ଟ୍ରାଫିକ ରୁଲ ଭାଙ୍ଗିଲେ ବି କଟିବନି ଚାଲାଣ, ପାଖରେ ରଖନ୍ତୁ ଏହି ସବୁ ଡକ୍ୟୁମେଣ୍ଟର ସଫ୍ଟ କପି

ଗାଡିଚାଳଙ୍କ ପାଇଁ ରହିଛି ଏକ ବଡ ଓ ଖୁସି ଖବର । ଆପଣ ଗାଡି ଚଲାଉଥିବା ସମୟରେ, ଚେକିଙ୍ଗ ବେଳେ ଆଉ ଅସୁବିଧାର ସାମ୍ନା କରିବେ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆର.ସି ବା ରେଜିଷ୍ଟ୍ରେସନ ସାର୍ଟିଫିକେଟକୁ ନେଇ ସରକାର ଆଣିଲେ ନୂଆ ନିୟମ । ସବୁବେଳେ ସଡକ ପରିବହନ ନିୟମକୁ ନେଇ କିଛି ନା କିଛି , ପରିବର୍ତ୍ତନ ହେଉଛି । ଆପଣ ଯଦି ଗାଡ଼ି ଚଲାଇବା ସମୟରେ ହେଲମେଟ କିମ୍ବା ସିଟ ବେଲ୍ଟ ବାନ୍ଧୁ ନାହାନ୍ତି ତେବେ ବି ଜରୁରୀ ଡକ୍ୟୁମେଣ୍ଟସ ଦେଖାଇ ଚାଲାଣ କାଟିବାକୁ ବର୍ତ୍ତିପାରିବେ।

ସାଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ଧରି ବୁଲିବାକୁ ପଡିବନି କି ଡିଏଲ ନଥିଲେ ବି ଚାଲାଣ କଟିବାର ଚିନ୍ତା ରହିବନି। କେମିତି ହେବ ବୋଲି ଭାବୁଛନ୍ତି କି? କଣ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସକୁ ନିଜ ସ୍ମାର୍ଟଫୋନରେ ଡାଉନଲୋଡ କରିବାକୁ ଚାହୁଁଛନ୍ତି? ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସର ହାର୍ଡ କପି ନିଜ ସାଥିରେ ଯଦି ବି ରଖୁନାହାଁନ୍ତି ତାହେଲେ ମଧ୍ୟ ଆପଣଙ୍କୁ ଚାଲାଣ ଦେବାର ଆବଶ୍ୟକ ନାହିଁ। କାହିଁକିବା ଆପଣ DigiLocker ଆପର ସାହାଯ୍ୟ ନେଇ ଚାଲାଣ କଟିବା ଠାରୁ ରକ୍ଷା ପାଇପାରିବେ।

ଡିଜିଲକର ଆପରେ DL, RC, PUC ଓ Insurance ର ସଫ୍ଟ କପିକୁ ଷ୍ଟୋର କରି ରଖିପାରିବେ। ଏହାର ହାର୍ଡ କପି ହଜି ଗଲେ ସୁଦ୍ଧା ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ। ଆପଣ ଟ୍ରାଫିକ ପୋଲିସଙ୍କୁ ସ୍ମାର୍ଟଫୋନରେ ଏହି ଆପରେ ହିଁ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗାଡିର ଅନ୍ୟ କାଗଜପତ୍ର ଦେଖାଇପାରିବେ। ତେବେ ପରିବହନ ବିଭାଗ ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ର ଅନୁଯାୟୀ ଏଗୁଡ଼ିକ ଆଇନଗତ ଭାବେ ବୈଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅନ୍ୟ କୌଣସି ରୂପରେ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟର ସଫ୍ଟ କପି , ମୁଖ୍ୟ ରେକର୍ଡ ଭାବରେ ଗ୍ରହଣ କରାଯିବ ନାହିଁ।

ଡିଜି ଲକର୍ ହେଉଛି ଏପରି ଏକ ଉପାୟ, ଯେଉଁଥିରେ ଆପଣ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଏବଂ ଯାନ ପଞ୍ଜିକରଣ ପ୍ରମାଣପତ୍ର ବା ରେଜିଷ୍ଟ୍ରେସନ ସାର୍ଟିଫିକେଟ ପରି ଡକ୍ୟୁମେଣ୍ଟଗୁଡ଼ିକୁ ସେଭ୍ କରି ସୁରକ୍ଷିତ ଭାବେ ରଖିପାରିବେ।ଏହାକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଲଞ୍ଚ କରାଯାଇଛି। ବାସ୍ତବରେ ଏହି ଡିଜି ଲକର , ଆପଣଙ୍କ ଆଧାର କାର୍ଡ ଏବଂ ଫୋନ୍ ନମ୍ବର ସହିତ ଲିଙ୍କ୍ ହୋଇଥାଏ | ଏଥିରେ, ଆପଣ ଆପଣଙ୍କର ଡକ୍ୟୁମେଣ୍ଟଗୁଡିକର ସ୍କାନ୍ ହୋଇଥିବା କପିକୁ PDF, JPEG କିମ୍ବା PNG ଫର୍ମାଟରେ ଅପଲୋଡ୍ କରି ସେଭ୍ କରିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଏହି ଡକ୍ୟୁମେଣ୍ଟଗୁଡ଼ିକୁ ମଧ୍ୟ ଇ-ସାଇନ୍ କରିପାରିବେ।

ମନେ ରଖନ୍ତୁ ଯଦି ପୋଲିସ ଏଭଳି ଭାବେ ସଫ୍ଟ କପି ଡକ୍ୟୁମେଣ୍ଟର ଦେଖିବାକୁ ମନା କରେ କିମ୍ବା ଡିଜି ଲକର ଚେକ କରିବା ପରେ ମଧ୍ୟ ଚାଲାଣ କଟେ ତେବେ ସତର୍କ ରୁହନ୍ତୁ। ସରକାରଙ୍କ ନିୟମ ଅନୁଯାୟୀ ଡିସେମ୍ବର ୧୭ , ୨୦୧୮ ରୁ ଏକ ନୋଟିଫିକେସନ ଇସ୍ୟୁ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ଯଦି ଆପଣ ଡିଜି ଲକରରେ କିଛି ଡକ୍ୟୁମେଣ୍ଟ ରଖିଛନ୍ତି ତେବେ ତାହା ସମ୍ପୂର୍ଣ୍ଣ ରୂପେ ଭାଲିଡ଼ ବା ବୈଧ ରହିବ। ଏମିତିରେ କେହି ବି ଆପଣଙ୍କୁ ଠକି ପାରିବେ ନାହିଁ।

Leave A Reply

Your email address will not be published.