ନିସାନ ମୋଟର୍ସ ଲଞ୍ଚ୍ କଲା ଶସ୍ତା Nissan Magnite SUV , ଦାମ୍ ମାତ୍ର ୪.୯୯ ଲକ୍ଷ, ଅଫର ମାତ୍ର ୩୧ ଡିସେମ୍ବର ପର୍ଯ୍ଯନ୍ତ

ଭାରତୀୟ ବଜାରରେ ଜାପାନୀ କମ୍ପାନୀ ନିସାନ୍ ମୋଟର୍ସ ନୂଆ କାର ମ୍ୟାଗନାଇଟ୍ ଲଞ୍ଚ୍ କରଛି। Nissan Magnite SUV ର ପ୍ରାରମ୍ଭିକ ଦାମ୍ ୪.୯୯ ଲକ୍ଷ ରହିଛି। କମ୍ପାନୀ ୧୧,୦୦୦ ଟଙ୍କାର ଟୋକନ୍ ମନି ସହିତ ଏହାର ବୁକିଂ ମଧ୍ୟ ଆରମ୍ଭ କରିଦେଇଛି । ନିଜ ଦାମ୍ ସହିତ ମ୍ୟାଗନାଇଟ୍ ଭାରତର ସବୁଠାରୁ ଶସ୍ତା ଏସୟୁଭି ତାଲିକାରେ ନିଜର ନାମ ଦାଖଲ କରିଛି ।

ଯୋଜନା ଅନୁସାରେ, କମ୍ପାନୀ ଏହାର ଦାମ୍ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ୪,୯୯ ଲକ୍ଷ ଟଙ୍କା ରଖିଛି । ୩୧ ଡିସେମ୍ବର ପରେ ମ୍ୟାଗନାଇଟର ପ୍ରାରମ୍ଭିକ ଦାମ୍ ବୃଦ୍ଧିପାଇ ୫.୫୪ ଲକ୍ଷ ଟଙ୍କା ହୋଇଯିବ । ଅର୍ଥାତ୍ ୩୧ ଡିସେମ୍ବର ସୁଦ୍ଧା ବୁକ୍ କଲେ ଗ୍ରାହକଙ୍କୁ ଲାଭ ମିଳିବ ।
ନିସାନ୍ Magnite SUVର ଟପ୍ ମଡେଲର ଦାମ୍ ୯.୩୫ ଲକ୍ଷ ଟଙ୍କା ରହିଛି । ଏହା ଭାରତର ସବୁଠାରୁ ଶସ୍ତା ଏସୟୁଭି, ଯାହା ମାର୍କେଟରେ ସୋନେଟ୍, ଭିଟାରା ବ୍ରିଜା ଓ ହ୍ୟୁଣ୍ଡାଇ ଭେନ୍ୟୁ, ଟାଟା ନେକ୍ସନ, ମହିନ୍ଦ୍ରା ଏକ୍ସୟୁଭି ୩୦୦ ଓ ହୋଣ୍ଡା WRV ଭଳି ଏସୟୁଭିକୁ ଟକ୍କର ଦେବ । ତେବେ ଏହି ସମସ୍ତ କାରର ଦାମ୍ ମ୍ୟାଗ୍ନାଇଟଠୁ ବହୁତ ଅଧିକ।

nissan magnite

ଏହା ଭାରତରେ ନିସାନର ପ୍ରଥମ ସବ ୪ ମିଟର ଏସୟୁଭି । ଏହାକୁ ୪ ଷ୍ଟ୍ରିମ୍ସରେ ଲଞ୍ଚ କରାଯାଇଛି ଯେଉଁଥିରେ XE, XL, XV ଓ XV ପ୍ରିମିୟମ୍ ସାମିଲ । ଗ୍ରାହକଙ୍କ ପାଇଁ ୯ଟି ରଙ୍ଗରେ ଏହି କାର ଉପଲବ୍ଧ ହେବ । ନିସାନ ମ୍ୟାଗ୍ନାଇଟ ଏକ ସ୍ପୋର୍ଟି ଲୁକ୍ କାର୍ । ଏଥିରେ ସ୍ଲିକ୍ ଲୁକର ଏଲଇଡି ହେଡଲ୍ୟାମ୍ପ ଓ ଏଲଇଡି ଡିଆରଏଲ୍ ଦିଆଯାଇଛି । କାରରେ ୧୬ ଇଞ୍ଚର ଡାୟମଣ୍ଡ କଟ୍ ଆଲୟ ହ୍ୱିଲ୍ସ ବ୍ୟବହାର କରାଯାଇଛି ।

suv car

ଏହାର ଇଞ୍ଜିନକୁ ୨ ବିକଳ୍ପରେ ଗ୍ରାହକଙ୍କୁ ମିଳିବ । ମ୍ୟାଗ୍ନାଇଟରେ ୧.୦ ଲିଟର, ୩ ସିଲିଣ୍ଡର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ମିଳିବ ଯାହା ୭୨ ଏଚପି ପାୱର ଜେନେରେଟ୍ କରିବ । ଏହାର ଟପ୍ ଭେରିଏଣ୍ଟରେ HRA0 ଟର୍ବୋ-ଚାର୍ଜ୍ଡ ୧.୦ ଲିଟର ପେଟ୍ରୋଲ ଇଞ୍ଜିନ୍ ମିଳିବ । ୫ ସ୍ପିଡ୍ ମାନୁଆଲ୍ ଓ ସିଭିଟି ଅଟୋମେଟିକ୍ ଗିୟରବକ୍ସ ସହିତ ଉପଲବ୍ଧ ହେବ । ଏହି ସେଗମେଣ୍ଟରେ ପ୍ରଥମ ଥର ପାଇଁ ୩୬୦ ଡିଗ୍ରୀ ଆରାଉଣ୍ଡ ଭ୍ୟୁ ମନିଟର ଦିଆଯାଇଛି । ଏହାର ଚାରିପଟେ କ୍ୟାମେରା ଦିଆଯାଇଛି ଯାହାଫଳରେ ଚାରିପଟୁ ଭ୍ୟୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.