ନୂଆ ବର୍ଷରେ ନୂଆ ଦର, ଏସବୁ ଜିନିଷ ପାଇଁ ପକେଟ୍‌ରୁ ଅଧିକ ହେବ ଖର୍ଚ୍ଚ

ନୂଆଦିଲ୍ଲୀ : ନୂଆ ବର୍ଷରେ କିଛି କଥା ପାଇଁ ଜନସାଧାରଣଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ । ଆସନ୍ତୁ ନଜର ପକାଇବା କେଉଁଥିରେ ଆମ ସମସ୍ତଙ୍କୁ ପକେଟ୍‌ ଖାଲି କରିବାକୁ ପଡ଼ିବ ।

ଜିଏସ୍‌ଟି ପୂର୍ବର ସାମଗ୍ରୀ ବିକ୍ରି ହୋଇ ପାରିବ ନାହିଁ

ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଉତ୍ପାଦିତ ସାମଗ୍ରୀ ଆଉ ବିକ୍ରି ହୋଇ ପାରିବ ନାହିଁ । ଏହାକୁ କେବଳ ୨୦୧୮ ଡିସେମ୍ବର ୩୧ ଯାଏ ବିକ୍ରି କରିବା ଲାଗି ଅନୁମତି ଦିଆଯାଇଥିଲା । ତେଣୁ ନୂଅ ଜିନିଷ ନୂଆ ଦର ସହ ଗ୍ରାହକଙ୍କୁ କିଣିବାକୁ ହେବ ।

ବଢ଼ିଗଲା କାର୍‌ ମୂଲ୍ୟ

ଆଜି ଠାରୁ ବିଭିନ୍ନ କାର୍‌ ମୂଲ୍ୟ ବୃଦ୍ଧି ହୋଇଛି । ତେଣୁ ନୂଆ ବର୍ଷରେ ନୂଆ କାର୍‌ କିଣିବାକୁ ଯୋଜନା କରିଥିବା ଲୋକଙ୍କୁ ପ୍ରାୟ ୪୦ ହଜାର ଟଙ୍କା ଅଧିକ ଅର୍ଥ ଦେଇ କାର୍‌ କିଣିବାକୁ ହେବ ।

CARS

ଦୁର୍ଘଟଣା ବୀମା ହେଲା ମହଙ୍ଗା

ଦୁର୍ଘଟଣା ବୀମା ବାବଦ ଅର୍ଥ ନୂଆ ବର୍ଷରୁ ଅଧିକ ଦେବାକୁ ହେବ । ୨୦୧୯ ଜାନୁଆରୀ ୧ରୁ ଯାନ ବାହନ ଦୁର୍ଘଟଣା ବୀମା ପ୍ରାୟ ୧୫ ଗୁଣ ବଢ଼ି ଯାଇଛି । ଦୁର୍ଘଟଣା ବୀମା କ୍ଲେମ୍‌ ଅର୍ଥକୁ ସର୍ବନିମ୍ନ ୧ ଲକ୍ଷରୁ ବଢ଼ାଇ ୧୫ ଲକ୍ଷ କରିବାକୁ ଆଇଆରଡିଏ ନିର୍ଦ୍ଦେଶ ଦେବା ପରେ ଏଭଳି ହୋଇଛି । ଯାହାର ପ୍ରିମିୟମ ୭୫୦ ଟଙ୍କା ରହିବ । ପୂର୍ବରୁ ଦୁଇ ଚକିଆ ଯାନ ପାଇଁ ୧ ଲକ୍ଷ ଏବଂ କମର୍ସିଆଲ ଓ ବ୍ୟକ୍ତିଗତ କାର୍‌ ଆଦି ପାଇଁ ୨ ଲକ୍ଷ ଟଙ୍କା ବୀମା କ୍ଲେମ୍‌ ଥିଲା ।

ପୁରୁଣା ଚେକ୍‌ ବି କାମ ଦେବ ନାହିଁ

ପୁରୁଣା ଏଟିମ୍‌ କାର୍ଡ଼ ଭଳି ପୁରୁଣା ଚେକ୍‌ ମଧ୍ୟ ଆଉ କାମ ଦେବ ନାହିଁ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ନୋଟିସ୍‌ ଜାରି କରିଥିଲେ । ୨୦୧୯ ଜାନୁଆରୀ ୧ରୁ ସିଟିଏସ୍‌ ଚେକ୍‌ବୁକ୍‌ ବ୍ୟବହାର କରିବାକୁ ହେବ । ନିଜ ନିଜ ବ୍ୟାଙ୍କ ଶାଖାରୁ ଆପଣମାନେ ଏହି ନୂଆ ଚେକ୍‌ବୁକ୍‌ ପାଇ ପାରିବେ । ଏଥିରେ ବାମ ପାର୍ଶ୍ୱରେ CTS-2010 ଲେଖାଥିବ ।

CHEQUE BOOK

ଆୟକର ଦାଖଲ ନକଲେ ଦୁଇ ଗୁଣ ଜରିମାନା

IT RETURN

ଆୟକର ବିଭାଗ ରିଟର୍ଣ୍ଣ ଦାଖଲ ପାଇଁ ୨୦୧୮ ଡସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ । ରିଟର୍ଣ୍ଣ ଦାଖଲରେ ବିଳମ୍ବ କରିଥିବା ବ୍ୟକ୍ତିମାନଙ୍କୁ ଏହି ସମୟ ଭିତରେ ୫ ହଜାର ଟଙ୍କା ଜରିମାନା ଦେବାକୁ ଥିଲା । ଏବେ ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲେ ମଧ୍ୟ ଜରିମାନା ବାବଦରେ ଦେବାକୁ ହେବ ଦୁଇଗୁଣ । ମାନେ ୧୦ ହଜାର ଟଙ୍କା ।

ଘର ଲୋନ୍‌ ପାଇଁ ଲାଗିବ ପ୍ରୋସେସିଂ ଫି

ଏବେଠାରୁ ଘର ବାବଦ ୠଣ ଆଣିଲେ ଗ୍ରାହକଙ୍କୁ ଦେବାକୁ ହେବ ପ୍ରୋସେସି ଫି । ସବୁ ବ୍ୟାଙ୍କ ଏହି ପ୍ରୋସେସିଂ ଫି ନେଉଛନ୍ତି । ତେଣୁ ୠଣୁ ଆଣିବା ଲାଗି ଏହି ନୂଆ ବର୍ଷରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.