ଭାରତୀୟ ରେଳର ବଡ ଘୋଷଣା, ଏବେ ଏକହଜାର ରେଳ ଷ୍ଟେସନରେ ମିଳିବ ମାଗଣା ୱାଇଫାଇ ସେବା

ସାଧାରଣ ଜନତା ବର୍ତ୍ତମାନ ମାଗଣାରେ ୱାଇଫାଇ ସେବା ପାଇପାରିବେ। ଏନେଇ ଭାରତୀୟ ରେଲୱେ ୧୦୦୦ଟି ଷ୍ଟେସନରେ ମାଗଣା ହାଇସ୍ପିଡ ୱାଇଫାଇ ଲଗାଇବାର କାମ ପୁରା କରିଛି। ଏହା ମଧ୍ୟରେ ଅନେକ ବଡ଼ ଏବଂ ଛୋଟ ଷ୍ଟେସନ ସାମିଲ ରହିଛି।
ରିପୋର୍ଟ ଅନୁଯାୟୀ, ରେଲଟେଲ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ଏହାର କାମ ପୁରା କରିସାରିଛି। ଏହି କାମ ୨୦୧୬, ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା, ଯାହା ସବୁଠାରୁ ପ୍ରଥମେ ମୁମ୍ବାଇର ସେଣ୍ଟ୍ରାଲ ଷ୍ଟେସନରୁ ଯାତ୍ରା ଆରମ୍ଭ କରାଯାଇଥିଲା। ଏହି ମାଗଣା ୱାଇଫାଇର ସେବାର ପ୍ରଥମ ଷ୍ଟେସନ ଥିଲା। ଏବେ ଏହି ସେବା ଦେଶର ଅନ୍ଯାନ୍ଯ ଷ୍ଟେସନରେ ଆରମ୍ଭ ହେବାକୁ ଯାଉଛି।
ରେଲୱେର କହିବା ଅନୁଯାୟୀ, ଷ୍ଟେସନରେ ଦିଆଯାଉଥିବା ମାଗଣା ୱାଇଫାଇ ସେବା ମାଧ୍ୟମରେ ଗାଁ ଏବଂ ସହର ମଧ୍ୟରେ ଥିବା ଦୂରତାକୁ କମ କରାଯାଇ ପାରିବ। ରେଳ କର୍ମଚାରୀ ସୁଚରିତା ପ୍ରଧାନଙ୍କ କହିବା ଅନୁଯାୟୀ, ପ୍ରଥମେ ରେଳଯାତ୍ରୀ ମାନଙ୍କ ପାଇଁ ୩୦ ମିନିଟ ପର୍ୟ୍ୟନ୍ତ ହାଇସ୍ପିଡ ୱାଇଫାଇ ସେବା ଉପଲ୍ଲବ୍ଧ ଥିଲା। ଯେଉଁଥିରେ ୩୦ ମିନିଟ ପର୍ଯ୍ୟନ୍ତ ୩୦mbps ଇଣ୍ଟରନେଟ ସ୍ପିଡ ମିଳିବାର ସୁବିଧା ରହିଥିଲା। ଏହାପରେ ଇଣ୍ଟରନେଟର ସ୍ପିଡ କମ ହୋଇଯାଉଥିଲା। କିନ୍ତୁ ନୂଆ ନିୟମ ଅନୁଯାୟୀ ଷ୍ଟେସନ ପ୍ଲାଟଫର୍ମରେ ଟିକେଟ କାଟୁଥିବା ସାଧାରଣ ଜନତାମାନେ ମଧ୍ୟ ମାଗଣା ୱାଇଫାଇ ସେବାର ଲାଭ ଉଠାଇପାରିବେ।
ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏବେ ଯାତ୍ରୀ ଏବଂ ସାଧାରଣ ଜନତା ଷ୍ଟେସନ ପରିସର ମଧ୍ୟରେ ଏହି ମାଗଣା ୱାଇଫାଇ ସେବାର ଲାଭ ଉଠାଇପାରିବେ। ରେଲଟେଲ ଦୁଇ ବର୍ଷ ଏବଂ ତିନି ମାସ ମଧ୍ୟରେ ଏକ ହଜାର ଷ୍ଟେସନରେ ମାଗଣା ହାଇ ସ୍ପିଡ ୱାଇଫାଇ ସେବା ଲଗାଇବାର କାମ ପୁରା କରିସାରିଛି। ବି, ସି, ଡି, ଶ୍ରେଣୀର ୪୭୯୧ଟି ଷ୍ଟେସନରେ ଟାଟା ଟ୍ରଷ୍ଟ ୱାଇଫାଇ ସେବା ଜାରି କରିଛି। ଏହି କାମ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ।