ଏବେ Whatsapp ଓ SMS କରି କିଣିହେବ ଫୋନ, ଏହି କମ୍ପାନୀ ଆରମ୍ଭ କଲା ସପିଂର ନୂଆ ଟ୍ରେଣ୍ଡ

ଏବେ ଆଉ ଫୋନ କିଣିବା ପାଇଁ ଆପଣଙ୍କୁ କୌଣସି ଇ-କମର୍ସ ସାଇଟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଚୀନୀ ମୋବାଇଲ କମ୍ପାନୀ Oppo ପ୍ରଥମ ଥର ପାଇଁ Whatsapp ଓ SMS ମାଧ୍ୟମରେ ଫୋନ କିଣିବା ସୁବିଧା ଉପଲବ୍ଧ କରାଉଛି। ଏନେଇ ଗୁରୁବାର ଦିନ କମ୍ପାନୀ ତରଫରୁ ଘୋଷଣା କରାଯାଇଛି।

Oppo ତରଫରୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ସେବା ଆରମ୍ଭ ହୋଇଛି। ଏଥିରେ ହ୍ଵାଟ୍ସଆପ ଓ ଏସଏମଏସ ମାଧ୍ୟମରେ ଅର୍ଡର ଦେବା, ହୋମ ଡେଲିଭରି ଓ ବିକ୍ରି ପରର ସେବା ସାମିଲ ରହିଛି। କମ୍ପାନୀ ସୂଚନା ଦେଇ କହିଛି ଯେ ବର୍ତ୍ତମାନର ସ୍ଥିତି ସୁଧୁରିବା ପରେ ବ୍ୟବସାୟ ପୁଣିଥରେ ପୂର୍ବ ଭଳି ଚାଲିବ। ଉତ୍ପାଦନ ମଧ୍ୟ ବୃଦ୍ଧି କରାଯିବ।

Key Ways To Save Money When Buying A Phone - 2020 Guide - NorseCorp

ଚୀନର ଦୁଇଟି ମୋବାଇଲ କମ୍ପାନୀର ନୋଏଡ଼ାସ୍ଥିତ ଫ୍ୟାକ୍ଟ୍ରିକୁ ପୁନର୍ବାର ଖୋଲିବା ପାଇଁ ଅନୁମତି ମିଳିଛି। Oppo ଓ Vivoକୁ ସ୍ଥାନୀୟ ପ୍ରଶାସନ ଖୋଲିବାକୁ ଅନୁମତି ଦେଇଥିବା ଜଣାଯାଇଛି। ମେ ୮ରୁ ଏହି ଦୁଇ କମ୍ପାନୀ ମୋବାଇଲ ଉତ୍ପାଦନ ଆରମ୍ଭ କରିବେ।

Oppo F7 vs Vivo V9: Which one to buy - Mobiles News | Gadgets Now

ସ୍ମାର୍ଟଫୋନ ବ୍ରାଣ୍ଡ Oppo ସୂଚନା ଦେଇ କହିଛି ଯେ ସେ ୧୦ ହଜାର ଶ୍ରମିକଙ୍କ ମଧ୍ୟରୁ ୩୦ ପ୍ରତିଶତ ଶ୍ରମିକ ଅର୍ଥାତ ୩୦୦୦ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିବ। ଆମାଜନ ଓ ଫ୍ଲିପକାର୍ଟ ମାଧ୍ୟମରେ କମ୍ପାନୀ ଫୋନ ବିକ୍ରି ଆରମ୍ଭ କରିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.