ୍କ ପାଇଁ ଇପିଏଫଓରେ ସାମିଲ ହେବା ଅନିବାର୍ଯ୍ୟ ରହିଛି। ପ୍ରତ୍ୟେକ କର୍ମଚାରୀ ନିଜ ମୂଳ ଦରମାର ୧୨ % ରାଶି ଇପିଏଫଓରେ ଜମା ରଖିବାକୁ ହେବ। ଇପିଏଫରେ ଯୋଗଦାନ କରୁଥିବା ସମସ୍ତ ବ୍ୟକ୍ତିବିଶେଷ ଙ୍କ ଇପିଏସ ବାଧ୍ୟତାମୂଳକ ବୋଲି କୁହାଯାଇଛି।

daily wagersEPFOEPFO account
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • କେନ୍ଦ୍ରାପଡ଼ା ;  ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କ ସହ…

    Jun 19, 2025 0
  • କାହିଁକି ମହିଳା ଅପରାଧୀ ଏବେ ଫୋକସରେ ?

    Jun 19, 2025 0
  • ତେଲକୋଇ : ବରଯାତ୍ରୀଙ୍କ ଉପରେ ଗଛ ପଡି ଜଣେ ମୃତ

    Jun 19, 2025 0
  • ବ୍ରେକ ଫେଲ୍ ହୋଇ ରାସ୍ତା କଡକୁ ଓଲାଟିଲା ଗାଡ଼ି , ୧୨ରୁ…

    Jun 19, 2025 0
  • କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂ ୨୦୨୬, ଓଡ଼ିଶାରେ ଘରୋଇ…

    Jun 19, 2025 0
  • ମାମୁଁ ଘର ଦାଣ୍ଡରେ ଖେଳୁଥିଲେ ଦୁଇ ଭଉଣୀ, ପୋଖରୀରେ ବୁଡି ଜୀବନ…

    Jun 19, 2025 0
  • Founder’s Message
  • Contact us
  • Advertise
  • Privacy Policy
  • Terms Of Service
  • Disclaimer
© 2025 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ