ଟୋଲ ପ୍ଲାଜାକୁ ନେଇ ଆସିଲା ଆଉ ଏକ ବଡ଼ ଖବର। ଯଦି ଆପଣ ଗାଡ଼ି ଚଲାଉଛନ୍ତି ଆଉ ପ୍ରତିଦିନ ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ନିହାତି ଭାବେ ଏହି ଖବର ଆପଣଙ୍କ କାମରେ ଆସିବ। ଏମିତିରେ ହାଇେଓ୍ଵରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଏହି ଖବର ଜରୁରୀ ହେବ।

ଆଜିକାଲି ଟୋଲ ଟାକ୍ସ ଦେବା ଏକ ସାଧାରଣ କଥା ହୋଇଗଲାଣି। ଯଦି ଏହି ଟାକ୍ସକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଉ ବେଶି କିଛିି ଭାବନ୍ତୁ ନାହିଁ। କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଏହାକୁ ନେଇ ଏକ ନୂଆ ସ ୂୂଚନା ଜାରି କରିଛନ୍ତି। ଯାହାର ପ୍ରଭାବ କୋଟି କୋଟି ଲୋକଙ୍କ ଉପରେ ପଡ଼ିବ।

ଯେଉଁମାନେ ହାଇୱେରେ ପ୍ରତିଦିନ ଯିବା ଆସିବା କରନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ ଘୋଷଣା କରିଛନ୍ତି। ସରକାର ଖୁବ ଶୀଘ୍ର ଦେଶର ସମସ୍ତ ହାଇୱେରୁ ଟୋଲ ଟ୍ୟାକ୍ସ ନିୟମ ହଟାଇବେ ବୋଲି ସୂଚନା ଦେଇଛନ୍ତି । ବର୍ତ୍ତମାନ ଆପଣଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡିବ ନାହିଁ ଏବଂ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ସରକାର ଏହା ପାଇଁ ଏବେ ନୂଆ ଯୋଜନା ଆଣୁଛନ୍ତି ।

କେନ୍ଦ୍ର ପରିବହନ ମନ୍ତ୍ରୀ ନିଜେ ସଂସଦରେ ଏହା ଘୋଷଣା କରିଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ ଗୋଟିଏ ବର୍ଷ ମଧ୍ୟରେ ଦେଶରେ ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଟୋଲ ସଂଗ୍ରହ କରାଯିବ। ଏହା ସହିତ ଆପଣ ଫାଷ୍ଟ ଟ୍ୟାଗ ସିଷ୍ଟମରୁ ମଧ୍ୟ ଆରାମ ପାଇବେ। ସାରା ଦେଶରେ ଟୋଲ ଟ୍ୟାକ୍ସରେ ସ୍ୱଚ୍ଛତା ଆଣିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ଟେକ୍ନୋଲୋଜି ଯୋଗୁଁ କୌଣସି ଡ୍ରାଇଭରଙ୍କ ଠାରୁ କୌଣସି ଭୁଲ ଟ୍ୟାକ୍ସ ସଂଗ୍ରହ କରାଯିବ ନାହିଁ। ବର୍ତ୍ତମାନ ଦେଶର ରାଜପଥରେ ଟୋଲ ପ୍ଲାଜା ଅଛି, ଯାହା ଉପରେ ଫାଷ୍ଟ ଟ୍ୟାଗ ସାହାଯ୍ୟରେ କାର୍ଯ୍ୟ କରାଯାଉଛି, ତଥାପି ଫାଷ୍ଟ ଟ୍ୟାଗ ବ୍ୟବହାରକାରୀମାନେ ଅଭିଯୋଗ କରିଛନ୍ତି ଯେ ଫାଷ୍ଟ ଟ୍ୟାଗ ରହିବା ପରେ ମଧ୍ୟ କମ୍ ଦେୟ ଦେଉଥିବା ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଟୋଲ ନିଆଯାଉଛି। ସ୍ଥିତିରେ ସୁଧାର ଆସୁନାହିଁ।

କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ସଂସଦରେ କହିଛନ୍ତି ଯେ ଏକ ବର୍ଷ ମଧ୍ୟରେ ଦେଶରେ ଟୋଲ ବୁଥ ସବୁ ହଟେଇ ଦିଆଯିବ ଏବଂ ସାରା ଦେଶରେ ଟୋଲ ସଂଗ୍ରହ ପାଇଁ ଜିପିଏସ ଟେକ୍ନୋଲୋଜି ବ୍ୟବହାର କରାଯିବ। ଗତ ବର୍ଷ ଠାରୁ ଏହି ଟେକ୍ନୋଲୋଜି ଉପରେ କାମ ଚାଲିଛି । ଏହା ଶୀଘ୍ର କାର୍ଯ୍ୟକାରୀ ହେବ।

ସୂଚନାମୁତାବକ ସରକାରଙ୍କ ନୂତନ ଯୋଜନାରୁ ଅନେକ ସ୍ୱଚ୍ଛତା ଦେଖାଯିବ। ଏହା ଶୀଘ୍ର କାର୍ଯ୍ୟକାରୀ ହେବ । ନୂତନ ଟେକ୍ନୋଲୋଜି ଅନୁଯାୟୀ, ନମ୍ବର ପ୍ଲେଟରେ ଏକ ଚିପ ଲଗାଯିବ, ଯାହା ପରେ ପୁରୁଣା ନମ୍ବର ପ୍ଲେଟକୁ ଏକ ନୂଆ ନମ୍ବର ପ୍ଲେଟରେ ପରିଣତ କରାଯିବ। ଏକ ସଫ୍ଟୱେୟାର ମାଧ୍ୟମରେ ଟୋଲ ସଂଗ୍ରହ କରାଯିବ । ଏହା ବ୍ୟତୀତ ଜିପିଏସ୍ ସିଷ୍ଟମ ମାଧ୍ୟମରେ ଗାଡି ମାଲିକଙ୍କ ଆକାଉଣ୍ଟରୁ ସିଧାସଳଖ ଟୋଲ ସଂଗ୍ରହ କରିବାର କୌଶଳ ଉପରେ କାର୍ଯ୍ୟ ଚାଲିଛି।

ଖୁବ ଶୀଘ୍ର ଏହାକୁ ନେଇ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ମାନେ ଟୋଲ ଟାକ୍ସ ସିଧା ବ୍ୟାଙ୍କ ଆକାଉଣ୍ଟରୁ କଟିବ। ଏଥିପାଇଁ କିଛି ଅଲଗା ନିୟମ କରାଯିବ ନାହିଁ। ଖୁବ ଶୀଘ୍ର ଲୋକମାନେ ଆଉ ଟାକ୍ସ ନିଜ ହାତରେ ଦେବେ ନାହିଁ। ମାତ୍ର ସେମାନଙ୍କ ଆକାଉଣ୍ଟରୁ ଆମାଉଣ୍ଟ କଟିଯିବ।

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

32 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

34 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago