ବ୍ୟାଙ୍କ ଓ ଏଟିଏମ୍‌ ସାମ୍ନାରେ ଆଉ ଲାଗିବ ନାହିଁ ଲମ୍ବାଧାଡ଼ି, ମାଇକ୍ରୋ ଏଟିଏମରେ ମିଳିବ ଟଙ୍କା

ଭୁବେଶ୍ବର (କେନ୍ୟୁଜ୍) : ବାତ୍ୟା ଫନିକୁ ୧୧ଦିନ ବିତିଯାଇଥିଲେ ମଧ୍ୟ ବ୍ୟାଙ୍କ ଓ ଏଟିଏମ୍‌ ସେବା ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ। ଫଳରେ ବ୍ୟାଙ୍କ ଓ ଏଟିଏମ୍‌ ସାମ୍ନାରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ଲୋକମାନେ ଏଥିପାଇଁ ବହୁତ ବ୍ୟସ୍ତ ବିବ୍ରତ ହୋଇପଡୁଛନ୍ତି, ସେମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି।

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବିଏମ୍‌ସି ଓ ଆକ୍ସିସ୍‌ ବ୍ୟାଙ୍କର ମିଳିତ ପ୍ରୟାସରେ ସହରର ବିଭିନ୍ନ ସ୍ଥାନରେ ମାଇକ୍ରୋ ଏଟିଏମ୍‌ ପ୍ରଚଳନ କରି ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ଲାଗି ପ୍ରଚେଷ୍ଟା କରାଯାଇଛି। ଏଥିରେ ଜଣେ ଲୋକ ପ୍ରତିଥର ୨ହଜାର ଟଙ୍କିଆ ଗୋଟିଏ ନୋଟ୍‌ ଉଠାଇ ପାରିବ। ଏହି ସେବାକୁ ପ୍ରାଥମିକ ପର୍ଯ୍ୟାୟରେ ସହରର ମୁଖ୍ୟ ସ୍ଥାନ ଯଥା ରେଳ ଷ୍ଟେସନ, ହସ୍ପିଟାଲ ଓ ବିଭିନ୍ନ ମାର୍କେଟରେ କାର୍ଯ୍ୟକାରୀ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି ଓ ଆକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ଏ ନେଇ ଚୁକ୍ତି ହୋଇଥିବା ବେଳେ ପ୍ରାରମ୍ଭିକ ଭାବେ ୪ ମାଇକ୍ରୋ ଏଟିଏମ୍‌ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି।

ଯେ ପର୍ଯ୍ୟନ୍ତ ସହରରେ ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ନ ସରିଛି ଓ ବ୍ୟାଙ୍କ ସେବା ସ୍ବାଭାବିକ ନ ହୋଇଛି, ସେ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ ବୋଲି କୁହାଯାଉଛି। ଆବଶ୍ୟକ ପଡ଼ିଲେ ପରେ ଅଧିକ ମାଇକ୍ରୋ ଏଟିଏମ୍‌ ଯୋଗାଇ ଦିଆଯିବ ବୋଲି ଆକ୍ସିସ୍‌ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.