ITI ସାର୍ଟିଫିକେଟ ଥିଲେ ମିଳୁଛି ସରକାରୀ ଚାକିରି, ଦରମା ୧୫ ହଜାରରୁ ଊର୍ଦ୍ଧ୍ବ

କରୋନା କାଳରେ ଦେଶରେ ଲୋକଙ୍କ ପାଖରେ ରୋଜଗାର ସଂକଟ ଦେଖିବାକୁ ମିଳିଛି। ଏହା ମଧ୍ୟରେ କେନ୍ଦ୍ର ଓ ରାଜ୍ଯ ସରକାରର ଅନେକ ବିଭାଗ ଲଗାତାର ଚାକିରି ବିଜ୍ଞପ୍ତି ଜାରି କରୁଛନ୍ତି। ଏବେ କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରଣାଳୟ, ଭାରତ ସରକାର ଅଧିନରେ ଥିବା କମ୍ପାନୀ NDMC ରେ କମ୍ପାନୀ ଟ୍ରେନିରେ ବିଭିନ୍ନ ପଦବୀରେ ଆବେଦନ ପାଇଁ ନୋଟିଫିକେସନ ଜାରି କରିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ndmc.co.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ: ୫୯

ସିଷ୍ଟମ ଆଡମିନିଷ୍ଟ୍ରେସନ ଆସିଷ୍ଟାଣ୍ଟ: ୩୦
ଗ୍ରାଜୁଏଟ ଆପାରଣ୍ଟିସ: ୧୬
ଟେକ୍ନିସିଆନ ଆପାରଣ୍ଟିସ: ୧୩

ଶିକ୍ଷାଗତ ଯୋଗ୍ଯତା: ଅଲଗା ଅଲଗା ପଦବୀ ପାଇଁ ଅଲଗା ଅଲଗା ଯୋଗ୍ଯତା ରହିଛି। କିନ୍ତୁ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ବବିଦ୍ଯାଳୟରୁ ଡିଗ୍ରୀ/ଡିପ୍ଲୋମା/ ଆଇଟିଆଇ ସାର୍ଟିଫିକେଟ ରହିଥିବା ଜରୁରୀ। କିନ୍ତୁ ଆଇଟିଆଇ ପାସ୍ କରିଥିବା ୩ ବର୍ଷରୁ ଉର୍ଦ୍ଧ ପିଲା ଆବେଦନ କରିପାରିବେ ନାହିଁ।

ଦରମା: ଅଲଗା ଅଲଗା ପଦବୀ ପାଇଁ ଅଲଗା ଦରମା ରହିଥିବା ବେଳେ ଟ୍ରେଡ ଆପାରଣ୍ଟିସ ପାଇଁ ୧୦ ହଜାର ଟଙ୍କା ଏବଂ ଟେକ୍ନିସିଆନ ଆପାରଣ୍ଟିସ ପାଇଁ ୧୬ ହଜାର ଟଙ୍କା ଦରମା ରହିଛି। ସେହିପରି ଗ୍ରାଜୁଏଟ ଆପାରଣ୍ଟିସଙ୍କ ପାଇଁ ୨୦ ହଜାର ଟଙ୍କା ମିଳିବ।

ଚୟନ ପ୍ରକ୍ରିୟା: ଏହି ସରକାରୀ ଚାକିରି ପାଇଁ କୌଣସି ପ୍ରକାର ପରୀକ୍ଷା ଦେବାକୁ ପଡିବ ନାହିଁ। ଆବେଦନ ସମୟରେ ଯୋଗ୍ଯତା ଏବଂ ମେରିଟ ଲିଷ୍ଟ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.