ଦରମା ବୃଦ୍ଧି ହେବା ଖୁସି ହୋଇଯିବ ଗାଏବ! ‘New Wage Code’ଲାଗୁ ପରେ ବଦଳିବ ସାଲାରୀ ସ୍ଲିପ୍

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କ ସାଲାରୀ କାଟିଥିଲା । ତେବେ ଅନେକ କମ୍ପାନୀ କରୋନା ମହାମାରୀର ଦ୍ୱିତୀୟ ଲହରୀ ସତ୍ତ୍ୱେ ନିଜ କର୍ମଚାରୀଙ୍କ ସାଲାରୀ ବଢାଇଥିଲେ । ଯଦି ଆପଣ ଏନେଇ ଖୁସି ଅଛନ୍ତି ଯେ ଆପଣଙ୍କ ସାଲାରୀ ବଢିବା ପରେ ଆପଣଙ୍କ ଟେକ୍ ହୋମ୍ ସାଲାରୀ ଅଧିକ ହୋଇଯାଇଛି ତେବେ ଏହି ଖୁସି ଖୁବ ଶୀଘ୍ର ଗାଏବ୍ ହେବାକୁ ଯାଉଛି । କାରଣ ନୂଆ ୱେଜ୍ କୋଡ୍ ଲାଗୁ ହେବା ପରେ ଆପଣଙ୍କ ଟେକ୍ ହୋମ୍ ସାଲାରୀ ହ୍ରାସ ପାଇବା ସହ ଟ୍ୟାକ୍ସ ବୋଝ ମଧ୍ୟ ବଢିପାରେ ।

କୌଣସି କର୍ମଚାରୀଙ୍କ Cost-to-company (CTC)ରେ ୩ରୁ ୪ କମ୍ପୋନେଣ୍ଟ ହୋଇଥାଏ । ବେସିକ୍ ସାଲାରୀ, ହାଉସ ରେଣ୍ଟ ଆଲାଉନ୍ସ(HRA), ରିଟାୟରମେଣ୍ଟ ବେନିଫିଟ୍ସ ଭଳି ପିଏଫ୍, ଗ୍ରାଚୁଟି ଓ ପେନସନ୍ ଓ ଟ୍ୟାକ୍ସ ବଞ୍ଚାଉଥିବା ଭତ୍ତା ଯଥା- ଏଲଟିଏ ଓ ଏଣ୍ଟରଟେଣ୍ଟମେଣ୍ଟ ଆଲାଉନ୍ସ, ଏବେ ନୂଆ ୱେଜ କୋଡରେ ଏହା ନିର୍ଦ୍ଧାରିତ ହୋଇଛି ଯେ ଭତ୍ତା ସମୁଦାୟ ସାଲାରୀର ୫୦ ପ୍ରତିଶତରୁ ଅଧିକ ହୋଇପାରିବନି । ଯଦି କୌଣସି କର୍ମଚାରୀର ସାଲାରୀ ୫୦ ହଜାର ଟଙ୍କା ମାସିକ ତେବେ ତାର ବେସିକ୍ ସାଲାରୀ ୨୫ ହଜାର ଟଙ୍କା ହେବା ଉଚିତ୍ ଏବଂ ବାକି ୨୫ ହଜାର ଟଙ୍କାରେ ତାର ଭତ୍ତା ଆସିବା ଉଚିତ୍ । ଅର୍ଥାତ୍ ଏପର୍ଯ୍ୟନ୍ତ ଯେଉଁ କମ୍ପାନୀମାନେ ବେସିକ୍ ସାଲାରୀକୁ ୨୫-୩୦ ପ୍ରତିଶତ ରଖୁଥିଲେ ଏବଂ ବାକି ଭାଗ ଆଲାଉନ୍ସର ଥିଲା ଏବେ ବେସିକ୍ ସାଲାରୀକୁ ୫୦ ପ୍ରତିଶତରୁ କମ୍ ରଖିପାରିବେନି । କମ୍ପାନୀଙ୍କୁ ନୂଆ ୱେଜ୍ କୋଡ୍ ନିୟମକୁ ଲାଗି କରିବା ପାଇଁ ଅନେକ ଭତ୍ତାରେ କାଟ୍ ମଧ୍ୟ କରିବାକୁ ପଡିବ ।

ପ୍ରୋଭିଡେଣ୍ଟ ଫଣ୍ଡ ଓ ଗ୍ରାଚୁଟି ପ୍ରତ୍ୟେକ୍ଷ ଭାବେ କର୍ମଚାରୀଙ୍କ ବେସିକ୍ ସାଲାରୀ ସହିତ ଯୋଡି ହେଉଥିଲା । ବେସିକ୍ ସାଲାରୀ ବଢିବା ଫଳରେ ଏହି ୨ କମ୍ପୋନେଣ୍ଟର ଯୋଗଦାନ ମଧ୍ୟ ବଢିଯିବ । ଅର୍ଥାତ୍ କର୍ମଚାରୀଙ୍କ ରିଟାୟରମେଣ୍ଟ ଫଣ୍ଡ ବଢିବ କିନ୍ତୁ ହାତକୁ ଆସୁଥିବା ସାଲାରୀ ହ୍ରାସ ପାଇବ । କାରଣ ଏବେ ଏକ ବଡ ଭାଗ ପିଏଫ୍ ଏବଂ ଗ୍ରାଚୁଟିରେ ଯିବ । ତେବେ ନୂଆ ୱେଜ୍ କୋଡ୍ ଲାଗୁ ହେବା ପରେ କର୍ମଚାରୀଙ୍କ ସାଲାରୀ ଷ୍ଟ୍ରକ୍ଚର ବଦଳିଯିବ । ଏଥିରେ ସେହି କର୍ମଚାରୀଙ୍କୁ ଟ୍ୟାକ୍ସ ଅଧିକ ଦେବାକୁ ପଡିବ ଯେଉଁମାନଙ୍କ ସାଲାରୀ ଅଧିକ । କାରଣ ସେମାନଙ୍କ ସବୁ ଭତ୍ତାକୁ CTCର ୫୦ ପ୍ରତିଶତ ଭିତରେ ହିଁ ରଖିବାକୁ ହେବ । ଯଦିଓ ଲୋୟର ଇନକମ୍ କରୁଥିବା ଲୋକମାନଙ୍କୁ ଟ୍ୟାକ୍ସ ମାଡ କମ୍ ପଡିବ । ସେମାନଙ୍କ ପିଏଫ୍ ପାଇଁ ଯୋଗଦାନ ବଢିବ । ସେମାନଙ୍କୁ ସେକ୍ସନ ୮୦ସି ଅନୁସାରେ ୧.୫ ଲକ୍ଷ ପର୍ଯ୍ୟନ୍ତ ଯୋଗଦାନରେ ଟ୍ୟାକ୍ସ ଡିଡକ୍ସନ ମିଳିବ ଯାହା ଫଳରେ ସେମାନଙ୍କ ଟ୍ୟାକ୍ସ ଦେବା କମିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.