ବ୍ୟବସାୟ ଓ ଅର୍ଥନୀତି

ନୂଆ ସୁବିଧା ଦେଉଛି IRCTC, ଏବେ କୌଣସି ବି ଷ୍ଟେଶନରୁ ଟ୍ରେନ ଧରି ପାରିବେ ଯାତ୍ରୀ, ଲାଗିବନି କିଛି ବି ଜରିମାନା; ଜାଣନ୍ତୁ ନିୟମ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଆପଣ ମୂଳ ରେଲେଓ୍ଵ ଷ୍ଟେଶନ ବଦଳାଇ କୌଣସି ଅନ୍ୟ ଷ୍ଟେଶନରୁ ଟ୍ରେନ ଧରି ପାରିବେ। ଏଥିପାଇଁ ରେଲେଓ୍ଵ ଆପଣଙ୍କ ଠାରୁ କିଛି ବି ଜରିମାନା ଆଦାୟ କରିବ ନାହିଁ। ବୋର୍ଡିଙ୍ଗ୍‌ ଷ୍ଟେଶନ ବଦଳାଇବା ପାଇଁ ଆପଣଙ୍କୁ ନିଜ ଟିକେଟରେ ପରିବର୍ତ୍ତନ କରେଇବାକୁ ପଡ଼ିବ, ନଚେତ୍‌ ଆପଣଙ୍କ ଉପରେ ଫାଇନ୍‌ ଲାଗି ଯାଇପାରେ।

ବୁକ୍‌ ଟିକେଟରେ ବଦଳାଇ ପାରିବେ ବୋର୍ଡିଙ୍ଗ୍‌ ଷ୍ଟେଶନ

ଅନେକ ବାର ହଠାତ୍‌ ବୋର୍ଡିଙ୍ଗ୍‌ ଷ୍ଟେଶନ ବଦଳାଇବାର ଆବଶ୍ୟକତା ପଡ଼ିଥାଏ। ଯେମିତି କି, ବୋର୍ଡିଙ୍ଗ୍‌ ଷ୍ଟେଶନ ଯାତ୍ରୀ ପହଞ୍ଚିବାର ବହୁ ଦୂରରେ ଥିବା କାରଣରୁ ଟ୍ରେନ ଛାଡ଼ିଯିବାର ଭୟ ରହିଥାଏ। ଏଥିପାଇଁ ଯଦି ଟ୍ରେନ, ଯାତ୍ରୀ ପହଞ୍ଚି ପାରୁଥିବା ପାଖ ଷ୍ଟେଶନରେ ଅଟକିବ, ତ ଏମିତି ସ୍ଥିତିରେ ଯାତ୍ରୀମାନେ ନିଜର ବୋର୍ଡିଙ୍ଗ୍‌ ଷ୍ଟେଶନକୁ ସଂଶୋଧନ କରି ପାରିବେ।

IRCTC ଯାତ୍ରୀମାନଙ୍କର ଏହି ଆବଶ୍ୟକତାକୁ ଧ୍ୟାନରେ ରଖି ବୋର୍ଡିଙ୍ଗ୍‌ ଷ୍ଟେଶନ ବଦଳାଇବାର ସୁବିଧା ଆଣିଛି। IRCTCର ଏହି ସୁବିଧା ସେହି ଯାତ୍ରୀମାନଙ୍କ ପାଇଁ ରହିଛି, ଯେଉଁମାନେ ଟ୍ରେନ ଟିକେଟ ବୁକିଂ ଅନଲାଇନ ଜରିଆରେ କରୁଛନ୍ତି। ଟ୍ରାଭେଲ ଏଜେଣ୍ଟସ୍‌ଙ୍କ ଜରିଆରେ ଏବଂ ପ୍ୟାସେଞ୍ଜର ରିଜର୍ଭେଶନ ସିଷ୍ଟମ ଜରିଆରେ ଟିକେଟ ବୁକ୍‌ କରୁଥିବା ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ନାହିଁ। ଏହା ବ୍ୟତୀତ ବୋର୍ଡିଙ୍ଗ୍‌ ଷ୍ଟେଶନରେ ପରିବର୍ତ୍ତନ VIKALP ଅପଶନର PNRsରେ କରାଯାଇ ପାରିବ ନାହିଁ। ସୂଚନାଥାଉ କି, ଯେଉଁ ବି ଯାତ୍ରୀ ନିଜ ବୋର୍ଡିଙ୍ଗ୍‌ ଷ୍ଟେଶନ ବଦଳାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ଟ୍ରେନ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ଅନଲାଇନ ପରିବର୍ତ୍ତନ କରିବାକୁ ହେବ। ଏହାକୁ କେବଳ ଥରେ ହିଁ ବଦଳାଇ ଯାଇ ପାରିବ।

ଏହା ହେଉଛି ବୋର୍ଡିଙ୍ଗ୍‌ ଷ୍ଟେଶନ ବଦଳାଇବାର ସହଜ ତରିକା

୧. ପ୍ରଥମେ ଆପଣ IRCTCର ଅଫିସିଆଲ େଓ୍ଵବ୍‌ସାଇଟ https://www.irctc.co.in/nget/train-searchକୁ ଯାଆନ୍ତୁ।

୨. ଲଗ୍‌-ଇନ ଏବଂ ପାସ୍‌ଓ୍ଵାର୍ଡ ଦିଅନ୍ତୁ। ପୁଣି ‘Booking Ticket History’କୁ ଯାଆନ୍ତୁ।

୩. ନିଜର ଟ୍ରେନ ସିଲେକ୍ଟ କରନ୍ତୁ ଏବଂ ‘change boarding point’କୁ ଯାଆନ୍ତୁ।

୪. ଏବେ ଏକ ନୂଆ ପେଜ୍‌ ଖୋଲିବ। ଡ୍ରପ୍‌ ଡାଉନରେ ସେହି ଟ୍ରେନ ପାଇଁ ନୂଆ ବୋର୍ଡିଙ୍ଗ୍‌ ଷ୍ଟେଶନ ବାଛନ୍ତୁ।

୫. ନୂଆ ଷ୍ଟେଶନ ବାଛିବା ପରେ ସିଷ୍ଟମ କନ୍‌ଫର୍ମେଶନ ମାଗିବ। ଏବେ ଆପଣ ‘OK’ ଉପରେ କ୍ଲିକ୍‌ କରନ୍ତୁ।

୬. ବୋର୍ଡିଙ୍ଗ୍‌ ଷ୍ଟେଶନ ବଦଳାଇବାର ଏକ SMS ଆପଣଙ୍କ ମୋବାଇଲକୁ ଆସିବ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

5 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

14 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

48 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

56 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago