ଏବେ ଘରେ ବସି ଭିଡିଓ ଦ୍ୱାରା କରିପାରିବେ KYC ଫର୍ମାଲିଟ୍‌ ପୁରଣ , ନିୟମକୁ ସହଜ କଲେ RBI

ମୁମ୍ବାଇ :  ରିଜର୍ଭ ବ୍ୟାଙ୍କ୍‌ (RBI) ଗ୍ରାହାକଙ୍କୁ ଜାଣିବା ପାଇଁ ‘ନୋ ୟୋର୍‌ କଷ୍ଟମର୍‌’ (KYC) ସମ୍ପର୍କୀତ ନିର୍ଦ୍ଦେଶନାମାରେ ସଂଶୋଧନ ଆଣିଛନ୍ତି । ଏହି ପ୍ରକ୍ରିୟା ଦ୍ୱାରା ଗ୍ରାହାକ ଭିଡିଓ ଆଧାରିତ ପରିଚୟ ପ୍ରକ୍ରିୟା (ବି-ସିଆଇପି) ମାଧ୍ୟମରେ କେଓ୍ଵାଇସି ଫର୍ମାଲିଟି ପୁରଣ କରିପାରିବେ । କେଓ୍ଵାଇସି ପ୍ରକ୍ରିୟାକୁ ସରଳ କରିବା ପାଇଁ ଆର୍‌ବିଆଇ ଏପରି କରିଥିବା ଜଣାଯାଇଛି ।

ବି-ସିଆଇପି ବ୍ୟାଙ୍କ୍‌ ଗ୍ରାହାକଙ୍କୁ ଚିହ୍ନିବା ପାଇଁ ଏକ ବିକଳ୍ପ ତରିକା । ଯାହାଦ୍ୱାରା ଗ୍ରାହକଙ୍କ ଚେହେରା ଦେଖି କରି ଚିହ୍ନାଯାଏ । ଫଳରେ ଗ୍ରାହକଙ୍କ ସହ କଥା ବାର୍ତ୍ତା କରି ଯାଞ୍ଚ ପରଖ କରାଯାଏ । ତେବେ ଆଗାମୀ ଦିନରେ ଏହି ପ୍ରକ୍ରିୟା ବି-ସିଆଇପି ବା ଭିଡ଼ିଓ ଆଧାରିତ ପ୍ରକ୍ରିୟା ମାଧ୍ୟମରେ ଯାଞ୍ଚ ବା କେଓ୍ଵାଇସି ଫର୍ମାଲିଟ୍‌ ପୁରଣ କରାଯାଇ ପାରିବ ବୋଲି ଆର୍‌ବିଆଇ କହିଛି ।

ଏହି ପ୍ରକ୍ରିୟା ଦ୍ୱାରା ଚେହେରା ନଦେଖି ଖୋଲାଯାଇଥିବା ଖାତା (ଏକାଉଣ୍ଟ)କୁ ଚେହେରା ବାଲାରେ ପରିବର୍ତ୍ତନ କରିବାକୁ ବି-ସିଆଇପି ପ୍ରକ୍ରିୟାକୁ ବ୍ୟବହାର କରାଯାଇ ପାରିବ । ଏଥିପାଇଁ ସେମାନଙ୍କୁ ଆଧାର ଓଟିପି ଆଧାରିତ ଇ- କେଓ୍ଵାଇସି ବ୍ୟବସ୍ଥା ମଧ୍ୟ କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.