FASTagରେ ମିନିମମ୍‌ ବାଲାନ୍ସ ରଖିବା ଚିନ୍ତା ହେଲା ଶେଷ, ବାଲାନ୍ସ ନଥିଲେ ବି ଟୋଲ୍‌ ପ୍ଲାଜାରେ ଅଟକିବନି ଗାଡି

ଆପଣ କାର୍‌ ଡ୍ରାଇଭ୍‌ କରୁଛନ୍ତି କି, ତେବେ ଆପଣଙ୍କ ପାଇଁ ଭଲ ଖବର। ଯଦି ଆପଣ ନ୍ୟାସନାଲ୍‌ ହାଇେଓ୍ଵ ଦେଇ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କୁ ଫାସଟାଗରେ ମିନିମମ୍‌ ବାଲାନ୍ସ ରଖିବାର ଆଉ ଚିନ୍ତା କରିବା ଆବଶ୍ୟକତା ନାହିଁ। NHAI ଫାସଟାଗର ଉତ୍ତମ ବ୍ୟବହାର ପାଇଁ ଏଥିରେ ଲାଗୁଥିବା ମିନିମମ୍‌ ବାଲାନ୍ସ ସର୍ତ୍ତକୁ ଶେଷ କରିଦେଇଛନ୍ତି। ତେବେ ଏହି ସୁବିଧା କେବଳ କାର, ଜିପ ଏବଂ ଭ୍ୟାନ ପାଇଁ ହିଁ ଲାଗୁ କରାଯିବ। କମର୍ସିଆଲ ଭେଇକିଲ ପାଇଁ ଏବେବି ମିନିମମ୍‌ ବାଲାନ୍ସ ବାଧ୍ୟତାମୂଳକ ରହିଛି।

ନ୍ୟାସନାଲ ହାଇେଓ୍ଵ ଅଥରିଟି ଅଫ୍‌ ଇଣ୍ଡିଆ (NHAI)ର କହିବାନୁଯାୟୀ ଏବେ ଫାସଟାଗ ଜାରି କରୁଥିବା ବ୍ୟାଙ୍କ ସିକ୍ୟୁରିଟୀ ଡିପୋଜିଟ୍‌ ବ୍ୟତୀତ ଅନ୍ୟ କେଉଁ ପ୍ରକାର ମିନିମମ୍‌ ବାଲାନ୍ସ ରଖିବା ବାଧ୍ୟତାମୂଳକ ନୁହେଁ। ତେବେ ପୂର୍ବରୁ ଫାସଟାଗରେ ସିକ୍ୟୁରିଟୀ ଡିପୋଜିଟ୍‌ ବ୍ୟତୀତ ମିନିମମ୍‌ ବାଲାନ୍ସ ରଖିବାର ସର୍ତ୍ତ ଥିଲା। ବ୍ୟାଙ୍କ କଷ୍ଟମର୍ସଙ୍କ ଠାରୁ ୧୫୦ ଟଙ୍କାରୁ ନେଇ ୨୦୦ ଟଙ୍କା ପର୍ଯ୍ୟନ୍ତ ମିନିମମ୍‌ ବାଲାନ୍ସ ରଖିବାକୁ କହୁଥିଲା। ଫାସଟାଗ ଓ୍ଵାଲେଟରେ ମିନିମମ୍‌ ବାଲାନ୍ସ ନରହିଲେ ଯାତ୍ରୀଙ୍କୁ ଟୋଲ ପ୍ଲାଜାରେ ଆଗକୁ ଯିବାକୁ ଅନୁମତି ମିଳୁନଥିଲା। ଯେଉଁ କାରଣରୁ ସେମାନଙ୍କୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡୁଥିଲା।

ଏନଏଚଏଆଇ ଏବେ ନିଷ୍ପତ୍ତି ନେଇଛି ଯେ ଡ୍ରାଇଭର୍ସଙ୍କୁ ଏବେ ଟୋଲ ପ୍ଲାଜା ଦେଇ ଅତିକ୍ରମ କରିବାବେଳେ ଅନୁମତି ମିଳିବ। ଖାଲି ଏତିକି ନୁହେଁ ଫାସଟାଗ ଖାତା କିମ୍ବା ଓ୍ଵାଲେଟରେ ନେଗେଟିଭ ବାଲାନ୍ସ ନଥିଲେ ବି ଟୋଲ ପ୍ଲାଜା ଅତିକ୍ରମ କରିବାକୁ ଅନୁମତି ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.