କେବଳ ଏକ ମିସଡ କଲ୍ ଦେଇ ଜାଣିପାରିବେ ନିଜ PF ଆକାଉଣ୍ଟ ବାଲାନ୍ସ, ଜାଣନ୍ତୁ କେମିତି

ଲକଡାଉନ ଯୋଗୁ ଏବେ ସମସ୍ତେ ଘରେ ବନ୍ଦ ଅଛନ୍ତି। ବାହାରକୁ ବାହାରିବାକୁ ମନା ଥିବାରୁ ଲୋକମାନେ ବାଧ୍ୟ ହୋଇ ଘରେ ଅଛନ୍ତି। ଏଣୁ ଅଫିସ ଆକାଉଣ୍ଟରେ ପିଏଫ ଅର୍ଥ ଜମା ହେଉଛି କି ନାହିଁ ସେ ନେଇ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଆପଣଙ୍କ ମନରେ ଯଦି ଏନେଇ ପ୍ରଶ୍ନ ଉଠୁଛି ତେବେ ଆଜି ଆମେ ଏକ ବହୁତ ସହଜ ଉପାୟ କହିବାକୁ ଯାଉଛୁ ଯାହା ମାଧ୍ୟମରେ ଆପଣ ନିଜ ପିଏଫ ଆକାଉଣ୍ଟ ବାଲାନ୍ସ ଜାଣିପାରିବେ।

epfo

ଚାକିରି କରିବା ସମୟରେ କିମ୍ବା ପରେ ପିଏଫ ଆକାଉଣ୍ଟର ଅର୍ଥ ଜାଣିବା ଖୁବ ସହଜ। ଏଥିପାଇଁ ଅନ୍ୟ ଉପାୟ ଥିଲେ ମଧ୍ୟ ସବୁଠୁ ସହଜ ହେଉଛି ମିସଡ କଲ। ଆପଣ କେବଳ ମିସଡ଼ କଲ ଦେଇ PF ଆକାଉଣ୍ଟ ବାଲାନ୍ସ ଜାଣିପାରିବେ। ଏଥିପାଇଁ ରେଜିଷ୍ଟ୍ରଡ ନମ୍ବରରୁ ୦୧୧-୨୨୯୦୧୪୦୬ କୁ ମିସଡ କଲ କରିପାରିବେ। ଏହାପରେ ଆପଣଙ୍କ ଫୋନକୁ ଆକାଉଣ୍ଟ ବାଲାନ୍ସ ମେସେଜ ମାଧ୍ୟମରେ ଆସିବ।

EPF Balance - Check PF Balance Online

ଏହା ବ୍ୟତୀତ ଆପଣ ଚାହିଁଲେ EPFOର ଅଫିସିଆଲ ୱେବସାଇଟକୁ ଯାଇ ମଧ୍ୟ EPF ବାଲାନ୍ସ ଚେକ କରିପାରିବେ। ଏଥିପାଇଁ ଇ-ପାସବୁକର ଲିଙ୍କ ଆପଣଙ୍କ ୱେବସାଇଟର ଉପରେ ଡାହାଣ ପଟେ ମିଳିଯିବ। ଏହା ପରେ ଆପଣଙ୍କୁ UAN ନମ୍ବର ଓ ପାସୱାର୍ଡ ଦେବାକୁ ପଡ଼ିବ। ପରେ ଆପଣଙ୍କୁ ନିଜ ଆକାଉଣ୍ଟ ବାଲାନ୍ସ ଦେଖାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.