ଭାରତରେ ଏଟିଏମ୍ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ବିପଦ, ଆକାଉଣ୍ଟରୁ କେବେ ବି ଗାୟବ ହୋଇପାରେ ଟଙ୍କା
ଏଟିଏମ୍ ବ୍ୟବହାର କରୁଥିବା ବ୍ୟକ୍ତିମାନେ ସାବଧାନ ରୁହନ୍ତୁ ନଚେତ୍ ମାତ୍ର କିଛି ସେକେଣ୍ଡରେ ଆପଣଙ୍କ ଟଙ୍କା ଗାୟବ ହୋଇପାରେ। ଆମେ ଏପରି କହିବାର କାରଣ ଉତ୍ତର କୋରିଆ ନିଜର ଏକ ମାଲୱେର ଭାଇରସ୍ ଜରିଆରେ ଭାରତରେ ଏଟିଏମ୍ ବ୍ୟବହାର କରୁଥିବା ଲୋକମାନଙ୍କର ଡାଟା ଚୋରି କରୁଛି। ଏହି ମାଲୱେର ବିଷୟରେ କୈସ୍ପରସ୍କାଇ ଗ୍ଲୋବାଲ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଟିମ୍ ର ସିକ୍ୟୁରିଟି ରିସର୍ଚ୍ଚର କୋନଷ୍ଟାଟିନ୍ ଜାୟେକୋଭ ସୂଚନା ଦେଇଛନ୍ତି। ସେ ଏକ ବୟାନରେ କହିଛନ୍ତି ଭାରତୀୟ ଏଟିଏମ୍ ବ୍ୟବହାରକାରୀମାନଙ୍କ ଉପରେ ଏହି ମାଲୱେର ଆକ୍ରମଣ ଲାଜାରସ ଗ୍ରୁପ୍ ଦ୍ୱାରା କରାଯାଉଛି। ରିପୋର୍ଟ ଅନୁଯାୟୀ ଏଟିଏମ୍ ରୁ ଲୋକମାନଙ୍କ ଟଙ୍କା ଚୋରି କରିବା କେବଳ ଏହି ଗ୍ରୁପ୍ ର ଲକ୍ଷ୍ୟ।
ସୂଚନା ଅନୁଯାୟୀ ୨୦୧୪ ମସିହାରେ ପ୍ରଥମେ ଲାଜାରସ୍ ଗ୍ରୁପ୍ ର ନା ସାମ୍ନାକୁ ଆସିଥିଲା। କାରଣ ଏହି ଗ୍ରୁପ୍ ସୋନି ପିକ୍ଚର୍ସ ଏଣ୍ଟରଟେନମେଣ୍ଟ ଉପରେ ମାଲୱେର ହମଲା କରିଥିଲା। ଏହି ଗ୍ରୁପ୍ ୨୦୧୬ରେ ଆମେରିକା ଏବଂ ବ୍ରିଟେନ ସମେତ ଅନ୍ୟ କେତକ ଦେଶରେ ରାନସୋମୱେର ଆଟାକ୍ କରିଥିଲା।
ଏହାସହ ପଢନ୍ତୁ: ଅକ୍ଟୋବର ୧ରୁ ଋଣଦାତାଙ୍କୁ ଏସ୍ବିଆଇ ଦେବ ଖାସ୍ ଫାଇଦା, ଜାଣନ୍ତୁ କ’ଣ
କେସ୍ପରସ୍କାଇ ରିସର୍ଚ୍ଚ ଏଟିଏମ୍ ଟ୍ରାକ ମାଲୱେରର ସନ୍ଧାନ କରିବା ପରେ ଜାଣିବାକୁ ମିଳଛି କି ଏହା ଏକ ବ୍ୟାକିଂଗ ମାଲେଓ୍ଵର। ଏହି ମାଲୱେର ୨୦୧୮ ରୁ ଭାରତୀୟ ଏଟିଏମ୍ ବ୍ୟବହାରକାରୀମାନଙ୍କ ଉପରେ ଲକ୍ଷ୍ୟ ରଖି ଆସୁଛି। ସିକ୍ୟୁରିଟି ରିସର୍ଚ୍ଚ ଟିମ୍ ଅନୁଯାୟୀ ଏହି ମାଲୱେର ଏଟିଏମ୍ କାର୍ଡରେ ପ୍ଲାଣ୍ଟ କରାଯାଇଥାଏ ଏବଂ ଏହାପରେ କାର୍ଡ ଓ ପିନ୍ ନମ୍ବର ଜାଣିବା ପରେ ପ୍ରାପ୍ତ ଡାଟା ଆଧାରରେ ବ୍ୟାଙ୍କ ଖାତାରୁ ଟଙ୍କା ଗାୟବ ହୋଇଯାଇଥାଏ। ଏହି ମାଲୱେର ଜରିଆରେ ଆପଣ ବଦଳାଉଥିବା ପିନ୍ ନମ୍ବର ମଧ୍ୟ ଜଣାପଡ଼ିଯାଇଥାଏ। ଏହା ମାଧ୍ୟମରେ ଦୂରରେ ଥାଇ ମଧ୍ୟ ଆପଣଙ୍କ ଏଟିଏମ୍କୁ କଣ୍ଟ୍ରୋଲ କରାଯାଇଥାଏ।