UPSC ଅଧୀନରେ ଖାଲିପଡିଛି ଡ୍ରଗ୍‌ ଇନ୍ସପେକ୍ଟର ଏବଂ ମିନେରଲ ଅଫିସର ପଦବୀ, ଗ୍ରାଜୁଏସନ କରିଥିଲେ କରନ୍ତୁ ଆବେଦନ

UPSC ତରଫରୁ ସରକାରୀ ଚାକିରି ପାଇଁ ପ୍ର୍‌ତୁତ ହେଉଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ୟୁପିଏସସି ଅଧିନରେ ଭାଇସ ପ୍ରିନ୍ସିପାଲ ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି। ଯୋଗ୍ୟ ପ୍ରାର୍ଥୀ ୟୁପିଏସସିର ଅଧିକାରକ େଓ୍ଵବସାଇଟ୍‌ upsc.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୬ ଜୁନ୍‌ ୨୦୨୨ ରହିଛି। ଏଠାରେ ୧୬୧ ପଦବୀରେ ଭର୍ତ୍ତି ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି। ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।

ପଦବୀ ବିବରଣୀ : ୧୬୧

ଭାଇସ ପ୍ରିନ୍ସିପାଲ: ୧୩୧

ମିନେରଲ ଅଫିସର: ୨୦

ଡ୍ରଗ ଇନ୍ସପେକ୍ଟର: ୩

ଆସିଷ୍ଟାଣ୍ଟ କିପର: ୧

ମାଷ୍ଟର ଇନ୍‌ କେମେଷ୍ଟ୍ରି: ୧

ଆସିଷ୍ଟାଣ୍ଟ ସପିଂ ମାଷ୍ଟର ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟର: ୨

ସିନିଅର ଲେକ୍ଚର: ୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୧୬, ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଖାଲିପଡିଥିବା ବିଭିନ୍ନ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧୀତ ଷ୍ଟ୍ରିମରେ ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନ କିମ୍ବା ପିଏଚଡି ଡିଗ୍ରୀ ହେବା ଜରୁରୀ। ଏହାସହିତ କିଛି ପଦବୀରେ ସମ୍ବନ୍ଧୀତ ଫିଲ୍ଡରେ ଅଭିଜ୍ଞତା ଥିବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରହିଥିବା ବେଳେ ଅଧିକତମ ବୟସ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ।

upsc-

ଆବେଦନ ଶୁଳ୍କ : ସାଧାରଣ, ଓବିସି ଏବଂ EWS ପ୍ରାର୍ଥୀ ଆବେଦନ ଶୁଳ୍କ ୨୫ ଟଙ୍କା ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଦିବ୍ୟାଙ୍ଗ ଏବଂ ମହିଳାଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ। ଆବେଦନ ଶୁଳ୍କ ଅନଲାଇନ ମାଧ୍ୟମରେ ଜମା କରାଯିବ।

କେମିତି କରିବେ ଆବେଦନ : କେନ୍ଦ୍ରୀୟ ଲୋକ ସେବା ଆୟୋଗରେ ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ଆପଣଙ୍କୁ ଅଫିସିଆଲ େଓ୍ଵବସାଇଟ୍‌upsc.gov.in କୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ନିଯୁକ୍ତିଭିତ୍ତିକ ନୋଟିଫିକେସନ ଦେଖିବାକୁ ମିଳିବ। ନୋଟିଫିକେସନକୁ ଡାଉନଲୋଡ କରି ଭଲ ଭାବେ ପଢି ଆବେଦନ କରିପାରିବେ। ଆବେଦନ ଲିଙ୍କକୁ ଯାଇ ଫର୍ମ ଏବଂ ଆବେଦନ ଶୁଳ୍କ ଜମା କରିବା ପରେ ଫର୍ମ ସବିମିଟ୍‌ କରନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://upsconline.nic.in/

https://upsconline.nic.in/ora/VacancyNoticePub.php

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.