ଆଉ ବ୍ୟାଙ୍କରେ କରିବାକୁ ପଡିବନି ଅପେକ୍ଷା, ଖୁବ୍ ଶୀଘ୍ର ସମସ୍ତ ସଉଦା ଦୋକାନରେ ମିଳିବ ବ୍ୟାଙ୍କିଂ ସୁବିଧା

ସାଧାରଣତଃ ଲୋକଙ୍କୁ ଏଟିଏମରୁ ଟଙ୍କା ବାହାର କରିବା ପାଇଁ କିଛି ବାଟ ଯିବାକୁ ପଡିଥାଏ। କିଛି ସ୍ଥାନ ମାନଙ୍କରେ ତ ବହୁ ଦୂର ଦୂରାନ୍ତରେ ବ୍ୟାଙ୍କ ଏବଂ ଏଟିଏମ୍ ରହିଥାଏ। ଫଳରେ ଟଙ୍କା ଦେଣନେଣ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ତେବେ ଏହାର କାରଣ ହେଉଛି ଦେଶରେ ଆବଶ୍ୟକ ପରିମାଣ ଠାରୁ କମ ସଂଖ୍ୟାକ ଏଟିଏମ ରହିବା।ଏବେ କଫିଡରେସନ୍ ଅଫ୍ ଏଟିଏମ୍ ଇଣ୍ଡଷ୍ଟ୍ରୀ (CATMi) ର ସୂଚନା ଅନୁଯାୟୀ, ସପ୍ଟଓୟାର ଅପଗ୍ରେସନର ଉଚ୍ଚ ମେଣ୍ଟେସନ୍ କାଷ୍ଟର ଭାର କମ କରିବା ପାଇଁ ପାଖାପାଖି ୫୦ ପ୍ରତିଶତ ଏଟିଏମକୁ ବନ୍ଦ କରାଯାଇଛି।

atm card

ଏଣୁ ଏଟିଏମ୍ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ସ୍ପାଇସ୍ ମନି ଏକ ଅଲଟନେଟ ଟ୍ରାଞ୍ଜାକସନାଲ ଫ୍ରେବୱାର୍କକୁ ବିକଶିତ କରିବା ପାଇଁ ଉପଦେଶ ଦେଇଛି। ଦେଶରେ ବଢ଼ୁଥିବା ଡିଜିଟାଲ ମିଡିୟମର ବ୍ୟବହାର ଦ୍ବାରା ଗ୍ରାମୀଣ ଅଞ୍ଚଳରେ ଏବେ ମଧ୍ୟ ଦୂର ଦୂରନ୍ତରେ ଏଟିଏମ୍ ରହିଛି। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା କାରଣରୁ ଗ୍ରାମ ମାନଙ୍କରେ ଆକାଉଣ୍ଟ ଗୁଡିକର ସଂଖ୍ୟା ବଢ଼ିଥିଲେ ମଧ୍ୟ ଏଥିରେ ଟଙ୍କା ନେଣଦେଣ କରିବା ପାଇଁ ଏଟିଏମ୍ ସଂଖ୍ୟାରେ କୌଣସି ପ୍ରକାରର ବ୍ରୁଦ୍ଧି କରାଯାଇ ନାହିଁ।

atm 3

ପାଖର କିରାନା ଦୋକାନରେ ମିଳିବ ବ୍ୟାଙ୍କିଂର ସମସ୍ତ ସର୍ଭିସ୍

ସ୍ପାଇସ୍ ମନିର ମାଇକ୍ରୋ ଏଟିଏମ୍ ସାଧାରଣ ଲୋକ ଏବଂ ବ୍ୟାଙ୍କ ମଧ୍ୟରେ ରହିଥିବା ଏହି ଦୂରତାକୁ କମ କରିବାର କାମ କରୁଛି। ସ୍ପାଇସ୍ ମନି ଡିଜିଟାଲର ଏକ ବିଜନେସ୍ ୟୁନିଟି ରହିଛି ଯାହା ସ୍ଥାନୀୟ ବିକ୍ରେତା ଏବଂ କିରାନା ଷ୍ଟୋରକୁ ଏକ ପ୍ରକାରର ବ୍ୟାଙ୍କ ବ୍ରାଞ୍ଚରେ ବଦଳି ଦେବ। ଏହା ଆଧାର ଇନବିଲ୍ଡ ପେମେଣ୍ଟ ସିଷ୍ଟମ ଅଟେ। ଯେଉଁଥିରେ କେବଳ ଆଙ୍ଗୁଠି ଚିହ୍ନ ଦେଇ ଆପଣ ଉଠାଇପାରିବେ ବେସିକ୍ ବ୍ୟାଙ୍କିଂର ସୁବିଧା। ଯେପରିକି ଟଙ୍କା ନେଣଦେଣ, ବାଲାନ୍ସ ଇନକ୍ୟୁରୀ, ଆଧାର ରୁ ଆଧାର ଫଣ୍ଡ ଟ୍ରାନ୍ସଫର, ମିନି ଷ୍ଟେଟମେଣ୍ଟ ଇତ୍ୟାଦି।

adahar

ସ୍ପାଇସ୍ ମନି ଦେଶ ତମାମ୍ ପାଖାପାଖି ୨ ଲକ୍ଷ ମଚାଣ୍ଟ ପଏଣ୍ଟର୍ସ ସ୍ଥାପିତ କରିଛି। ଯେଉଁଥିରେ AePS Systemଜରିଆରେ ଟଙ୍କା ଉଠାଇ ପାରିବେ। କମ୍ପାନୀ ପ୍ରତ୍ୟୋକ ମାସରେ ନିଜର ଏହି ନେଟୱର୍କରେ ହଜାର ହଜାର ମର୍ଜାଣ୍ଟକୁ ଯୋଡୁଛି। ଏଥିରେ ଗ୍ରାହକ ତାଙ୍କ ଆଙ୍ଗୁଠି ଚିହ୍ନ ଜରିଆରେ ମାଇକ୍ରୋଏଟିଏମ୍ ଜରିଆରେ ଡେବିଟ କାର୍ଡ ଏବଂ ଟଙ୍କା ଉଠାଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.