ଏବେ ମାଗଣାରେ ଚାଲିପାରିବ ନାହିଁ ଟ୍ଵିଟର ! ଏହି ସର୍ଭିସ୍ ପାଇଁ ପ୍ରତିମାସରେ ଦେବାକୁ ହେବ ୩୫୦ ଟଙ୍କା ଚାର୍ଜ
ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଟ୍ଵିଟର’କୁ ନେଇ ଗୁଜବ ଉଠିଛି କି, ଏହା ସମ୍ପୂର୍ଣ୍ଣ ଭାବେ ମାଗଣା ରହିବନି। କିନ୍ତୁ ପ୍ରକୃତ କଥା ହେଲା, ଟ୍ଵିଟର ନୁହେଁ, ବରଂ ଏହାର ଏକ ଖାସ୍ ସର୍ଭିସ୍ ସୁପର ଫଲୋ(Super Follow)କୁ ଆକ୍ସେସ୍ କରିବା ପାଇଁ ଚାର୍ଜ ଦେବାକୁ ହେବ। ଏହା ଏକ ପେଡ୍ ସବ୍ସ୍କ୍ରିପ୍ଶନ ବେସ୍ଡ ସର୍ଭିସ୍ ହେବ।
ଏହି ସର୍ଭିସ୍ ଅଧୀନରେ ଖାସ୍ ପ୍ରକାରର କଣ୍ଟେଣ୍ଟ ଏବଂ ହାଇ ପ୍ରୋଫାଇଲ ଆକାଉଣ୍ଟକୁ ଆକ୍ସେସ୍ କରିବା ପାଇଁ ପେମେଣ୍ଟ କରିବାକୁ ପଡ଼ିବ। ଏହି ଫିଚର ସର୍ଭିସ୍ ଜରିଆରେ ଟ୍ଵିଟର ନିଜ ରେଭେନ୍ୟୁରେ ବୃଦ୍ଧି ଘଟାଇବ। ଏହାସହିତ କଣ୍ଟେଣ୍ଟ କ୍ରିଏଟର୍ସ ମଧ୍ୟ ରୋଜଗାର କରିପାରିବେ। ଯଦିଓ ଏହି ଫିଚରକୁ କେବେ ଲଞ୍ଚ୍ କରାଯିବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ନାହିଁ। ଏପରି କି, ଭାରତରେ ଲଞ୍ଚିଙ୍ଗ୍କୁ ନେଇ ବି କୌଣସି ଖୁଲାସା କରାଯାଇନାହିଁ।
ଦେବାକୁ ପଡ଼ିବ ଏତେ ପେମେଣ୍ଟ
ରିପୋର୍ଟ ମୁତାବକ, ଟ୍ଵିଟରର ନୂଆ ସୁପର ଫଲୋ ସର୍ଭିସ୍ ଜରିଆରେ କ୍ରିଏଟର୍ସ ଏହି ପ୍ଲାଟଫର୍ମରୁ ରୋଜଗାର କରିପାରିବେ। ଏଥିପାଇଁ କଣ୍ଟେଣ୍ଟ କ୍ରିଏଟର୍ସ ନିଜ ଫଲୋୟରଙ୍କଠୁ ପ୍ରତି ମାସରେ ୪.୯୯ ଡଲାର(ପାଖାପାଖି ୩୫୦ ଟଙ୍କା) ହିସାବରେ ଚାର୍ଜ କରିପାରିବେ। ଅର୍ଥାତ୍ ଟ୍ଵିଟର ଫଲୋୟର୍ସଙ୍କୁ ଖାସ୍ କଣ୍ଟେଣ୍ଟ ଦେଖିବା ଏବଂ ନ୍ୟୁଜ୍ଲେଟର ପାଇବା ପାଇଁ ପ୍ରତି ମାସରେ ୩୬୪ ଟଙ୍କା ପେମେଣ୍ଟ କରିବାକୁ ହେବ। ଏଥିରେ ଟ୍ଵିଟରର ମଧ୍ୟ ଅଂଶୀଦାରୀ ରହିପାରେ।
ଟ୍ଵିଟର ଏକ ନୂଆ ସେଫ୍ଟି ମୋଡ୍ର ଟ୍ରାଏଲ କରୁଛି। ଏହାସହିତ ଏକ ନୂଆ ଫିଚରର ଘୋଷଣା ବି କରିଛି, ଯାହା କମ୍ୟୁନିଟିଜ୍ ନାଁରେ ଜଣାଯିବ। ଏହି ଫେସ୍ବୁକ ଗ୍ରୁପ୍ ଫିଚର ଭଳି ହେବ। ଲୋକେ କୌଣସି ଖାସ୍ ଇଭେଣ୍ଟ ପାଇଁ ଗ୍ରୁପ୍ ବନାଇ ଏଥିରେ ଅନେକ ଲୋକଙ୍କୁ ଯୋଡ଼ି ପାରିବେ। ଯଦିଓ ଏହି ଫିଚର କେବେ ଲଞ୍ଚ୍ ହେବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇନାହିଁ।