ଏବେ ଆଧାରରେ ରହିବ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ତଥ୍ୟ, ଜାଣନ୍ତୁ ଆଧାରର ନୂଆ ନିୟମ

ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ଆସିଲା ଜରୁରୀ ଅପଡେଟ। ଏବେ ଆଧାର କାର୍ଡ କୁ ନେଇ ହେଉଥିବା ଠକାମିକୁ ରୋକିବା ପାଇଁ ଏହି ନିୟମ ବାହାରିଛି। UIDAI ର ନୂଆ ପ୍ଳାନ ଅନୁଯାୟୀ ଏବେ ଆଧାର କାର୍ଡରେ ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଡିଟେଲ୍ସ ରହିବ। ଏମିତି ହେବା ପଛରେ କାରଣ ମଧ୍ୟ ରହିଛି।

ଆଜିକା ସମୟରେ ଆଧାର କାର୍ଡ ଏକ ଜରୁରୀ ଦସ୍ତାବିଜ । ସରକାରୀ କାଗଜପତ୍ରଠୁ ଆରମ୍ଭ କରି ବ୍ୟାକିଂ ପର୍ଯ୍ୟନ୍ତ ସବୁକିଛି ଜରୁରୀ କାମ ପାଇଁ ଆଧାର କାର୍ଡ ଜରୁରୀ ହୋଇଥାଏ। ଏହାସହ ଆଧାର କାର୍ଡ ରେ ଦିଆଯାଇଥିବା ସମସ୍ତ ତଥ୍ୟ ପୂର୍ଣ୍ଣ ରୂପେ ଅପଡେଟ ରହିବା ଆବଶ୍ୟକ। ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ସମୟ ସମୟରେ ଆଧାର ସହ ଜଡ଼ିତ ସମସ୍ତ ତଥ୍ୟକୁ ଅପଡେଟ କରାଇଥାଏ। ଏବେ ଆଧାରକୁ ନେଇ ହେଉଥିବା ଫର୍ଜିକୁ ରୋକିବା ପାଇଁ ଏକ ବଢ଼ିଆ ପ୍ଲାନ ବାହାରିଛି।

ଏବେ ୟୁଆଇଡିଏଆଇ ଆଧାର ରେ ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଡାଟାକୁ ଯୋଡ଼ିବ। ଏହା ଅନ୍ତର୍ଗତ ଏବେ ନବଜାତ ଶିଶୁଙ୍କୁ ଅସ୍ଥାୟୀ ଆଧାର ନମ୍ବର ଜାରି କରାଯିବ। ପରେ ଏହାକୁ ବାୟୋମାଟ୍ରିକ ଡାଟା ସହିତ ଅପଗ୍ରେଡ କରାଯିବ । କେବଳ ଏତିକି ନୁହେଁ ବରଂ ମୃତ୍ୟୁ ପଞ୍ଜିକରଣ ର ରେକର୍ଡ କୁ ମଧ୍ୟ ଆଧାରରେ ଯୋଡ଼ା ଯିବ। ଏମିତିରେ ଏହି ନମ୍ବରର ଭୁଲ ବ୍ୟବହାର ହୋଇପାରିବ ନାହିଁ। ମାନେ ଏଥର ସମସ୍ତ ବ୍ୟକ୍ତିଙ୍କ ଆଧାରରେ ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ତଥ୍ୟକ ଆଡ କରାଯିବ।

ୟୁଆଇଡିଏଆଇ ର ଅଫିସିଆଲ େଓ୍ଵବସାଇଟରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି। ଏମିତିରେ ଜନ୍ମ ସମୟରେ ଆଧାର ନ ମ୍ବର ଆଲର୍ଟ କରିବା ପରେ ଏହା ସୁନିଶ୍ଚିତ ହୋଇଯିବେ ଯେ ପିଲା ଓ ପରିବାରକୁ ସରକାରୀ ଯୋଜାନାର ଯେପରି ଲାଭ ମିଳିପାରିବ। ଏମାନେ କୌଣସି Social Security Benefits ରୁ ବଞ୍ଚିତ ହେବେ ନାହିଁ। ଏହାସହ ମୃତ୍ୟୁ ର ଡାଟା ଆଧାରରେ ଯୋଡ଼ିବା ପରେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ଯୋଜନାର ଦୂରୁପୋଯୋଗ ହୋଇପାରିବ ନାହିଁ।

ଅନେକ ଥର ଏପରି ହୋଇଛି ଯେ କିଛି ଜଣଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କର ଆଧାର କାର୍ଡକୁ ବ୍ୟବହାର କରାଯାଏ। ଆଧାରର ଏହି ଭୁଲ ବ୍ୟବହାରକୁ ରୋକିବା ପାଇଁ ଏପରି ବ୍ୟବସ୍ଥା ଆରମ୍ଭ ହୋଇଛି।

ସମୟ ସମୟରେ ୟୁଆଇଡିଏଆଇ ଗ୍ରାହକଙ୍କ ଭଲ ପାଇଁ ଏହିଭଳି ନିୟମ ବାହାର କରିଥାଏ। ଏବେ ଆଧାର ଜିରୋ ଆଧାର ଆଲର୍ଟ ମଧ୍ୟ ଖୁବ ଶୀଘ୍ର ଆରମ୍ଭ କରିବ। ଏଥିରେ ଫର୍ଜି ଆଧାର ନମ୍ବର ଜେନେରେଟ ହେବ ନାହିଁ। ଏହା ଅନ୍ତର୍ଗତ ବ୍ୟକ୍ତିଙ୍କୁ ଏକ ରୁ ଅଧିକ ଆଧାର ନମ୍ବର ଆଲର୍ଟ କରାଯିବ ନାହିଁ। ଜିରୋ ଆଧାର ନମ୍ବର ଏଭଳି ଲୋକଙ୍କୁ ଦିଆଯାଏ ଯେଉଁମାନଙ୍କ ପାଖରେ ଜନ୍ମ, ନିବାସ ମାନେ ଘର କିମ୍ବା ଆୟର କୌଣସି ପ୍ରମାଣ ପତ୍ର ନଥିବ। ଏହି ବ୍ୟକ୍ତିଙ୍କୁ ଆଧାର ଇଣ୍ଟ୍ରୋଡ୍ୟୁସର ଭେରିଫାଏଡ ଇଲେକଟ୍ରୋନିକ ସାଇନ ଜରିଆରେ ଆଧାର ଇକୋସିଷ୍ଟମରୁ introduce କରାଯିବ।

Leave A Reply

Your email address will not be published.