ବ୍ୟବସାୟ ଓ ଅର୍ଥନୀତି

କାର ଚଲାଇବା ସମୟରେ ଫୋନରେ କଥା ହେଲେ ବି କଟିବନି ଚାଲାଣ, ଜାଣନ୍ତୁ ଟ୍ରାଫିକର ନୂଆ ନିୟମ

କାର ଚଲାଇବା ସମୟରେ ଯଦି ଆପଣ ମୋବାଇଲରେ କଥା ହେଉଥିବାର ଟ୍ରାଫିକ ପୋଲିସ ଆପଣଙ୍କୁ ଦେଖିଦିଅନ୍ତି ତାହେଲେ ସଙ୍ଗେ ସଙ୍ଗେ ଆପଣଙ୍କୁ ଅଟକାଇ ଲମ୍ବା ଚାଲାଣ କାଟିଦିଅନ୍ତି। କିନ୍ତୁ ଏବେ ଆପଣ ବିନ୍ଦାସ ହୋଇ ଫୋନରେ କଥା ହୋଇପାରିବେ। କାହିଁକିନା ଆପଣଙ୍କୁ କଥା ହେବାକୁ କେହି ବି ବିରୋଧ କରିବେନି। ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ଏବେ ଆପଣ ଗାଡି ଚଲାଇବା ସମୟରେ ମୋବାଇଲରେ କଥା ହୋଇପାରିବେ। କିନ୍ତୁ ଯଦି ଟ୍ରାଫିକ ପୋଲିସ ଆପଣଙ୍କ ଚାଲାଣ କାଟିଦେଉଛନ୍ତି ତାହେଲେ ଆପଣ ଏହାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇପାରିବେ। ଯଦି ଆପଣ ଚାଲାଣ କଟିବାକୁ ଚାହୁଁନାହାଁନ୍ତି ତାହେଲେ ମୋବାଇଲ ଆପଣଙ୍କୁ କାନରେ ନୁହେଁ ବରଂ ପକେଟରେ ରଖି ବ୍ୟବହାର କରିବାକୁ ପଡିବ। ଅର୍ଥାତ୍‌ ଆପଣଙ୍କୁ ହ୍ୟାଣ୍ଡସଫ୍ରୀ ଡିଭାଇସକୁ କନେକ୍ଟ କରି କଥା ହେବାକୁ ପଡିବ। ସିଧାସଳଖ ମୋବାଇଲ ଧରି କାର ଭିତରେ ଗାଡି ଚଲାଇଲାବେଳେ କଥା ହେବେ ତ ଟ୍ରାଫିକ ପୋଲିସ ଆପଣଙ୍କ ଚାଲାଣ ନିହାତି ଭାବେ କାଟି ପାରିବେ।

ନିଜେ କେନ୍ଦ୍ର ସଡକ ପରିହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଲୋକସଭାରେଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯଦି ଚାଳକ ହ୍ୟାଣ୍ଡସ-ଫ୍ରୀ ଡିଭାଇସର ବ୍ୟବହାର କରୁଛନ୍ତି ଏବଂ ଫୋନରେ କଥା ହେଉଛନ୍ତି ତାହେଲେ ମହଜୁଦ ଟ୍ରାଫିକ ନିୟମ ହିସାବରେ ଏହା କୌଣସି ଦଣ୍ଡନୀୟ ଅପରାଧ ବୋଲି ଧରାଯିବନାହିଁ। ଏମିତି ପରିସ୍ଥିତିରେ ଟ୍ରାଫିକ ପୋଲିସ ଆପଣଙ୍କ ଉପରେ କୌଣସି ଜରିମାନା ମଧ୍ୟ ଲଗାଇ ପାରିବେନି। ଆଉ ଯଦି ଆପଣ ନିୟମ ଭିତରେ ଥିବେ କିନ୍ତୁ ଟ୍ରାଫିକ କର୍ମଚାରୀ ଆପଣଙ୍କର ଚାଲାଣ କାଟିଦେଉଛନ୍ତି ତାହେଲେ ଆପଣ ଏହାକୁ ନେଇ କୋର୍ଟରେବି ମାମଲା ରୁଜୁ କରିପାରିବେ।

କେରଳର କଂଗ୍ରେସ ସାଂସଦ ହିବି ଇଡେନ ଲୋକସଭାରେ ପ୍ରଶ୍ନ କରିଥିଲେ ଯେ ମୋଟର ଭେଇକିଲ ଆକ୍ଟ ୨୦୧୯ ଧାରା ୮୪ ଅନ୍ତର୍ଗତ ବାହନ ଚଲାଇବା ସମୟରେ ହ୍ୟାଣ୍ଡସ ଫ୍ରୀ ଡିଭାଇସରେ ମୋବାଇଲରେ କଥା ହେଲେ ତାହା କୌଣସି ଦଣ୍ଡନୀୟ ଅପରାଧ ନା ନୁହେଁ? ତେବେ ଏହାର ଜବାବରେ ନିତିନ୍‌ ଗଡକରୀ କହିଛନ୍ତି ଯେ ଏହି ଆକ୍ଟ ଅନ୍ତର୍ଗତ ଗାଡି ଚଲାଇବା ସମୟରେ କଥା ହେବା କୌଣସି ଦଣ୍ଡନୀୟ ଅପରାଧ ନୁହେଁ। କିନ୍ତୁ ଯଦି ମୋବାଇଲକୁ ହାତରେ ଧରି କଥା ହେବେ ତାହେଲେ ଆପଣଙ୍କ ଚାଲାଣ ନିହାତି କଟିବ।

ଏହାସହିତ ଯଦି ଆପଣ ବିନା ହେଲମେରେ ଧରାପଡିଲେ ତାହାଲେ ଆପଣଙ୍କ ଲାଇସେନ୍ସ ସସପେଣ୍ଡ କରାଯିବ। ମୋଟର ଭେଇକିଲ ଆକ୍ଟ ୨୦୧୯ ଅନୁଯାୟୀ ବିନା ହେଲମେଟରେ ଗାଡି ଚଲାଇଲେ ଆପଣଙ୍କୁ ଭାରି ଜରିମାନା ଭରିବାକୁ ପଡିପାରେ। ଟ୍ରାଫିକ ପୋଲିସ ଚାଲକଙ୍କ ଉପରେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଇପାରେ। ଏଥିସହିତ ୩ ମାସ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସକୁ ରଦ୍ଦ କରାଯାଇପାରେ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

12 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

14 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

21 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

30 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

30 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

47 mins ago