Volkswagen ଭାରତରେ ଲଞ୍ଚ କଲା Tiguan R-Line, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍

ବହୁତ ଦିନର ଅପେକ୍ଷା ପରେ, Volkswagen India ଭାରତରେ ଏହାର ନୂଆ ସ୍ପୋର୍ଟି SUV Tiguan R-Line ଲଞ୍ଚ କରିଛି । ଏହି କାରର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ରଖାଯାଇଛି । Volkswagen କହିଛି ଯେ ଏହି କାରକୁ ଭବିଷ୍ୟରେ ପରିବତର୍ତ୍ତନ କରାଯାଇପାରିବ । Volkswagen Tiguan R-Line ନୂଆ MQB Evo ପ୍ଲାଟଫର୍ମର ଏକ ଅପଡେଟ୍ ଭର୍ସନରେ ପ୍ରସ୍ତୁତ କରାଯାଇଛି ।

Volkswagen Tiguan R-Line କୁ ପୂର୍ବ ଅପେକ୍ଷା ଅଧିକ ସ୍ପୋର୍ଟି ଲୁକ୍ ଏବଂ ଅନେକ ଫିଚର୍ସ ସହିତ ଲଞ୍ଚ କରାଯାଇଛି । ଏହି Volkswagen କାରଟି ୨.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ସହିତ ଲେସ୍ । ଯେଉଁଥିରେ ୭-ସ୍ପିଡ୍ DSG ଅଟୋମେଟିକ୍ ଗିୟରବକ୍ସ ଅଛି । ଏହି ଗାଡିଟି ଅଲ୍-ହ୍ବୁଲ୍ ଡ୍ରାଇଭ୍ ମୋଡରେ ଚାଲିବ । କାରଟିରେ ପ୍ରୋ ଆଡପ୍ଟିଭ୍ ସସପେନସନ୍ ଏବଂ Tiguan ର ନ୍ୟୁ ଜେନେରେସନ୍ ମଡେଲକୁ ନୂଆ ଷ୍ଟାଇଲ୍ ଦିଆଯାଇଛି । ଏହି କାର ଏକ ସାର୍ପ ଲୁକ୍ ସହିତ ଆସୁଛି ।

Tiguan R-Line ର ଫିଚର୍ସ ଏବଂ ଇଣ୍ଟେରିୟର :
Tiguan ର ଇଣ୍ଟେରିୟର ମଧ୍ୟ ମର୍ଡନ ଲୁକ୍ ପ୍ରଦାନ କରେ । Volkswagen Tiguan ଏକ ପରଫରମାନ୍ସ SUV ଯାହା ୧୫.୧-ଇଞ୍ଚ ଟଚସ୍କ୍ରିନ୍ ସହିତ ଆସିଥାଏ । ଏହି କାରର ପ୍ରାଇସ୍ ୫୦ ଲକ୍ଷ ଟଙ୍କା ରଖାଯାଇଛି । ଭାରତୀୟ ବଜାରରେ Tiguan ର ସେଲ୍ ପାଇଁ ପୂର୍ବରୁ ଉପଲବ୍ଧ ହୋଇସାରିଛି । କିନ୍ତୁ ଏବେ ୨.୦-ଲିଟର TSI ଇଞ୍ଜିନ୍ ସହିତ ଏହା ପୂର୍ବ ଅପେକ୍ଷା ଆହୁରି ପାୱାରଫୁଲ୍ ହୋଇଯାଇଛି । ଏହି Volkswagen କାରଟି ସମ୍ପୂର୍ଣ୍ଣ ଭାବରେ ବିନେଶରେ ତିଆରି ହୋଇଛି ।

ଏହି Volkswagen କାରରେ ଆପଣଙ୍କୁ ୬ଟି କଲର ଅପ୍ସନ ମିଳିପାରିବ । ଏହି କାରଟି ପର୍ସିମନ୍ ରେଡ୍ ମେଟାଲିକ୍ ଏବଂ ସିପ୍ରେସିନୋ ଗ୍ରୀନ୍ ମେଟାଲିକ୍ ଭଳି କଲରରେ ଉପଲବ୍ଧ । ଆପଣ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ କିମ୍ବା ନିକଟତମ ଡିଲରସିପକୁ ଯାଇ ଏହି କାର୍ ବୁକ୍ କରିପାରିବେ । ଯାହା ପ୍ରିମିୟମ୍ ସ୍ପୋର୍ଟି SUV Golf GTI ସହିତ ସେଲ୍ ହେବ । କାରର ସେଫ୍ଟି ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ୯-ଏୟାରବ୍ୟାଗ୍ ଦିଆଯାଇଛି ଏବଂ ADAS ଲେବଲ୍ 2 ଫିଚର ରହିଛି । ଖାସ୍ କଥା ହେଉଛି ଯେ NCAP ସେଫ୍ଟି ରେଟିଙ୍ଗରେ 5–ଷ୍ଟାର୍ ରେଟିଂ ପାଇଛି ।

Also read : Volkswagen ର ଏହି ପପୁଲାର୍ କାର୍ ଉପରେ ମିଳିବ ଲକ୍ଷ ଲକ୍ଷ ଟଙ୍କାର ଡିସକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ