ଖୁସିଖବର ! ଏବେ ୧୦ଟା ନୁହେଁ ଏହି ସମୟରେ ଖୋଲିବ ସମସ୍ତ ସରକାରୀ ବ୍ୟାଙ୍କ, ସେପ୍ଟେମ୍ବରରୁ ଲାଗୁ ହେବ ନୂଆ ନିୟମ

ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏହା ବହୁତ ଭଲ ଖବର। କାରଣ ସାଧାରଣତଃ ଆପଣ ଜାଣିଥିବେ ସରକାରୀ ବ୍ୟାଙ୍କ ଗୁଡିକ ୧୦ ଟାରେ ଖୋଲିଥାଏ। କିନ୍ତୁ ନିକଟରେ ଅର୍ଥମନ୍ତ୍ରୀ ବ୍ୟାକିଂ ଡିଭିଜନର ଘୋଷଣା କରିଛନ୍ତି ଯେ ସମସ୍ତ ସରକାରୀ ଏବଂ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ (RBI) ସକାଳ ୯ଟାରେ ଖୋଲିବ।

ସାରା ଦେଶର ବ୍ୟାଙ୍କ ଗୁଡିକୁ ଗୋଟିଏ ସମୟରେ ଖୋଲିବା ପାଇଁ କେନ୍ଦ୍ରେୀୟ ଅର୍ଥ ମନ୍ତ୍ରାଳୟ ବ୍ୟାକିଂ ଡିଭିଜନ ଭିଡିଓ କନଫେରେନସିଂ ଜରିଆରେ ଜୁନରେ ବୈଠକ କରାଯାଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ବ୍ୟାଙ୍କ ଶାଖା ଗୁଡିକ ଗ୍ରାହକଙ୍କ ସୁବିଧା ଅନୁଯାୟୀ ଖୋଲିବା ଉଚିତ। ଏହାପରେ ବ୍ୟାଙ୍କ ଶାଖାଗୁଡିକ ଖୋଲିବାର ସମୟକୁ ପରିବର୍ତ୍ତନ କରିବା ପାଇଁ ମଞ୍ଜୁରୀ ଦିଆଯାଇଥିଲା।

bankଆଇବିଏ ୨୪ ଜୁନରେ ଗ୍ରାହକଙ୍କ ସୁବିଧା ପାଇଁ ଗଠନ କରାଯାଇଥିବା ଉପସମିତି ବୈଠକରେ ବ୍ୟାଙ୍କ୍‌ ଶାଖା ଖୋଲିବା ପାଇଁ ତିିନିଟି ବିକଳ୍ପ ଦିଆଯାଇଥିଲା। ପ୍ରଥମଟି ହେଲା ସକାଳ ୯ଟାରୁ ତିନିଟା ପର୍ଯ୍ୟନ୍ତ, ଦ୍ୱିତୀୟଟି ହେଉଛି ସକାଳ ୧୦ଟାରୁ ସଂନ୍ଧ୍ୟା ଚାରି ପର୍ଯ୍ୟନ୍ତ ଏବଂ ତ୍ରୁତୀୟଟି ହେଉଛି ସକାଳ ୧୧ଟାରୁ ୫ଟା ପର୍ଯ୍ୟନ୍ତ ।

ଏହାସହ ପଢନ୍ତୁ : RBIର ବଡ ଘୋଷଣା, ଡିସେମ୍ବର ଠାରୁ ଏନଇଏଫଟି ଜରିଆରେ ୨୪ ଘଣ୍ଟା ପଠାଇ ପାରିବେ ଟଙ୍କା

ଆବିଏ ବ୍ୟାଙ୍କକୁ କହିଛନ୍ତି ଯେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ସମନ୍ଵୟ ସମିତି ବୈଠକ କରି ସମୟ ନିର୍ଦ୍ଧାରିତ କରିନିଅନ୍ତୁ ଏବଂ ଏହାର ସୂଚନା ସ୍ଥାନୀୟ ସମାଚାରରେ ମଧ୍ୟ ଦିଅନ୍ତୁ।

ସେପ୍ଟେମ୍ବରରୁ ଲାଗୁ ହୋଇପାରେ ନୂଆ ନିୟମ

ଅବଶ୍ୟ ଯେଉଁଠି ବ୍ୟାଙ୍କ ଅଧିକ ସମୟ ପର୍ଯ୍ୟନ୍ତ ସେବା ଚାହୁଁଛନ୍ତି ସେଇଠି ସକାଳ ୧୦ କିମ୍ବା ୧୧ ଟାରେ ମଧ୍ୟ ଖୋଲିବାର ବିକଳ୍ପ ରହିବ। ଏହି ନିଷ୍ପତ୍ତି ସମସ୍ତ ସରକାରୀ ବ୍ୟାଙ୍କ୍‌ ତଥା କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ୍‌ ଉପରେ ଲାଗୁ ହେବ। ଏହି ମାମଲାରେ ଜଡିତ ଅଧିକାରୀଙ୍କ କହିବା କଥା ଯେ ବ୍ୟାଙ୍କ୍‌ ଖୋଲିବାର ନୂଆ ସମୟ ସେପ୍ଟେମ୍ବରରୁ ଲାଗୁହେବାର ସମ୍ବାବନା କରାଯାଉଛି।