ରନ୍ଧନ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ, ଓଟିପି ନଥିଲେ ମିଳିବନି ଇନ୍ଧନ

ଏବେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ। ଏବେ ଓଟିପି ନଥିଲେ ମିଳିବନି ଇନ୍ଧନ। ଗ୍ୟାସ ସିଲିଣ୍ଡର ପାଇଁ ଏଣିକି ବାଧ୍ୟତାମୂଳକ ହେଲା ଓଟିପି। ଗ୍ୟାସ ସିଲିଣ୍ଡର ଡେଲିଭରୀରେ ହେଉଥିବା ଠକାମୀ ଉପରେ ପ୍ରତିବନ୍ଧ ଲଗାଇବାକୁ ଗ୍ୟାସ ସିଲିଣ୍ଡରକୁ ନେଇ ଆସିଛି ନୂଆ ନିୟମ। ଏହି ନିୟମ ଅନୁଯାୟୀ ଏଣିକି ଓଟିପି ଦେଲା ପରେ ଯାଇ ମିଳିବ ଇନ୍ଧନ ଅର୍ଥାତ ବିନା ଓଟିପିରେ ଆଉ ଉପଭୋକ୍ତାଙ୍କୁ ମିଳିବନି ଗ୍ୟାସ ସିଲିଣ୍ଡର। ଏହାଛଡା ହିତାଧିକାରୀଙ୍କୁ ଫାଷ୍ଟ ଏବଂ ହାଇଟେକ ସେବା ଯୋଗାଇବା ପାଇଁ ଏହି ନୂଆ ବ୍ୟବସ୍ଥା କରାଯାଇଛି।

ବହୁତ ଜଲଦି ଏହି ନିୟମକୁ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏହି ନିୟମ ମୁତାବକ ଯେତେ ପର୍ଯ୍ୟନ୍ତ ଉପଭୋକ୍ତା ନିଜ ରେଜିଷ୍ଟର ମୋବାଇଲକୁ ଆସିଥିବା ଓଟିପି ବା ଓ୍ଵାନ ଟାଇମ ପାସଓ୍ଵାର୍ଡକୁ ହକରକୁ ନଦେଖାଇବେ ସେତେ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ତାଙ୍କୁ ସିଲିଣ୍ଡର ଡେଲିଭର କରାଯିବନାହିଁ।

otpସରକାରଙ୍କ ଏହି ନିୟମ ରାଜଧାନୀ ଦିଲ୍ଲୀର କିଛି ଅଞ୍ଚଳରେ କାର୍ଯ୍ୟକାରୀ ହୋଇସାରିଲାଣି। ନୂଆ ନିୟମ ମୁତାବକ ଏଲପିଜି ସିଲିଣ୍ଡର ବୁକ୍‌ କରିବା ପରେ ଏଜେନ୍ସୀ ସଞ୍ଚାଳକଙ୍କ ଦ୍ୱାରା ଗ୍ରାହକ ରସିଦ୍‌ ପ୍ରିଣ୍ଟ କରିବା ସମୟରେ ଏକ ଓଟିପି ଉପଭୋକ୍ତାଙ୍କ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବରକୁ ଆସିବ। ଆଉ ଏହି ଓଟିପି ପାଇବା ପରେ ଡେଲିଭରି ବୟ ଯେତେବେଳେ ସିଲିଣ୍ଡର ଦେବାକୁ ଆସିବେ ସେତେବେଳେ ହିଁ ତାଙ୍କୁ ଏହି ଓଟିପି ଦେବାକୁ ହେବ। ଡେଲିଭରୀ ବୟ ଓଟିପିକୁ ସମ୍ପୃକ୍ତ କମ୍ପାନୀର ଆପ୍ଲିକେସନରେ ଏଣ୍ଟର କରିବେ। ସେଠାରୁ ଜବାବ ହଁ ବା ପ୍ରୋସେସ୍‌ ସକସେସ୍‌ ଆସିଲେ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ଡେଲିଭର କରାଯିବ।

Gasତେବେ ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ମୋଦି ସରକାର ଦେଶର ଗରିବ ଲୋକଙ୍କ ପାଖରେ ଗ୍ୟାସ ସିଲିଣ୍ଡର ପହଁଚାଉଛନ୍ତି। କିନ୍ତୁ ଏବେ ଉଭୟ ଗ୍ୟାସ ସିଲିଣ୍ଡର ବୁକିଂ ଏବଂ ଡେଲିଭରୀ ସମୟରେ ଉପଭୋକ୍ତାଙ୍କୁ ଏଜେନ୍ସୀ ପକ୍ଷରୁ ପଠାଯାଇଥିବା ଓ୍ଵାନ ଟାଇମ ପାସଓ୍ଵାଡ ବା ଓଟିପିକୁ ଦେଖାଇବାକୁ ପଡିବ।  ବୟଙ୍କ ଠାରୁ ଗ୍ୟାସ ସିଲିଣ୍ଡର ନେବାକୁ ହେଲେ ପ୍ରଥମେ ଓଟିପି ଦେବାକୁ ହେବ।

ଯଦିଓ ଏହି ନୂଆ ନିୟମକୁ କେବେ ଦେଶବ୍ୟାପି ଲାଗୁକରାଯିବ ତାହା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ତଥାପି ଅନୁମାନ କରାଯାଉଛି ବହୁତ ଜଲଦି ଏହି ନୂଆ ନିୟମକୁ ଲାଗୁ କରିପାରନ୍ତି କେନ୍ଦ୍ର ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.