କେନ୍ଦ୍ର ସରକାରୀ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସୁବର୍ଣ୍ଣ ସୁଯୋଗ, ନୀତି ଆୟୋଗରେ ଖାଲି ପଡ଼ିଛି ଅନେକ ପଦବୀ; ଏବେ ହିଁ କରନ୍ତୁ ଆବେଦନ

କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି ଖୋଜୁଥିବା ଯୁବ ପିଢ଼ିଙ୍କ ପାଇଁ ଖୁସି ଖବର। ନୀତି ଆୟୋଗରେ ଖାଲି ପଡ଼ିଛି ଅନେକ ବଡ଼ ପଦ ପଦବୀ। ଏଥିପାଇଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ନୀତି ଆୟୋଗ। ନୀତି ଆୟୋଗରେ ସିନିୟର କନ୍‌ସଲଟାଣ୍ଟ ଠାରୁ ଆରମ୍ଭ କରି ଅନେକ ଉଚ୍ଚସ୍ତରୀୟ ପଦ ପଦବୀ ଖାଲି ପଡ଼ିଛି। ଏସବୁ ପଦ ପୂରଣ ପାଇଁ ଆବେଦନ ଚାହିଁଛି ନୀତି ଆୟୋଗ। ଏହି ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍‌ ମୋଡ୍‌ରେ ଆୟୋଜିତ ହେବ।

ସୂଚନାଯୋଗ୍ୟ ଯେ ଏହି ନିଯୁକ୍ତି ମୋଟ୍‌ ୨୪ଟି ପଦ ପାଇଁ ହେବ। ଏଥିପାଇଁ ଆବେଦନର ଶେଷ ତାରିଖ ୧୨ ଡିସେମ୍ବର ୨୦୨୧ ରହିଛି। ଆସନ୍ତୁ ଜାଣିବା ଏହି ପଦ ପାଇଁ କେମିତି କରିବେ ଆବେଦନ:

ଏହି ପଦରେ ଆବେଦନ କରିବାକୁ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ niti.gov.in କୁ ଯାଆନ୍ତୁ।

ଏଠାରେ ଆପ୍ଲିକେସନ୍‌ ଫର୍ମ ଚୟନ କରନ୍ତୁ।

ଏହି ଫର୍ମକୁ ପୂରଣ କରି ସବ୍‌ମିଟ୍‌ କରନ୍ତୁ।

ଆବେଦନ କରିବାର ଶେଷ ତାରିଖ ୧୨ ଡିସେମ୍ବର ୨୦୨୧ ରହିଛି।

ଆବେଦନ କରିବା ପରେ ଏହାର ସଫ୍ଟ କପି ସେଭ୍‌ କରି ଦିଅନ୍ତୁ।

ପଦ ବିବରଣୀ:

ସିନିୟର କନ୍‌ସଲଟାଣ୍ଟ -ଆଇନ୍‌

ପବ୍ଲିକ୍‌ ପଲିସି ସ୍ପେଶାଲିଷ୍ଟ – କନ୍‌ସଲଟାଣ୍ଟ ଗ୍ରେଡ୍‌ ୨

ପବ୍ଲିକ୍‌ ପଲିସି ଆନାଲିଷ୍ଟ ଗ୍ରେଡ୍‌ ୧- ଆଇନ୍‌

କନ୍‌ସଲଟାଣ୍ଟ ଗ୍ରେଡ୍‌- ୧ (ଏଗ୍ରୀକଲଚର)

କନ୍‌ସଲଟାଣ୍ଟ ଗ୍ରେଡ୍‌- ୧ (ଏନର୍ଜି)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.