ଆଉ ହେବନି SSC, RRB, IBPSରେ ଗ୍ରୁପ୍‌ ବି, ଗ୍ରୁପ୍‌ ସି ପଦ ପାଇଁ ପରୀକ୍ଷା, ଏବେ ଦେବାକୁ ହେବ ମାତ୍ର ଗୋଟିଏ କମନ ଏନ୍‌ଟ୍ରାନ୍ସ ଟେଷ୍ଟ

କେନ୍ଦ୍ର ସରକାର ଗ୍ରୁପ ବି ନନ୍‌ ଗେଜେଟେଡ୍‌, ଗ୍ରୁପ ବି ଗେଜେଟେଡ୍‌ ତଥା ଗ୍ରୁପ୍‌ ସି ପଦ ପାଇଁ ପରୀକ୍ଷା ଲାଗି କମନ୍‌ ଏନ୍‌ଟ୍ରାନ୍ସ ଟେଷ୍ଟ (CET) କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏକ ସ୍ୱତନ୍ତ୍ର ଏଜେନ୍ସି ଦ୍ୱାରା ଆୟୋଜନ କରାଯାଇ କମ୍ପ୍ୟୁଟର ବେସ୍‌ଡ୍‌ ଅନ୍‌ଲାଇନ୍‌ ପରୀକ୍ଷା ମାଧ୍ୟମରେ ପରୀକ୍ଷାର୍ଥୀଙ୍କ ଚୟନ କରାଯିବ।

ପ୍ରସ୍ତାବ ଅନୁସାରେ, ବିଶିଷ୍ଟ ଏଜେନ୍ସି ଗ୍ରାଜୁଏଟ୍‌ଙ୍କ ପାଇଁ ଅଲଗା ସିଇଟି ଆୟୋଜିତ ହେବ ତଥା ଦ୍ୱାଦଶ ପାସ୍‌ ଓ ଅନ୍ୟାନ୍ୟ ଟେକ୍ନିକାଲ ପଦ ପାଇଁ ଅଲଗା ପରୀକ୍ଷା ହେବ। ବର୍ତ୍ତମାନ ଏହି ପଦ ପାଇଁ କର୍ମଚାରୀ ଚୟନ ଆୟୋଗ(SSC), ରେଲେଓ୍ଵ ରିକ୍ରୁଇଟ୍‌ମେଣ୍ଟ ବୋର୍ଡ(RRB) ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ୍‌(IBPS) ମାଧ୍ୟମରେ ଚୟନ କରାଯାଉଛି।

ଏ ନେଇ କାର୍ମିକ, ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ନୋଟିସ୍‌ରେ କୁହାଯାଇଛି ଯେ, ବର୍ତ୍ତମାନ ପିଲାମାନେ ସରକାରୀ ଚାକିରି ତଥା ଗ୍ରୁପ୍‌ ବି ଓ ସି ପାଇଁ ଅଧିକ ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ସେମାନଙ୍କୁ ପରୀକ୍ଷାର ବିଭିନ୍ନ ସ୍ତର ଯଥା: ଟାୟାର ୧, ଟାୟାର ୨, ଟାୟାର ୩, ସ୍କିଲ୍‌ ପରୀକ୍ଷା ଆଦି ଦେବାକୁ ପଡ଼ୁଛି। ବିଶେଷ କରି ଟାୟାର ୧ ରେ କମ୍ପ୍ୟୁଟର ବେସଡ୍‌ ଅନ୍‌ଲାଇନ୍‌ ମଲ୍ଟିପୁଲ ଚଏସ୍‌ ପରୀକ୍ଷା ରହିଛି। ଏହି ସମସ୍ତ ପରୀକ୍ଷା ପାଇଁ ଏବେ ସରକାର ଗୋଟିଏ କମନ୍‌ ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ଇସ୍ରୋ ଆଣିଦେଇଛି ସରକାରୀ ଚାକିରି କରିବାର ସୁଯୋଗ, ଆସିଷ୍ଟାଣ୍ଟ ପଦବୀ ପାଇଁ ଆଜି ହିଁ କରନ୍ତୁ ଆବେଦନ

କେବଳ ଗୋଟିଏ ପରୀକ୍ଷା ଦେଇ ହିଁ ପିଲାମାନେ ନିଜ ମନ ମୁତାବକ ଚାକିରି ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୧୦ମ ଓ ଦ୍ୱାଦଶ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଅଲଗା ଅଲଗା ପରୀକ୍ଷା କରାଯିବ ବୋଲି ଜଣାଯାଇଛି।

Leave A Reply

Your email address will not be published.