ଭାରତରେ Yamaha Ray ZR ଷ୍ଟ୍ରିଟ୍ ରାଲି ଲଞ୍ଚ ହୋଇଛି । ଏହି ମୋଟରସାଇକେଲର ଦାମ୍ ୯୮,୧୩୦ ଟଙ୍କା ରଖାଯାଇଛି । ୨୦୨୪ Ray ZR ଷ୍ଟ୍ରିଟ୍ ରାଲିରେ LED ଏବଂ DRL ଫିଚର୍ସ ରହିଛି । ଏହା ସହ ଡୁଆଲ ଟୋନ୍ ସିଟ୍ ମଧ୍ୟ ଅଛି । ଏଥିରେ ଏକ ଆନସାର୍ ବ୍ୟାକ୍ ଫଙ୍କସନ୍ ରହିଛି, ଯାହାକୁ କମ୍ପାନୀ Yamaha ସ୍କୁର୍ଟ ଆନସାର୍ ବ୍ୟାକ୍ ବୋଲି କହିଥାଏ । ଯେଉଁଥିରେ ଚାଳକ ଇଣ୍ଡିକେର୍ଟ ଅନ୍ କରି ଏବଂ ଲଗାତାର ଦୁଇ ସେକେଣ୍ଡ ପର୍ଯ୍ୟନ୍ତ ହର୍ନ ବଜାଇ ନିଜର ଗାଡିକୁ ଜାଣିପାରିବ । ମୋବାଇଲ୍ ଆପ୍ ସାହାଯ୍ୟରେ ଆପ୍ଳିକେସନ୍ ଆଧାରିତ କାର୍ଯ୍ୟଗୁଡିକ ବ୍ୟବହାର କରାଯାଇପାରିବ । ମୋବାଇଲ ଆପ୍ରେ ଥିବା ଆନସାର ବ୍ୟାକ୍ କ୍ଲିକ୍ କରିବା ଦ୍ୱାରା ଏହା ଆକଟିଭ୍ ହୋଇଥାଏ ।
Yamaha ସ୍କୁର୍ଟର ଡିଜାଇନ୍ ଏବଂ ଷ୍ଟାଇଲକୁ ମଧ୍ୟ ଅପଡେଟ୍ କରିଛି । ବର୍ତ୍ତମାନ ଏଥିରେ ଡିଜିଟାଲ୍ ଇନଷ୍ଟରୁମେଣ୍ଟ୍ କ୍ଲଷ୍ଟର (ବ୍ଲୁଟୁଥ୍ କନେକ୍ଟିଭିଟି ସହିତ), ବ୍ରଶ୍ ଗାର୍ଡ, ଅଟୋମେଟିକ୍ ଷ୍ଟାର୍ଟ, ଷ୍ଟପ୍ ସିଷ୍ଟମ୍, ଟେଲିସ୍କୋପିକ୍ ସେଟଅପ୍, ବ୍ଲକ୍ ପ୍ୟାଟନ୍ ଟାୟାର ଏବଂ ସାଇଡ୍ ଷ୍ଟାଣ୍ଡ ଇଞ୍ଜନ୍ କଟ୍ ଅଫ ଅଛିି । ଏହି ସ୍କୁଟରରେ ୨୧ ଲିଟର ଅଣ୍ଡର ସିଟ୍ ଷ୍ଟୋରେଜ୍ ମଧ୍ୟ ରହିଛି ।
ପାୱାରଟ୍ରେନ:
୨୦୨୪ Yamaha Ray ZR ଷ୍ଟ୍ରିଟ୍ ରାଲି ବର୍ତ୍ତମାନର ମଡେଲ ପରି ସମାନ । 125cc ଏୟାର-କୁଲ୍ଡ, ଫୁଏଲ୍-ଇନଜେକ୍ଟେଡ୍, ୪-ଷ୍ଟ୍ରୋକ୍, SOHC 2- ଭଲଭ୍ ହାଇବ୍ରିଡ୍ ଇଞ୍ଜିନ୍ ଲାଗିଛି । ଇଞ୍ଜିନ୍ ସ୍ମାର୍ଟ ମୋଟର ଜେନେରେଟର (SMG) ସିଷ୍ଟମ୍ ସହିତ ଆସିଥାଏ । ଇଞ୍ଜିନ୍ CVT ବ୍ୟବହାର କରି ୬,୫୦୦rpm ରେ ୮.୨bhp ଏବଂ ୫,୦୦୦rpm ରେ ୧୦.୩Nm ଜେନେରେଟ କରିଥାଏ ।
ବିଭିନ୍ନ ରଙ୍ଗର ଉପଲବ୍ଧ :
Yamaha Ray ZR ଷ୍ଟ୍ରିଟ୍ ରାଲିର ତିନୋଟି କଲର ଉପଲବ୍ଧ । କଲରଗୁଡିକ ହେଲା ସାଇବର ଗ୍ରୀନ୍, ମ୍ୟାଟ୍ ବ୍ଲାକ୍ ଏବଂ ଆଇସ୍ ଫ୍ଲ-ଭର୍ମିନିଆଲ୍ କିନ୍ତୁ ଆଇସ୍ ଫ୍ଲ-ଭର୍ମିନିଆଲ୍ କେବଳ Yamaha ବ୍ଳଉ ସ୍କୋୟାର ଶୋ’ରୁମରେ କିଣାଯାଇପାରିବ । ଏହି ନୂଆ ସ୍କୁଟର ଦେଶରେ ସମସ୍ତ Yamaha ଶୋ’ରୁମରେ ବୁକିଂ ପାଇଁ ଉପଲବ୍ଧ ।