ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ NHIDCL ରେ ଆବେଦନ, ମାସକୁ ଦରମା ୬୭,୦୦୦ ଟଙ୍କା
ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଏହି ଖବର। ନ୍ୟାସନାଲ ହାଇେଓ୍ଵ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଡେପଲେପମେଣ୍ଟ କର୍ପୋରେସନ ଲିମିଟେଡ୍ (NHIDCL) ରେ ଅନେକ ପଦବୀ ଖାଲି ପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ।
ଏଠାରେ ମ୍ୟାନେଜର, କାର୍ଯ୍ୟନିର୍ବାହୀ ଡିରେକ୍ଟର, ଡିଜିଏମ୍ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଏହି ଭର୍ତ୍ତି ପ୍ରକ୍ରିୟାରେ ୫୧ ପଦରେ ନିଯୁକ୍ତି ମିଳିବ। ଅଧିକ ଜାଣିବା ପାଇଁ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍ nhidcl.com କୁ ଯାଇ ଆବେଦନ କରିପାରିବେ।
ପଦବୀ ବିବରଣୀ :୫୧
କାର୍ଯ୍ୟନିର୍ବାହୀ ଡିରେକ୍ଟର: ୧
ଜେନେରାଲ ମ୍ୟାନେଜର: ୧୦
ଡେପୁଟି ଜେନେରାଲ ମ୍ୟାନେଜର : ୨୦
ମ୍ୟାନେଜର : ୨୦
ଜରୁରୀ ତାରିଖ :ଆବେଦନ କରିବାର ଶେଷ ତାରିଖ ୨୨ ସେପ୍ଟେମ୍ବର ୨୦୨୨ ରହିଛି।
ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଅଧିକତମ ବୟସ ୫୫ ବର୍ଷ ହେବା ଜରୁରୀ।
ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ ଅତିକମରେ ସମ୍ବନ୍ଧୀୟ କ୍ଷେତ୍ରରେ ଇଂଜିନିୟରିଂ କରିଥିବା ଜରୁରୀ।
ଦରମା : କାର୍ଯ୍ୟନିର୍ବାହୀ ଡିରେକ୍ଟର/ଜେନେରାଲ ମ୍ୟାନେଜରଙ୍କୁ ମାସିକ ୩୭,୪୦୦/୬୭,୦୦୦ ଟଙ୍କା ଏବଂ ଡେପୁଟି ଜେନେରାଲ ମ୍ୟାନେଜର/ ମ୍ୟାନେଜରକୁ ୧୫,୬୦୦/୩୯,୧୦୦ ଟଙ୍କା ମିଳିବ। ସେହିପରି ଡେପୁଟି ମ୍ୟାନେଜର/ଡିଜିଏମ(HR/Admin) ଙ୍କୁ ମାସିକ ୯,୩୦୦/୩୪,୮୦୦ ଟଙ୍କା ମାସିକ ମିଳିବ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।
କେମିତି କରିବେ ଆବେଦନ :
ଆବେଦନ କରିବା ପାଇଁ ପ୍ରାର୍ଥୀ ପ୍ରଥମେ nhidcl.com କୁ ଯାଇ ଆବେଦନ କରିପାରିବେ।
ତା’ ପରେ କ୍ୟାରିଅରକୁ ଯାଇ କରେଣ୍ଟ ଓପନିଂରେ କ୍ଲିକ କରିବାକୁ ହେବ।
ଏଠାରେ Application for the Posts of ED (T/P), GM (T/P), DGM (T/P) and Manager (T/P) on Deputation & Direct Contract in NHIDCL.. ବିଜ୍ଞାପନ ଉପରେ କ୍ଲିକ କରନ୍ତୁ।
ନୋଟିଫିକେସନ ଭଲ ଭାବେ ପଢି ଫର୍ମ ପୂରଣ କରିବା ପରେ ସବମିଟ୍ କରନ୍ତୁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :
https://online.cbexams.com/NH_reg/home.aspx
Also Read : ଓଡିଶାରେ ଖାଲିପଡିଛି ଡ୍ରଗ୍ ଇନ୍ସପେକ୍ଟର ପଦବୀ, ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ପ୍ରକ୍ରିୟା