ନିଲାମ ହେଲା ନିରବ ମୋଦୀଙ୍କ ଲଗଜୁରୀ କାର୍, ଜାଣନ୍ତୁ କେତେ ଟଙ୍କାରେ ହୋଇଛି ବିକ୍ରି

ମୁମ୍ବାଇ: ହୀରା ବ୍ୟବସାୟୀ ନିରବ ମୋଦୀଙ୍କର ଗୋଟାଏ ରୋଲ୍‌ସ୍‌ ରଏସ୍‌ ଏବଂ ଗୋଟାଏ ପୋର୍ସ ପାନାମେରା କାରକୁ ଯଥାକ୍ରମେ   ୧. ୭୦ କୋଟି ଓ ୬୦ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) କରିଥିବା ପୁନଃନିଲାମରେ ଏହାକୁ ବିକ୍ରି କରାଯାଇଥିଲା । ୧୨ଟି କାର୍‌ ମଧ୍ୟରୁ ପୁନଃ ନିଲାମ କରାଯାଇଲା ମାତ୍ର ୬ଟି କାର୍‌ । ଉକ୍ତ ୬ଟି କାର୍ ମଧ୍ୟରୁ ଏହି ଦୁଇଟି କାର୍‌ ପାଇଁ ଅଳ୍ପ ନିଲାମଧାରୀ ଆବେଦନ କରିଥିଲେ । ବାକି ଚାରୋଟି ପାଇଁ ବିକ୍ରେତାମାନେ ଉପଯୁକ୍ତ ପରିମାଣର ଅର୍ଥ ଜମା କରି ପାରିନଥିଲେ। ସୂଚନା ଅନୁଯାୟୀ ଗତ ନିଲାମରେ ରୋଲ୍‌ସ୍‌ ରଏସ୍‌ ଘୋଷ୍ଟ୍‍ ୧. ୩୩ କୋଟି ଏବଂ ପୋର୍ସ ପାନାମେରା ୫୪. ୬୦ରେ ନିଲାମ ହୋଇଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.