୧୨ ଲକ୍ଷ ଟଙ୍କା ଆୟରେ କୌଣସି ଟିକସ ନାହିଁ, ବଜେଟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ଏଥର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠାରୁ ବଡ଼ ଘୋଷଣା କରିଛନ୍ତି । ଏଣିକି ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ ମିଳିବ । ଅର୍ଥମନ୍ତ୍ରୀ ନୂଆ ଟ୍ୟାକ୍ସ ସ୍ଲାବ୍ ମଧ୍ୟ ଘୋଷଣା କରିଛନ୍ତି । ଆଗାମୀ ସପ୍ତାହରେ ନୂତନ ଆୟକର ବିଲ୍ ଉପସ୍ଥାପନ କରାଯିବ । ଆୟକର ପାଇଁ ନୂଆ ଆଇନ ପ୍ରଣୟନ କରାଯିବ ।

ନୂତନ ଟିକସ ବ୍ୟବସ୍ଥା ଅଧୀନରେ ଏହି ପରିବର୍ତ୍ତନ କରାଯାଇଛି । ଏହାପୂର୍ବରୁ ୭ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ୁ ନ ଥିଲା । ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୭୫୦୦୦ ଟଙ୍କା ରଖାଯାଇଛି ।

ଏବେ ୨୪ ଲକ୍ଷ ଆୟ ଉପରେ ୩୦ ପ୍ରତିଶତ ଟିକସ ଆଦାୟ କରାଯିବ । ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ ଡିଡକ୍ସନରୁ ରିହାତି ମିଳିବ । ୧୫-୨୦ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ ଟିକସ ରହିବ । ୮-୧୨ ଲକ୍ଷ ଟଙ୍କା ବାର୍ଷିକ ଆୟ ଉପରେ ୧୦ ପ୍ରତିଶତ ଆୟକର ରହିବ ।

ପରିବର୍ତ୍ତନ ପରେ ଟ୍ୟାକ୍ସ ସ୍ଲାବ୍

-୦-୪ ଲକ୍ଷ: ୦%

-୪ରୁ ୮ ଲକ୍ଷ: ୫%

-୮ରୁ ୧୨ ଲକ୍ଷ: ୧୦%

-୧୨ରୁ ୧୬ ଲକ୍ଷ: ୧୫%

-୧୬ରୁ ୨୦ ଲକ୍ଷ: ୨୦%

-୨୦ରୁ ୨୫ ଲକ୍ଷ: ୨୫%

-୨୫ ଲକ୍ଷରୁ ଅଧିକ: ୩୦%

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ବଡ଼ ଘୋଷଣା ପରେ ଏବେ ମଧ୍ୟବିତ୍ତଙ୍କୁ ଆଶ୍ଵସ୍ତି ମିଳିଛି । ଯଦି ଜଣେ ବ୍ୟକ୍ତି ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି, ତେବେ ତାଙ୍କୁ ଟଙ୍କାକର ଟିକସ ଦେବାକୁ ପଡ଼ିବ ନାହିଁ । କିନ୍ତୁ ଯଦି ୧୨ ଲକ୍ଷରୁ ଗୋଟିଏ ଟଙ୍କା ବି ଅଧିକ ଅଛି, ତା’ ହେଲେ ଟିକସ ଦେବାକୁ ପଡ଼ିବ ।

ଅର୍ଥମନ୍ତ୍ରୀ ପୁରୁଣା ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ କରିନାହାନ୍ତି । ପୂର୍ବ ପରି ପୁରୁଣା ଟ୍ୟାକ୍ସ ସ୍ଲାବରେ ବାର୍ଷିକ ୫ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାର ଆବଶ୍ୟକତା ନାହିଁ । ସେପଟେ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମଧ୍ୟ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ବଜେଟ୍ ୨୦୨୫: ମଖାନା ଉତ୍ପାଦନ ଉପରେ ରହିବ କେନ୍ଦ୍ରର ଫୋକସ୍, ବିହାରରେ ଗଠନ ହେବ ବୋର୍ଡ