କରୋନା ଯୋଗୁ ସାରା ଦେଶକୁ ଲକଡାଉନ କରିଦିଆଯାଇଛି। ଇତିମଧ୍ୟରେ କେନ୍ଦ୍ର ସରକାର ଜନଧନ ଖାତାରେ ଟଙ୍କା ଟ୍ରାନ୍ସଫର କରିବା ଆରମ୍ଭ କରିଛନ୍ତି। ଅଧିକାଂଶ ଗ୍ରାହକ ଆକାଉଣ୍ଟର ବାଲାନ୍ସ ଜାଣିବା ପାଇଁ ବ୍ୟାଙ୍କ ଯାଇଥାନ୍ତି। କିନ୍ତୁ ବର୍ତ୍ତମାନ ଲକଡାଉନ ଥିବାରୁ ବ୍ୟାଙ୍କ ଯିବା ସମ୍ଭବପର ନୁହେଁ। ଏଭଳି ସ୍ଥିତିରେ ଆପଣ ଘରେ ବସି ମଧ୍ୟ ନିଜ ଆକାଉଣ୍ଟ ବାଲାନ୍ସ ଜାଣିପାରିବେ। ଆସନ୍ତୁ ଜାଣିବା କିପରି…
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ ସୁବିଧା ଉପାୟ ଉପଲବ୍ଧ କରିଛି। ଯେକୌଣସି ଜନଧନ ଖାତାଧାରକ ୧୮୦୦୪୨୫୩୮୦୦ କିମ୍ବା ୧୮୦୦୧୧୨୨୧୧ କୁ କଲ କରି ନିଜ ବାଲାନ୍ସ ଜାଣିପାରିବେ। ଗ୍ରାହକ ନିଜ ରେଜିଷ୍ଟ୍ରେସନ ହୋଇଥିବା ଫୋନ ନମ୍ବରରୁ ହିଁ କଲ କରି ଏହି ସୁବିଧାର ଲାଭ ଉଠାଇପାରିବେ। ଆପଣ ଗୋଟିଏ ଥର କଲ କରି ନିଜର ୫ଟି ଟ୍ରାଞ୍ଜକ୍ସନ ବିଷୟରେ ଜାଣିପାରିବେ। ଏହାବ୍ୟତୀତ ଗ୍ରାହକ ରେଜିଷ୍ଟ୍ରଡ ନମ୍ବରରୁ ୯୨୨୩୭୬୬୬୬୬ କୁ କଲ କରି ମଧ୍ୟ ସମସ୍ତ ସୂଚନା ପାଇପାରିବେ।
ଯଦି ଜନଧନ ଖାତା ସହ ଆପଣ ମୋବାଇଲ ନମ୍ବର ଲିଙ୍କ କରିନାହାନ୍ତି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଆପଣ ୦୯୨୨୩୪୮୮୮୮୮ କୁ ମେସେଜ ପଠାଇ ନମ୍ବର ରେଜିଷ୍ଟ୍ରେସନ କରିପାରିବେ। ଏଥିପାଇଁ ଆପଣଙ୍କୁ REG AccountNumber ଲେଖିକି ପଠାଇବାକୁ ପଡ଼ିବ।