ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଲାଇବାର ଅନେକ ନିୟମ ରହିଛି। ଯାହା ଆମ ସୁରକ୍ଷା ପାଇଁ ତିଆରି କରାଯାଇଛି। ଯଦି ସେହି ନିୟମକୁ କେହି ବି ଉଲଂଘନ କରନ୍ତି ତେବେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଜକୁ ବିପଦରେ ପକାନ୍ତି। ଏହାସହ ଅନ୍ୟମାନେ ମଧ୍ୟ ବିପଦରେ ପଡ଼ନ୍ତି। ତେଣୁ ସମସ୍ତଙ୍କୁ ସଡ଼କ ନିୟମ ପାଳନ କରିବା ପାଇଁ କୁହାଯାଇଛି।
ଯଦି ଆପଣ ଟ୍ରାଫିକ ନିୟମ ମାନୁ ନାହାଁନ୍ତି ତେବେ ଟ୍ରାଫିକ ନିୟମ ମୁତାବିକ ସ୍କୁଟି ପାଇଁ ଆପଣଙ୍କର୨୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ। ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଟି ଚଲାଇବା ଦ୍ୱାରା ୫୦୦୦ ଟଙ୍କା ଫାଇନ, ବିନା ରେଜିଷ୍ଟ୍ରେସନ ସାର୍ଟିଫିକେଟ ପାଇଁ ଚାଲାଣ ୫ହଜାର ଟଙ୍କା, ବିନା ଇନସୁରାନ୍ସରେ ୨ ହଜାର ଟଙ୍କା, ଏୟାର ପଲ୍ୟୁସନ ଷ୍ଟାଣ୍ଡାଡକୁ ଭାଙ୍ଗିବା ପାଇଁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ। ଏହାସହ ବିନା ହେଲମେଟ ଗାଡ଼ି ଚଲାଇବା ପାଇଁ ୧୦୦୦ ଟଙ୍କା ଭରିବାକୁ ହେବ।
କିନ୍ତୁ ଏହାରି ମଧ୍ୟରେ ଦିଲ୍ଳୀରେ ଜଣେ ଯୁବକଙ୍କୁ ମୋଟ ୨୩ ହଜାର ଟଙ୍କାର ଜରିମାନା ଭରିବାକୁ ପଡ଼ିଛି। ଦିଲ୍ଳୀର ଦିନେଶ ମଦାନଙ୍କଠୁ ଗୁରୁଗ୍ରାମ ପୋଲିସ ୨୩ ହଜାର ଟଙ୍କା ଚାଲାଣ କାଟିଛି। ଚାଲାଣ ରସିଦ ମୁତାବିକ ଦିନେଶ ମଦାନା ବିନା ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ , ବିନା ଥାର୍ଡ ପାର୍ଟି ଇନୁସୁରାନ୍ସ, ବିନା ପଲ୍ୟୁସନ ସାର୍ଟିଫିକେଟ ଏବଂ ବିନା ହେଲମେଟରେ ଡ୍ରାଇଭିଂ କରିବା ଯୋଗୁଁ ତାଙ୍କର ମୋଟ ୨୩ ହଜାର ଟଙ୍କା ଚାଲାଣ କଟିଛି। ଏକାଥରକେ ଏତେ ସାର୍ଟିଫିକେଟ ନରହିଥିବାରୁ ତାଙ୍କର ଏତେ ବଡ଼ ଚାଲାଣ କଟିଛି।