ଆଉ ଆବଶ୍ୟକ ନାହିଁ ଡିଏଲ ଓ ଆରସି, ସରକାର ଆଣିଲେ ନୂଆ ନିୟମ

ଗାଡିଚାଳଙ୍କ ପାଇଁ ରହିଛି ଏକ ବଡ ଓ ଖୁସି ଖବର । ଆପଣ ଗାଡି ଚଲାଉଥିବା ସମୟରେ, ଚେକିଙ୍ଗ ବେଳେ ଆଉ ଅସୁବିଧାର ସାମ୍ନା କରିବେ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆର.ସି ବା ରେଜିଷ୍ଟ୍ରେସନ ସାର୍ଟିଫିକେଟକୁ ନେଇ ସରକାର ଆଣିଲେ ନୂଆ ନିୟମ । ସବୁବେଳେ ସଡକ ପରିବହନ ନିୟମକୁ ନେଇ କିଛି ନା କିଛି , ପରିବର୍ତ୍ତନ ହେଉଛି । ତେଣୁ ଆଜି ମଧ୍ୟ ଏଭଳି ଏକ ବଡ ପରିବର୍ତ୍ତନ ସରକାର ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ଆପଣଙ୍କୁ ଡାଇଭିଙ୍ଗ ଲାଇସେନ୍ସ ଓ ଆରସି , ଗାଡି ଚଳାଇବା ସମୟରେ ଆଉ ନିଜ ସାଥିରେ ନେବା ପାଇଁ ପଡିବ ନ।ହିଁ । କାରଣ ଆପଣ ଡିଜି ଲକର ପ୍ଲାଟ୍ଫର୍ମ ବା ଏମ୍‌ ପରିବହନ ମୋବାଇଲ ଆପରେ ,ନିଜ ଗାଡିର ସବୁ କାଗଜ ପତ୍ରକୁ ଆପଣ ଡକ୍ୟୁମେଣ୍ଟ ଭାବେ ରଖିପାରିବେ ଓ ଏହାକୁ ଆପଣ ଉପଯୁକ୍ତ ସ୍ଥାନରେ ଦେଖାଇପାରିବେ ।

ଦିଲ୍ଲୀ ସରକାରଙ୍କର ପରିବହନ ବିଭାଗ ତରଫରୁ ଦିଆଯାଇଥିବା ନୋଟିସ ଅନୁ ସାରେ , ଡିଜି ଲକର ପ୍ଲାଟଫର୍ମ ବା ଏମ୍‌ – ପରିବହନ ମୋବାଇ ଲ ଆପ ରେ , ଆପଣ ନିଜ ଗାଡିର ଡ୍ରାଇଭିଙ୍ଗ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ସହିତ ଗାଡିର ଅନ୍ୟ ଯେକୌଣସି କାଗଜ ପତ୍ରରୁ ଡକ୍ୟୁମେଣ୍ଟ ବା ଡିଜିଟାଲ ଭାବେ ସେଭ କରି ରଖିପାରିବେ । ତେବେ ପରିବହନ ବିଭାଗ ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ର ଅନୁଯାୟୀ ଏଗୁଡ଼ିକ ଆଇନଗତ ଭାବେ ବୈଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅନ୍ୟ କୌଣସି ରୂପରେ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟର ସଫ୍ଟ କପି , ମୁଖ୍ୟ ରେକର୍ଡ ଭାବରେ ଗ୍ରହଣ କରାଯିବ ନାହିଁ।

ତେବେ ବର୍ତ୍ତମାନ ଜାଣିବା କଣ ଅଟେ ଏହି ଡିଜି ଲକର ?

ଡିଜି ଲକର୍ ହେଉଛି ଏପରି ଏକ ଉପାୟ, ଯେଉଁଥିରେ ଆପଣ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଏବଂ ଯାନ ପଞ୍ଜିକରଣ ପ୍ରମାଣପତ୍ର ବା ରେଜିଷ୍ଟ୍ରେସନ ସାର୍ଟିଫିକେଟ ପରି ଡକ୍ୟୁମେଣ୍ଟଗୁଡ଼ିକୁ ସେଭ୍ କରି ସୁରକ୍ଷିତ ଭାବେ ରଖିପାରିବେ | ଏହାକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଲଞ୍ଚ କରାଯାଇଛି। ବାସ୍ତବରେ ଏହି ଡିଜି ଲକର , ଆପଣଙ୍କ ଆଧାର କାର୍ଡ ଏବଂ ଫୋନ୍ ନମ୍ବର ସହିତ ଲିଙ୍କ୍ ହୋଇଥାଏ | ଏଥିରେ, ଆପଣ ଆପଣଙ୍କର ଡକ୍ୟୁମେଣ୍ଟଗୁଡିକର ସ୍କାନ୍ ହୋଇଥିବା କପିକୁ PDF, JPEG କିମ୍ବା PNG ଫର୍ମାଟରେ ଅପଲୋଡ୍ କରି ସେଭ୍ କରିପାରିବେ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଏହି ଡକ୍ୟୁମେଣ୍ଟଗୁଡ଼ିକୁ ମଧ୍ୟ ଇ-ସାଇନ୍ କରିପାରିବେ | ଏହା ଏକ ସ୍ୱ-ସଂଲଗ୍ନ ବା ସେଲ୍ଫ ଆଟାଚ୍ଡ ଫିଜିକାଲ ଡକ୍ୟୁମେଣ୍ଟ୍ ପରି ଠିକ୍ କାମ କରେ |

ତେବେ ଏହି ଡିଜି ଲକରରେ ସଞ୍ଚିତ ଡକ୍ୟୁମେଣ୍ଟଗୁଡିକ ରଖିବାର ସବୁଠାରୁ ବଡ ସୁବିଧା ହେଉଛି ଯେ ଆପଣଙ୍କର କୌଣସି ଡକ୍ୟୁମେଣ୍ଟର ହାର୍ଡ କପି ଆପଣଙ୍କ ପାଖରେ ରଖିବା ଆବଶ୍ୟକ ନାହିଁ | ଏବଂ ସେହି ହାର୍ଡ କପିକୁ ହଜାଇବାର ଭୟ ମଧ୍ୟ ରହିବ ନାହିଁ | ତେବେ ଆସନ୍ତୁ ଜାଣିବା ଡିଜି ଲକର ଆପର ବ୍ୟବହାର କରିବାର ପ୍ରକ୍ରିୟା |

  • ଆପଣଙ୍କୁ ପ୍ରଥମେ ଡିଜି ଲକର େଓ୍ଵବସାଇଟ କୁ ଯାଇ ଡିଜି ଲକର ଆପ ଡାଉନଲୋଡ କରିବାକୁ ପଡିବ ।
  • ବର୍ତ୍ତମାନ ଆପଣ ନିଜର ଆଧାର କାର୍ଡ କିମ୍ବା ମୋବାଇଲ୍ ନମ୍ବରରୁ ନିଜର ୟୁଜର୍ ଆଇଡି ତିଆରି କରନ୍ତୁ | ଏହାପରେ ଆପଣଙ୍କ ନମ୍ବରକୁ ଏକ OTP ଆସିଯିବ |
  • ଆପ୍ ଖୋଲିବା ପରେ , ଆପଣଙ୍କୁ ଗେଟ ଷ୍ଟାର୍ଟେଡ୍‌ ବିକଳ୍ପ ଦେଖାଯିବ , ଏଥିରେ ଟ୍ୟାପ୍ କରନ୍ତୁ |
  • ତା’ପରେ କ୍ରିଏଟ ଆକାଉଣ୍ଟ ଉପରେ ଟ୍ୟାପ୍ କରନ୍ତୁ | ଏହା ପରେ ଆପଣଙ୍କ ନାମ, ଜନ୍ମ ତାରିଖ, ମୋବାଇଲ୍ ନମ୍ବର, ସିକ୍ୟୁରିଟି ପିନ୍, ଇମେଲ୍ ଆଇଡି ଏବଂ ଆଧାର ନମ୍ବର ପ୍ରବେଶ କରିବାକୁ କୁହାଯିବ |
  • ଏସବୁ କରିବା ପରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ OTP ଆସିବ | ଏହି OTP କୁ ଆପରେ ଦାଖଲ କରନ୍ତୁ |
  • ତାପରେ ଆପଣଙ୍କୁ ଏକ ୟୁଜରନେମ ସୃଷ୍ଟି କରିବାକୁ କୁହାଯିବ | ଏଠାରେ ଆପଣ ଚାହୁଁଥିବା ଯେକୌ ଣସି ୟୁଜରନେମ ସୃଷ୍ଟି କରିପାରିବେ | ତାପରେ ତଳେ ଥିବା ଓକେ ବଟନ
  • ଉପରେ ଟ୍ୟାପ୍ କରନ୍ତୁ | ଏହାପରେ ଆପଣଙ୍କର ଆକାଉଣ୍ଟ ସୃଷ୍ଟି ହେବ |
  • ବର୍ତ୍ତମାନ DigiLocker ର ଇଣ୍ଟରଫେସ୍ ଆପଣଙ୍କ ସାମ୍ନାରେ ଖୋଲିବ | ତାପରେ ଆପଣ ଏଠାରେ ସଞ୍ଚୟ କରିବାକୁ ଚାହୁଁଥିବା ଯେକୌଣସି ଡକ୍ୟୁମେଣ୍ଟ ଉପରେ କ୍ଲିକ୍ କରନ୍ତୁ |
  • ଏହା ପରେ ଆପଣଙ୍କ ସାମ୍ନାରେ ଏକ ପପ୍-ଅପ୍ ଦେଖାଯିବ ଯେଉଁଥିରେ ଆପଣଙ୍କୁ ଅନୁମତି ମଗାଯିବ | ଏଥିରେ ଆପଣ ଓକେ କ୍ଲିକ କରନ୍ତୁ ।
  • ଓକେ ହେବା ପରେ, ଆପଣ ପୁଣି ଥରେ OTP ପାଇବେ, କରନ୍ତୁ | ତାପରେ ଓଟିପି ଦେଇ କଣ୍ଟିନ୍ୟୁ କରନ୍ତୁ ।
  • ଏହା ପରେ ଆପଣ ଦେଖିପାରିବେ ଯେ ଆପଣଙ୍କର ଆଧାର କାର୍ଡ ଆପଣଙ୍କ ଇସୁ ହୋଇଥିବା ଡକ୍ୟୁମେଣ୍ଟରେ ସେଭ୍ ହୋଇଛି |
  • ସେହିପରି ଭାବରେ, ଆପଣ ଏଠାରେ ଆପଣଙ୍କର ପାନ୍ କାର୍ଡ, LIC ଡ୍ରାଇଭିଂ ଲାଇସେନ୍ସ, ସ୍କୁଲ ସାର୍ଟିଫିକେଟ୍ ଇତ୍ୟାଦି ସଞ୍ଚୟ କରିବାକୁ ସମର୍ଥ ହେବେ |
  • ଆପଣ ମଧ୍ୟ ଏହି ଡକ୍ୟୁମେଣ୍ଟଗୁଡିକ ଅଂଶୀଦାର କରିବାକୁ ସମର୍ଥ ହେବେ | ଏଗୁଡିକ PDF ଫର୍ମାଟରେ ପ୍ରେରକଙ୍କ ନିକଟକୁ ଯିବ |
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.