ଟୋଲ ଆଦାୟକୁ ସଂପୂର୍ଣ୍ଣ କ୍ଯାସଲେସ କରିବା ପାଇଁ ଫାସଟ୍ଯାଗ ଫ୍ରି କଲା NHAI, ଜାଣନ୍ତୁ କେବେ ଯାଏଁ ରହିଛି ଅଫର

ଜାତୀୟ ରାଜମାର୍ଗ ପ୍ରାଧିକରଣ(NHAI) ସାରା ଦେଶରେ ଟୋଲ ଟ୍ୟାକ୍ସ କଲେକ୍ସନ ସେଣ୍ଟର୍ସକୁ କ୍ୟାସଲେସ୍ କରିବା ପାଇଁ ଅଣ୍ଟା ଭିଡିଛି । ଏଥିପାଇଁ ଏନଏଚଏଆଇ FASTag ବ୍ୟବହାରକୁ ଜରୁରୀ କରିଦେଇଛି । ଲୋକମାନେ ଫାସଟ୍ଯାଗ ବ୍ୟବହାର କରିବାରେ ଲାଗିପଡିଛନ୍ତି । ଅନ୍ୟପଟେ NHAI ମଧ୍ୟ ମାଗଣାରେ ଫାସଟ୍ଯାଗ ଦେବା ପାଇଁ ଘୋଷଣା କରିଛି । ଆଗାମୀ କିଛି ଦିନରେ ଯେମିତି ଟୋଲଟ୍ୟାକ୍ସ ସମ୍ପୂର୍ଣ୍ଣ ରୂପେ ମାଗଣା ହେବ ସେଥିପାଇଁ NHAI ଚେଷ୍ଟା କରୁଛି ।

NHAI ସାରା ଦେଶରେ ନ୍ୟାସନାଲ୍ ହାଇୱେର ଦେଖାରଖା ଓ ଟୋଲ୍ ଆଦାୟ କରିଥାଏ । ସୂଚନା ଅନୁସାରେ, ମାତ୍ର ୨ ଦିନରେ ୨.୫ ଲକ୍ଷରୁ ଅଧିକ ଫାସଟ୍ଯାଗ କିଣାଯାଇଛି । କେବଳ ସେତିକି ନୁହେଁ, ୧୭ ଫେବୃୟାରୀ ଗୋଟିଏ ଦିନରେ ସବୁଠାରୁ ଅଧିକ ଅନଲାଇନ୍ କଲେକ୍ସନ ରେକର୍ଡ ମଧ୍ୟ ଭାଙ୍ଗିଛି । ପୁରା ଦିନରେ ଫାସଟ୍ଯାଗ ଜରିଆରେ ୯୫ କୋଟି ଟଙ୍କା ଟ୍ଯାକ୍ସ ଆଦାୟ କରାଯାଇଛି।

fastag

୧ ମାର୍ଚ୍ଚ ପର୍ଯ୍ୟନ୍ତ ଫ୍ରିରେ ଫାସଟ୍ଯାଗ କରୁଛି NHAI । ଏବେ ଏଥିପାଇଁ ୧୦୦ ଟଙ୍କାର ଚାର୍ଜ ଲାଗୁଥିଲା । କିନ୍ତୁ ୧ ମାର୍ଚ୍ଚ ପର୍ଯ୍ୟନ୍ତ ସାରା ଦେଶରେ ଏହାକୁ ନିଶୁଳ୍କ କରିଦିଆଯାଇଛି । ଫାସଟ୍ଯାଗ୍ ରିଚାର୍ଜ କରିବା ପାଇଁ ଏନଏଚଏଆଇ ସାରା ଦେଶରେ ୪୦ ହଜାରରୁ ଅଧିକ ବୁଥ୍ କରିଛି । ଏହା ବ୍ୟତୀତ ଅନେକ ଅନଲାଇନ୍ ପ୍ଲାଟଫର୍ମ୍ସରୁ ମଧ୍ୟ ରିଚାର୍ଜ କରିହେବ ।

ଯଦି ଆପଣ ଫାଷ୍ଟ୍ୟାଗ୍ ବ୍ୟବହାର କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ My FASTag App ଡାଉନଲୋଡ୍ କରିବାକୁ ପଡିବ । ଏଥିରେ ଅନେକ ଫିଚର ଅଛି । ଏଥିରେ ଆପଣ ନିଜ ବାଲାନ୍ସ ଚେକ୍ କରିପାରିବେ ଏବଂ ରିଚାର୍ଜ ମଧ୍ୟ କରିପାରିବେ ।

Leave A Reply

Your email address will not be published.