ଏବେ ଫଟାଫଟ୍‌ ବୁକ୍‌ ହୋଇଯିବ ତତ୍କାଳ ଟ୍ରେନ୍‌ ଟିକେଟ୍‌! ରଦ୍ଦୀକରଣ ଉପରେ ମିଳିବ ତୁରନ୍ତ ରିଫଣ୍ଡ; ଜାଣନ୍ତୁ IRCTCର ଏହି ସେବାର ପ୍ରକ୍ରିୟା

ଟ୍ରେନ୍‌ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଟ୍ରେନ୍‌ର ଟିକେଟ୍‌ କ୍ୟାନ୍ସଲ ହୋଇଗଲେ କିମ୍ବା କୌଣସି କାରଣବଶତଃ ଯଦି କ୍ୟାନ୍ସଲ କରିବାକୁ ହୁଏ, ତା’ହେଲେ ରିଫଣ୍ଡ ପାଇଁ ପୂର୍ବରୁ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଏମିତି ଆଉ ହେବ ନାହିଁ। ବର୍ତ୍ତମାନ ରେଲେଓ୍ଵ ଫଟାଫଟ୍‌ ରିଟର୍ନ ପାଇଁ ନୂଆ ସର୍ଭିସ୍‌ ଦେଉଛି। IRCTC IRCTC-iPay ନାମରେ ନିଜର ପେମେଣ୍ଟ ଗେଟ୍‌େଓ୍ଵ ଲଞ୍ଚ୍‌ କରିଛି। ଏହି ସର୍ଭିସ୍‌ ପୂର୍ବରୁ ହିଁ ଚାଲୁ ରହିଛି। ଏହା ଅଧୀନରେ ଟିକେଟ୍‌ ବୁକିଂ ପାଇଁ କୌଣସି ବ୍ୟାଙ୍କ୍‌ର ପେମେଣ୍ଟ ଗେଟେଓ୍ଵ ଉପରେ ପେମେଣ୍ଟ କରାଯାଇଥାଏ, ଯଦ୍ଦ୍ଵାରା ସମୟ ବଞ୍ଚି ପାରିଥାଏ। ଏଥି ସହିତ ଟିକେଟ୍‌ କ୍ୟାନ୍ସଲ କରୁ କରୁ ହିଁ ଏହାର ରିଫଣ୍ଡ ତୁରନ୍ତ ଆପଣଙ୍କ ଖାତାରେ କ୍ରେଡିଟ୍‌ କରି ଦିଆଯାଇଥାଏ। ଜାଣନ୍ତୁ ଜାଣିବା, IRCTC-iPayରୁ ଟ୍ରେନ୍‌ ଟିକେଟ୍‌ ବୁକିଂର ପୂରା ପ୍ରକ୍ରିୟା।

– iPayରୁ ବୁକିଂ ପାଇଁ ପ୍ରଥମେ www.irctc.co.inରେ ଲଗ୍‌ଇନ କରନ୍ତୁ।

-ଏବେ ଯାତ୍ରା ସହ ଜଡ଼ିତ ଡିଟେଲ୍‌ ଯେପରି ଜାଗା ଓ ଡେଟ୍‌ ଭରନ୍ତୁ।

-ଏହାପରେ ନିଜ ରୁଟ୍‌ ମୁତାବକ ଟ୍ରେନ୍‌ ସିଲେକ୍ଟ କରନ୍ତୁ।

-ଟିକେଟ୍‌ ବୁକ୍‌ କରିବା ସମୟରେ ପେମେଣ୍ଟ ମେଥର୍ଡରେ ଆପଣଙ୍କୁ ପ୍ରଥମ ଅପଶନ ‘IRCTC iPay’ ମିଳିବ।

-ଏହି ଅପଶନକୁ ଚୟନ କରି ‘ପେ ଆଣ୍ଡ ବୁକ୍‌’ ଉପରେ କ୍ଲିକ୍‌ କରନ୍ତୁ।

-ଏବେ ପେମେଣ୍ଟ ପାଇଁ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ ନଚେତ UPI ଡିଟେଲ ଭରନ୍ତୁ।

-ଏହାପରେ ଆପଣଙ୍କ ଟିକେଟ୍‌ ତୁରନ୍ତ ବୁକ୍‌ ହୋଇଯିବ, ଯାହାର କନ୍‌ଫର୍ମେଶନ ଆପଣଙ୍କୁ SMS ଏବଂ ଇମେଲରୁ ମିଳିଯିବ।

-ସବୁଠାରୁ ଖାସ୍‌ କଥା ହେଉଛି, ଭବିଷ୍ୟତରେ ଦ୍ୱିତୀୟ ଥର ଟିକେଟ୍‌ ବୁକ୍‌ କଲେ ଆପଣଙ୍କୁ ପେମେଣ୍ଟ ଡିଟେଲ ପୁଣିଥରେ ଭରିବାକୁ ପଡ଼ିବ ନାହିଁ। ଆପଣ ତୁରନ୍ତ ପେ କରି ଟିକେଟ ବୁକ୍‌ କରି ପାରିବେ।

ପାଆନ୍ତୁ ଇନ୍‌ଷ୍ଟାଣ୍ଟ ରିଫଣ୍ଡ

ଟିକେଟ କ୍ୟାନ୍ସଲ ହେଲେ ପ୍ରଥମେ ରିଫଣ୍ଡ ମିଳିବାରେ ବହୁତ ଅଧିକ ସମୟ ଲାଗୁଥିଲା। କିନ୍ତୁ ଏବେ ଏହି ପଇସା ତୁରନ୍ତ ଖାତାକୁ ଆସିଯିବ। IRCTC ଅଧୀନରେ ୟୁଜରଙ୍କୁ ନିଜ UPI ବ୍ୟାଙ୍କ ଖାତା କିମ୍ବା ଡେବିଟ୍‌ ପାଇଁ କେବଳ ଗୋଟିଏ ଥର ହିଁ ମେନ୍‌ଡେଟ ଦେବାକୁ ହେବ। ଏହାପରେ ପେମେଣ୍ଟ ଇଷ୍ଟମେଣ୍ଟ ଆଗାମୀ ଟ୍ରଞ୍ଜାକ୍ସନ ପାଇଁ ଅଧିକୃତ ହୋଇଯିବ। ଏମିତିରେ ଟିକେଟ୍‌ ବୁକ୍‌ କରିବାରେ ସମୟ ବି କମ୍‌ ଲାଗିବ।

ଫଟାଫଟ୍‌ ବୁକ୍‌ ହେବ ଟିକେଟ

IRCTCର ଅଧିକାରୀମାନେ କହିଛନ୍ତି କି, ପ୍ରଥମେ କମ୍ପାନୀର ନିଜର ପେମେଣ୍ଟ ଗେଟେଓ୍ଵ ନ ଥିଲା। ତେଣୁ ଅନ୍ୟ ପେମେଣ୍ଟ ଗେଟେଓ୍ଵ ବ୍ୟବହାର କରିବାକୁ ପଡ଼ୁଥିଲା। ଫଳରେ ବୁକିଂରେ ବହୁତ ସମୟ ଲାଗୁଥିଲା ଏବଂ ଯଦି ପଇସା କଟି ଯାଉଥିଲା, ତାହା ଆକାଉଣ୍ଟକୁ ଫେରିବାରେ ମଧ୍ୟ ଅଧିକ ସମୟ ଲାଗୁଥିଲା। କିନ୍ତୁ ଏବେ ଆଉ ଏମିତି ହେବ ନାହିଁ।

ବୁକିଂ ଟିକେଟ୍‌ରେ ବି ତୁରନ୍ତ ମିଳିବ ପଇସା

ଅନେକ ବାର ଯେତେବେଳେ ଆପଣ ଟିକେଟ କରି ନିଅନ୍ତି, ତ ଆପଣଙ୍କ ଟିକେଟ େଓ୍ଵଟିଙ୍ଗ୍‌ରେ ଆସି ଯାଇଥାଏ ଏବଂ ଫାଇନାଲ ଚାର୍ଟ ତିଆରି ହେଲେ ଅଟୋମେଟିକାଲି ଆପଣଙ୍କ ଟିକେଟ କ୍ୟାନ୍ସଲ କରି ଦେଇଥାଏ। ଏମିତିରେ ଏବେ ଏହି ପରିସ୍ଥିତିରେ ମଧ୍ୟ ଆପଣଙ୍କ ରିଫଣ୍ଡ ତୁରନ୍ତ ଆପଣଙ୍କୁ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.